କୁନୋରେ ଆଉ ଏକ ଚିତାର ମୃତ୍ୟୁ
ନୂଆଦିଲ୍ଲୀ,୨୮ା୮: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଅବାଧ ବିଚରଣ କରୁଥିବା ଏକମାତ୍ର ଚିତାର ମଙ୍ଗଳବାର ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି ଚିତାର ମୃତ୍ୟୁ ଘଟିଥିବା ବନ ଅଧିକାରୀମାନେ କହୁଥିବାବେଳେ ଶିକାରୀମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ବନ୍ୟାପ୍ରାଣୀ କର୍ମୀ ସନ୍ଦେହ ପ୍ରକଟ କରିଛନ୍ତି। ପଓ୍ବନ ନାମକ ଏହି ନାମିବ୍ୟା ଚିତା ଶରୀରରେ କୌଣସି କ୍ଷତଚିହ୍ନ ନାହିଁ। ମଙ୍ଗଳବାର ସକାଳ ୧୦ଟା ୩୦ ମିନିଟ ସମୟରେ ଏକ ନାଳ ନିକଟ ବୁଦାରୁ ପଓ୍ବନର ମୃତଦେହ ମିଳିଥିଲା ବେଳେ ଏହା […] The post କୁନୋରେ ଆଉ ଏକ ଚିତାର ମୃତ୍ୟୁ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୮: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଅବାଧ ବିଚରଣ କରୁଥିବା ଏକମାତ୍ର ଚିତାର ମଙ୍ଗଳବାର ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି ଚିତାର ମୃତ୍ୟୁ ଘଟିଥିବା ବନ ଅଧିକାରୀମାନେ କହୁଥିବାବେଳେ ଶିକାରୀମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ବନ୍ୟାପ୍ରାଣୀ କର୍ମୀ ସନ୍ଦେହ ପ୍ରକଟ କରିଛନ୍ତି। ପଓ୍ବନ ନାମକ ଏହି ନାମିବ୍ୟା ଚିତା ଶରୀରରେ କୌଣସି କ୍ଷତଚିହ୍ନ ନାହିଁ। ମଙ୍ଗଳବାର ସକାଳ ୧୦ଟା ୩୦ ମିନିଟ ସମୟରେ ଏକ ନାଳ ନିକଟ ବୁଦାରୁ ପଓ୍ବନର ମୃତଦେହ ମିଳିଥିଲା ବେଳେ ଏହା ଶରୀରର କିଛି ଅଂଶ ପାଣିରେ ବୁଡ଼ି ରହିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ଭାରତକୁ ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ୨୦ଟି ଚିତା ଆସିଥିବାବେଳେ ସେଥିରୁ ବର୍ତ୍ତମାନ ସୁଦ୍ଧା ୧୩ଟିର ମୃତ୍ୟୁ ଘଟିଲାଣି।
The post କୁନୋରେ ଆଉ ଏକ ଚିତାର ମୃତ୍ୟୁ appeared first on Dharitri Odia News.