ଖାରିଗୁଡାଠାରୁ କାଟିଙ୍ଗିଆ ରାସ୍ତା ପାଲଟିଛି ମରଣଯନ୍ତା: ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ): ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଯାତାୟାତରେ ସୁବିଧା ସହ ଯୋଗାଯୋଗର ସୁବିଧା ହେଲେ ଅଞ୍ଚଳର ବିକାଶ ହୋଇପାରିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତର ଝିଞ୍ଜିରୀଗୁଡା ଠାରୁ କାଟିଙ୍ଗିଆ ଦେଇ ଜିଲାର ଶେଷ ସୀମାବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ହେଲେ ଉକ୍ତ ରାସ୍ତାର ଖାରିଗୁଡା ଠାରୁ […] The post ଖାରିଗୁଡାଠାରୁ କାଟିଙ୍ଗିଆ ରାସ୍ତା ପାଲଟିଛି ମରଣଯନ୍ତା: ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.
ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ): ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଯାତାୟାତରେ ସୁବିଧା ସହ ଯୋଗାଯୋଗର ସୁବିଧା ହେଲେ ଅଞ୍ଚଳର ବିକାଶ ହୋଇପାରିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତର ଝିଞ୍ଜିରୀଗୁଡା ଠାରୁ କାଟିଙ୍ଗିଆ ଦେଇ ଜିଲାର ଶେଷ ସୀମାବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ହେଲେ ଉକ୍ତ ରାସ୍ତାର ଖାରିଗୁଡା ଠାରୁ କାଟିଙ୍ଗିଆ ପ୍ରାୟ ୧୧ କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଅଛି। ସାଧାରଣ ଲୋକଙ୍କ ଲାଇଫଲାଇନ କୁହାଯାଉଥିବା ଉକ୍ତ ରାସ୍ତା ବିପର୍ଯ୍ୟସ୍ତ ଯୋଗୁ ଆମ୍ବୁଲାନ୍ସ ହେଉ କିମ୍ବା ଅନ୍ୟ ଜରୁରୀକାଳୀନ ସେବା ପାଇବାରେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମେଟାଲ ବାହାରି ରହିଥିବାବେଳେ ଏକାଧିକ ସ୍ଥାନରେ ବଡ଼ ବଡ଼ ଖାଲଖମା ଯୋଗୁ ଦୁର୍ଘଟଣା ଘଟିବା ସହ ଲୋକଙ୍କ ଗାଡ଼ି ଖରାପ ହୋଇଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ଉକ୍ତ ରାସ୍ତାକୁ ସମ୍ପ୍ରସାରଣ କରାଯାଉ କିମ୍ବା ମରାମତି କରି ରାସ୍ତାର ଅବସ୍ଥାକୁ ସ୍ବାଭାବିକ କରାଯିବାକୁ ଦାବି ହେଉଛି।
The post ଖାରିଗୁଡାଠାରୁ କାଟିଙ୍ଗିଆ ରାସ୍ତା ପାଲଟିଛି ମରଣଯନ୍ତା: ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.