ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା, ବିହାର, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳ ଆଦି ୬ ରାଜ୍ୟରୁ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୁଷ ସିଙ୍ଗଲ୍ସରେ କଡ଼ା ମୁକାବିଲା ହୋଇଥିଲା। ୩ ସେଟ୍‌ ବିଶିଷ୍ଟ ଫାଇନାଲରେ ବିହାରର ଅପୂର୍ବ କୁମାର ସେହି ରାଜ୍ୟର ହିମାଂଶୁ ରାଜଙ୍କୁ ୧୧-୮, ୧୦-୧୨ ଓ ୧୧-୪ରେ […] The post ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା appeared first on Dharitri Odia News.

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା, ବିହାର, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳ ଆଦି ୬ ରାଜ୍ୟରୁ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୁଷ ସିଙ୍ଗଲ୍ସରେ କଡ଼ା ମୁକାବିଲା ହୋଇଥିଲା। ୩ ସେଟ୍‌ ବିଶିଷ୍ଟ ଫାଇନାଲରେ ବିହାରର ଅପୂର୍ବ କୁମାର ସେହି ରାଜ୍ୟର ହିମାଂଶୁ ରାଜଙ୍କୁ ୧୧-୮, ୧୦-୧୨ ଓ ୧୧-୪ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଓଡ଼ିଶାର ସିମନ ଶାସ୍ତ୍ରୀ ବିହାରର ରୋହିତ କୁମାରଙ୍କୁ ୧୫-୧୦ରେ ହରାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଡବଲ୍ସରେ ମଧ୍ୟ ବିହାର ଯୋଡ଼ି ଚାମ୍ପିୟନ ହୋଇଛନ୍ତି। ଆଦିତ୍ୟ ଗୁପ୍ତା ଓ ହିମାଂଶୁ ରାଜ ଫାଇନାଲାରେ ରୋହିତ କୁମାର ଓ ଅପୂର୍ବ କୁମାରଙ୍କୁ ୧୧-୬, ୧୧-୯ରେ ହରାଇ ଦେଇଛନ୍ତି। ଓଡ଼ିଶାର ଯଶରାଜ ନାୟକ ଓ ଅନମୋଲ ଦାଶ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଛନ୍ତି।
୧୯ ବର୍ଷରୁ କମ୍‌ ବର୍ଗରେ ମଧ୍ୟ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ଯଶରାଜ ନାୟକ ସିଙ୍ଗଲ୍ସ ଫାଇନାଲରେ ବିହାରର ଆଦିତ୍ୟ ଗୁପ୍ତାଙ୍କଠାରୁ ହାରି ରୌପ୍ୟ ପଦକ ହାସଲ କରିଛନ୍ତି। ସପ୍ତପୂର୍ଣ୍ଣ ଜେନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଓଡ଼ିଶାର ଯଶରାଜଙ୍କୁ ୪ଟି ଭିନ୍ନଭିନ୍ନ ବର୍ଗରେ ପଦକ ମିଳିଛି। ମିକ୍ସଡ ଡବଲ୍ସରେ ଓଡ଼ିଶାର ସିମନ ଶାସ୍ତ୍ରୀ ଓ ସୋହିନୀ ମହାନ୍ତି ଫାଇନାଲରେ ନିଜ ରାଜ୍ୟର ଋତୁପର୍ଣ୍ଣା ଚୌଧୁରୀ ଓ ଯଶରାଜ ନାୟକଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। ଭେଟେରାନ ବର୍ଗରେ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ, ସୁଶିଲ ମିଶ୍ର ଓ ପ୍ରଦୀପ ସିଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସରେ ଓଡ଼ିଶା ପାଇଁ ପଦକ ସୁଇପ୍‌ କରିଛନ୍ତି। ଶକ୍ତି ଦାଶଙ୍କୁ ପୁରୁଷ ୫୦ ବର୍ଷରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ମିଳିଛି। ମହିଳା ଓପନ ଇଭେଣ୍ଟରେ ଓଡ଼ିଶାର ପ୍ରିୟମ୍ବଦା ପାତ୍ର ରୌପ୍ୟ ପଦକ ପାଇଛନ୍ତି। ସେ ଫାଇନାଲରେ ନେମା ସାରା କିସପୋଟାଙ୍କଠାରୁ ଅଳ୍ପକେ ପରାଜିତ ହୋଇଥିଲେ। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ରାଜ୍ୟରେ ପିକଲବଲ୍‌ର ଲୋକପ୍ରିୟତା ବୃଦ୍ଧି ପାଉଥିବାକୁ ସୂଚାଉଛି।

The post ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା appeared first on Dharitri Odia News.