ନାମାଙ୍କନପତ୍ର ଦାଖଲ କଲେ ରାହୁଲ

ଲକ୍ଷ୍ନୌ,୩ା୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ରାଏବରେଲି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲଟ ଉପସ୍ଥିତ ଥିଲେ। ଆଜି ସକାଳେ କଂଗ୍ରେସ ଆମେଠି ଏବଂ ରାଏବରେଲି ଆସନରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏହା ପରେ ରାହୁଲ ତାଙ୍କ ମା’, ଭଉଣୀ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ରାଏବରେଲିର […] The post ନାମାଙ୍କନପତ୍ର ଦାଖଲ କଲେ ରାହୁଲ appeared first on Dharitri Odia News.

ନାମାଙ୍କନପତ୍ର ଦାଖଲ କଲେ ରାହୁଲ

ଲକ୍ଷ୍ନୌ,୩ା୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ରାଏବରେଲି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲଟ ଉପସ୍ଥିତ ଥିଲେ। ଆଜି ସକାଳେ କଂଗ୍ରେସ ଆମେଠି ଏବଂ ରାଏବରେଲି ଆସନରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏହା ପରେ ରାହୁଲ ତାଙ୍କ ମା’, ଭଉଣୀ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ରାଏବରେଲିର ଫୁରସତଗଞ୍ଜ ବିମାନବନ୍ଦରରେ ପହଞ୍ଚିଥିଲେ।

Rahul Gandhi Arrives In Raebareli On Special Flight With Family, Top Aides

କିଛି ଦିନ ଧରି ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର କରି ଦଳ ଆଜି ରାହୁଲ ତାଙ୍କ ମା ସୋନିଆଙ୍କ ନିର୍ବାଚନମଣ୍ଡଳୀ ଥିବା ରାଏବରେଲି ଆସନରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଦଳ ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଗାନ୍ଧୀ ପରିବାରର ଘନିଷ୍ଠ ସହଯୋଗୀ କିଶୋରୀ ଲାଲ୍‌ ଶର୍ମାଙ୍କୁ ଆମେଠି ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଶର୍ମା ଏହି ଦୁଇଟି ସମ୍ମାନଜନକ ନିର୍ବାଚନମଣ୍ଡଳୀ ଉପରେ ନଜର ରଖିଛନ୍ତି। ୭ଟି ପର୍ଯ୍ୟାୟ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ’ ୨୦ ରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଥିବା ଆସନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଶେଷ ତାରିଖ।

rahul gandhi kishori lal sharma congress amethi raebareli candidates lok sabha elections 2024

ରାଏବରେଲି ଏବଂ ଆମେଠି ଆସନ ପାଇଁ ଭୋଟ୍‌ କେବଳ ମେ’ ୨୦ରେ ହେବ। ଭୋଟ ଗଣନା ଜୁନ୍‌ ୪ରେ ହେବ। ସେପଟେ କେ.ଏଲ୍‌ ଶର୍ମା ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୂର୍ବରୁ ଅନୁମାନ କରାଯାଉଥିଲା କି ପ୍ରିୟଙ୍କା ଆମେଠିରୁ ନିର୍ବାଚନ ଲଢ଼ିପାରନ୍ତି। କିନ୍ତୁ ତାଲିକା ପ୍ରକାଶ ପାଇବା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

The post ନାମାଙ୍କନପତ୍ର ଦାଖଲ କଲେ ରାହୁଲ appeared first on Dharitri Odia News.