ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍କା ଦେଲା BCCI
ନୂଆଦିଲ୍ଲୀ,୧୯।୩: ନିକଟ ଅତୀତରେ ବିସିସିଆଇର ନୂତନ ଯାତ୍ରା ନୀତିକୁ ବହୁତ ସମାଲୋଚନା କରି ଅନେକ କିଛି କହିଥିଲେ। ଯାହା ପରେ ବିସିସିଆଇ ଏହାର ନୀତି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ଆସିଥିଲା, କିନ୍ତୁ ଏବେ ଏ ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ବିସିସିଆଇ ଲାଗୁ ହୋଇଥିବା ’ପରିବାର ନୀତି’ର ପୁନର୍ବିଚାର କରୁଛି ବୋଲି ଦାବି କରାଯାଉଥିବା ରିପୋର୍ଟକୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ […] The post ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍କା ଦେଲା BCCI appeared first on Dharitri Odia News.
ନୂଆଦିଲ୍ଲୀ,୧୯।୩: ନିକଟ ଅତୀତରେ ବିସିସିଆଇର ନୂତନ ଯାତ୍ରା ନୀତିକୁ ବହୁତ ସମାଲୋଚନା କରି ଅନେକ କିଛି କହିଥିଲେ। ଯାହା ପରେ ବିସିସିଆଇ ଏହାର ନୀତି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ଆସିଥିଲା, କିନ୍ତୁ ଏବେ ଏ ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ବିସିସିଆଇ ଲାଗୁ ହୋଇଥିବା ’ପରିବାର ନୀତି’ର ପୁନର୍ବିଚାର କରୁଛି ବୋଲି ଦାବି କରାଯାଉଥିବା ରିପୋର୍ଟକୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।
ବିସିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଦେଶ ଗସ୍ତ ସମୟରେ ଖେଳାଳିଙ୍କ ପରିବାରକୁ ଏକ ର୍ନିଦ୍ଦିଷ୍ଟ ସମୟ ପରେ ଦଳ ସହିତ ରହିବାକୁ ଅନୁମତି ଦିଆଯିବ ନାହିଁ। ତଥାପି ବିରାଟ କୋହଲିଙ୍କ ସମାଲୋଚନା ପରେ କିଛି ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଏହି ନୀତିରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି। କିନ୍ତୁ ସଚିବ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ନୀତି ବଜାୟ ରହିବ ଏବଂ ଏଥିରେ ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ।
ବିସିସିଆଇ ସଚିବ କ’ଣ କହିଲେ?
ସାଇକିଆ କ୍ରିକବଜ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ’ଏହି ସମୟରେ, ବିଦ୍ୟମାନ ନୀତି ବଜାୟ ରହିବ, କାରଣ ଏହା ଆମ ଦେଶ ଏବଂ ସଂଗଠନ, ବିସିସିଆଇ ଉଭୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।’ ସେ ଆହୁରି କହିଛନ୍ତି, ’ବିସିସିଆଇ ସ୍ବୀକାର କରେ ଯେ କିଛି ଅସନ୍ତୋଷ କିମ୍ବା ଭିନ୍ନ ମତ ଥାଇପାରେ, କାରଣ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କର ମତ ପ୍ରକାଶ କରିବାର ଅଧିକାର ଅଛି।’ ଏହି ନୀତି ସମସ୍ତ ଦଳର ସଦସ୍ୟ – ଖେଳାଳି, ପ୍ରଶିକ୍ଷକ, ପରିଚାଳକ, ସହାୟକ କର୍ମଚାରୀ ଏବଂ ସମ୍ପୃକ୍ତ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ଏବଂ ସମସ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଇଛି।’ ସାଇକିଆ ଏହା ମଧ୍ୟ କହିଛନ୍ତି ଯେ ଏହି ନୀତି ରାତାରାତି ତିଆରି ହୋଇନାହିଁ। ସେ କହିଥିଲେ, ’ଏହି ନୀତି ଦଶନ୍ଧି ଧରି ପ୍ରଚଳିତ, ଆମର ଅଧ୍ୟକ୍ଷ ରୋଜର ବିନିଙ୍କ ଖେଳ ସମୟରୁ – ଏବଂ ହୁଏତ ତା’ ପୂର୍ବରୁ ମଧ୍ୟ।’
ବିସିସିଆଇର ପରିବାର ନୀତି କ’ଣ?
ବିସିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ବିଦେଶ ଗସ୍ତ ୪୫ ଦିନରୁ ଅଧିକ ସମୟ ପାଇଁ ହୁଏ, ତେବେ ଖେଳାଳିଙ୍କ ପରିବାରକୁ ’ସର୍ବାଧିକ ଦୁଇ ସପ୍ତାହ’ ପାଇଁ ଦଳ ସହିତ ରହିବାକୁ ଅନୁମତି ଦିଆଯିବ। ସାଇକିଆ କହିଛନ୍ତି, ‘ନୂତନ ନୀତି ପୂର୍ବ ନୀତିର ଏକ ସଂଶୋଧିତ ସଂସ୍କରଣ, ଯେଉଁଥିରେ ଖେଳାଳିଙ୍କ ଅଭ୍ୟାସ ଅଧିବେଶନ, ମ୍ୟାଚ ସୂଚୀ, ଗସ୍ତ, ଉପକରଣ, ଦଳଗତ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ସହାୟକ କାର୍ଯ୍ୟକଳାପ ସହିତ ଜଡିତ ବ୍ୟବସ୍ଥା ଅନ୍ତର୍ଭୁକ୍ତ।’ ଦଳର ଏକତା ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସମସ୍ତ ବ୍ୟବସ୍ଥା କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ବିସିସିଆଇ ବିଦେଶ ଗସ୍ତ ସମୟରେ ଖେଳାଳିଙ୍କ ପରିବାରକୁ ଏକାଠି ରହିବା ପାଇଁ ସମୟ ବୃଦ୍ଧି କରିଛି, କିନ୍ତୁ ବିଶେଷ ପରିସ୍ଥିତିରେ ନିୟମଗୁଡ଼ିକୁ କୋହଳ କରାଯାଇପାରିବ। କିନ୍ତୁ ଏହା କେବଳ ଏକ ପ୍ରକ୍ରିୟା ମାଧ୍ୟମରେ କରାଯିବ।
The post ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍କା ଦେଲା BCCI appeared first on Dharitri Odia News.