ପରିଣିତିଙ୍କ ଟ୍ୟାଲେଣ୍ଟ ଦେଖି ରୋମାଣ୍ଟିକ ପୋଷ୍ଟ ଲେଖିଲେ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପ୍ରାୟତଃ କୌଣସି କା କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ଏହି ଅଭିନେତ୍ରୀ କିଛି ଦିନ ପୂର୍ବରୁ ମୁମ୍ବାଇ ଫେଷ୍ଟିଭାଲ ୨୦୨୪ରେ ଲାଇଭ ସିଙ୍ଗିଙ୍ଗରେ ଡେବ୍ୟୁ କରିଥିଲେ। ଏହି କନସର୍ଟ ସମୟରେ ତାଙ୍କ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ ସହିତ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ଅଭିନେତ୍ରୀଙ୍କ ଏହି ସଫଳତା ଉପରେ ତାଙ୍କ ସ୍ବାମୀ ରାଘବ ଚାଢା ପରିଣିତିଙ୍କର ବହୁତ ପ୍ରଶଂସା କରିଥିଲେ। ରାଘବ ପରିଣିତିଙ୍କ ସିଙ୍ଗିଙ୍ଗ ଇଭେଣ୍ଟରୁ କିଛି ଫଟୋ ଶେୟାର କରିଥିଲେ […] The post ପରିଣିତିଙ୍କ ଟ୍ୟାଲେଣ୍ଟ ଦେଖି ରୋମାଣ୍ଟିକ ପୋଷ୍ଟ ଲେଖିଲେ ରାଘବ appeared first on Dharitri Odia News.

ପରିଣିତିଙ୍କ ଟ୍ୟାଲେଣ୍ଟ ଦେଖି ରୋମାଣ୍ଟିକ ପୋଷ୍ଟ ଲେଖିଲେ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପ୍ରାୟତଃ କୌଣସି କା କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ଏହି ଅଭିନେତ୍ରୀ କିଛି ଦିନ ପୂର୍ବରୁ ମୁମ୍ବାଇ ଫେଷ୍ଟିଭାଲ ୨୦୨୪ରେ ଲାଇଭ ସିଙ୍ଗିଙ୍ଗରେ ଡେବ୍ୟୁ କରିଥିଲେ। ଏହି କନସର୍ଟ ସମୟରେ ତାଙ୍କ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ ସହିତ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ଅଭିନେତ୍ରୀଙ୍କ ଏହି ସଫଳତା ଉପରେ ତାଙ୍କ ସ୍ବାମୀ ରାଘବ ଚାଢା ପରିଣିତିଙ୍କର ବହୁତ ପ୍ରଶଂସା କରିଥିଲେ। ରାଘବ ପରିଣିତିଙ୍କ ସିଙ୍ଗିଙ୍ଗ ଇଭେଣ୍ଟରୁ କିଛି ଫଟୋ ଶେୟାର କରିଥିଲେ ଯେଉଁଥିରେ ତାଙ୍କୁ ମଞ୍ଚରେ ଗୀତ ଗାଉଥିବାର ଦେଖିବାକୁ ମିଳିବ।
ରାଘବ କ୍ୟାପସନରେ ଲେଖିଛନ୍ତି, ମୋର ରକ ଷ୍ଟାର୍‌, ମୋର ନାଇଟିଆଙ୍ଗଲ, ମୋର ନିଜର ବ୍ୟକ୍ତିଗତ ମେଲୋଡି କୁଇନ – ତୁମେ ଗୀତରେ ଜୀବନ ନିଶ୍ୱାସ ନେଉଛ, ପାରୁ! ତୁମେ ଶେଷରେ ଏହି ନୂତନ ପଥରେ ଯିବାବେଳେ ମୁଁ ସମ୍ପୂର୍ଣ୍ଣ ଭୟଭୀତ (ଏବଂ ବହୁତ ଉତ୍ସାହିତ)। ତୁମେ ବହୁଦିନରୁ ଆଗକୁ ବଢିବାକୁ ଇଚ୍ଛା କରୁଥିବା ପଦକ୍ଷେପ ଗ୍ରହଣ କରୁଛ। ଆଗକୁ ଯାଅ ଏବଂ ଦୁନିଆକୁ ହଲାଇ ଦିଅ, ମେରି ଲହକି! ମୁଁ ସର୍ବଦା ଏଠାରେ ରହିବି, ତୁମକୁ ସମର୍ଥନ କରିବି ଏବଂ ଉତ୍ସାହିତ କରିବି। ସେ ଆହୁରି ମଧ୍ୟ କହିଛନ୍ତି, ଶେଷରେ ମୁଁ ମୋ ଘରେ ପ୍ରତିଦିନ ଆୟୋଜନ କରୁଥିବା ମାଗଣା ସଙ୍ଗିତ ଇଭେଣ୍ଟ ଦେଖିବାକୁ ପାଇବେ। ହାହା। ପରିଣିତି ଏହି ପୋଷ୍ଟର ଉତ୍ତର ଦେଇ କିଛି କିସ୍‌ ଏବଂ ଲାଜୁଆ ଇମୋଜି ସହିତ କମେଣ୍ଟ କରିଛନ୍ତି।

The post ପରିଣିତିଙ୍କ ଟ୍ୟାଲେଣ୍ଟ ଦେଖି ରୋମାଣ୍ଟିକ ପୋଷ୍ଟ ଲେଖିଲେ ରାଘବ appeared first on Dharitri Odia News.