ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଫହିମ ବିରୋଧରେ ଦେଶଦ୍ରୋହ ମାମଲା
ନାଗପୁର: ନାଗପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଫହିମ ଶାମିମ ଖାନ୍ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ନାଗପୁର ସାଇବର ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି। ହିଂସା ସମୟରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା କାରଣରୁ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ହିଂସା ମାମଲାରେ ସାଇବର୍ ପୁଲିସ ୫୦ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଏହି ୬ ଜଣ ସେମାନଙ୍କ ମଧ୍ୟରେ ଅଛନ୍ତି। ସାଇବର କ୍ରାଇମ ବିଭାଗ ମଧ୍ୟ ଫେସବୁକ୍, […]
ନାଗପୁର: ନାଗପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଫହିମ ଶାମିମ ଖାନ୍ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ନାଗପୁର ସାଇବର ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି। ହିଂସା ସମୟରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା କାରଣରୁ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ହିଂସା ମାମଲାରେ ସାଇବର୍ ପୁଲିସ ୫୦ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଏହି ୬ ଜଣ ସେମାନଙ୍କ ମଧ୍ୟରେ ଅଛନ୍ତି। ସାଇବର କ୍ରାଇମ ବିଭାଗ ମଧ୍ୟ ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବ କର୍ତ୍ତୃପକ୍ଷଙ୍କ ନିକଟରୁ ସେମାନଙ୍କ ପ୍ଲାଟଫର୍ମରୁ ୨୩୦ ପ୍ରୋଫାଇଲ୍ ସଂକ୍ରାନ୍ତରେ ସୂଚନା ମାଗିଛି ଏବଂ ଏହି ଆକାଉଣ୍ଟ୍ ଗୁଡ଼ିକୁ ବ୍ଲକ୍ କରିବାକୁ କହିଛି ବୋଲି ଲୋହିତ ମତାନି ସାଇବର କ୍ରାଇମ୍ ଡିସିପି କହିଛନ୍ତି। ପୁଲିସ ସମସ୍ତ ଦୋଷୀକୁ ଧରିବାପାଇଁ ୧୮ ସ୍ବତନ୍ତ୍ର ଟିମ୍ ଗଠନ କରିଛି। କିଛି ଅଞ୍ଚଳରେ କର୍ଫ୍ୟୁ ଜାରି ରହିଥିବାବେଳେ ଅନ୍ୟ କିଛି ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯାଇଛି। ପୁଲିସ ୨୦୦ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ମାମଲାରେ ଅତିରିକ୍ତ ୧ ହଜାର ଲୋକଙ୍କୁ ପୁଲିସ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିଛି।