ଜବତ ହେଲା ମାଦକ ଦ୍ରବ୍ୟ ବୋଝେଇ କାର
ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠରୁ ଜବତ ହେଲା ମାଦକ ଦ୍ରବ୍ୟ ବୋଝେଇ କାର । ଭୁବନେଶ୍ୱର ନିକଟବର୍ତ୍ତୀ ମଦନପୁରରୁ ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଦିଲ୍ଲୀ ଟିମ୍ । ଦିଲ୍ଲୀ ନାର୍କୋର ସ୍ବତନ୍ତ୍ର ଟିମର ଚଢାଉ ବେଳେ ଏହା ଜବତ ହୋଇଛି । ତେବେ ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ସେହିପରି ଭୁବନେଶ୍ୱର ଉପକଣ୍ଠ କାଆଁଳା କାଇମାଟିଆ ନିକଟରେ ଏକ ଗଞ୍ଜେଇ ବୋଝେଇ […]

ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠରୁ ଜବତ ହେଲା ମାଦକ ଦ୍ରବ୍ୟ ବୋଝେଇ କାର । ଭୁବନେଶ୍ୱର ନିକଟବର୍ତ୍ତୀ ମଦନପୁରରୁ ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଦିଲ୍ଲୀ ଟିମ୍ । ଦିଲ୍ଲୀ ନାର୍କୋର ସ୍ବତନ୍ତ୍ର ଟିମର ଚଢାଉ ବେଳେ ଏହା ଜବତ ହୋଇଛି । ତେବେ ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।
ସେହିପରି ଭୁବନେଶ୍ୱର ଉପକଣ୍ଠ କାଆଁଳା କାଇମାଟିଆ ନିକଟରେ ଏକ ଗଞ୍ଜେଇ ବୋଝେଇ କାର୍କୁ ଗୋଡେଇ ଗୋଡେଇ ଧରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ର ଏକ ଟିମ୍ । ତେବେ ଗଞ୍ଜେଇ ଭର୍ତି ଗାଡିଟି ଦୁର୍ବୁତ୍ତମାନେ ନେଇ ଯାଇଥିବା ବେଳେ ହଠାତ୍ ଗାଡିର ଚକା ଜଳିବାକୁ ଆରମ୍ଭ କରିଥିଲା । ହେଲେ ତଥାପି ଗାଡିଟି ନ ଅଟକି ଗାଁ ଭିତରେ ମାଡି ଚାଲିଥିଲା ପୋଲିସ୍ ମଧ୍ୟ ତା ପଛେ ପଛେ ଗୋଡାଇଥିଲା । ତେବେ ଶେଷରେ ଗଞ୍ଜେଇ ବେପାରୀ ମାନେ ଗାଡିଟିକୁ ମଝି ବିଲରେ ଛାଡି ଫେରାର ହୋଇଯାଇଥିଲେ । ପୋଲିସ୍ ସେହି ଗାଡି ସହ ବିପୁଳ ଗଞ୍ଜେଇ ଜବତ କରିଛି ।
ତେବେ ଗାଡିଟି ଫୁଲବାଣୀରୁ ଭୁବନେଶ୍ବର ଆସିଥିବା ସୂଚନା ମିଳିଥିବା ବେଳେ ଭୁବନେଶ୍ବରର କେଉଁ ଜାଗାକୁ ଏହା ଯାଉଥିଲା ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।