ଇସ୍ରାଏଲକୁ ଇରାନର ଖୋଲା ଧମକ: ଛୋଟିଆ ପ୍ରତିଆକ୍ରମଣର ଜବାବରେ ମିଳିବ ବଡ଼ ଯନ୍ତ୍ରଣା
ଯଦି ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ର କୌଣସି ବି ଛୋଟିଆ ପ୍ରତିଆକ୍ରମଣ ଇସ୍ରାଏଲ କରିବ, ତା’ହେଲେ ଏହାର ଜବାବରେ ତା’କୁ ବଡ଼ ଯନ୍ତ୍ରଣା ମିଳିବ ବୋଲି ବୋଲି ରାଷ୍ଟ୍ରପତି ଇବ୍ରାହିମ କହିଛନ୍ତି।
ସିରିଆ ଏୟାରଷ୍ଟ୍ରାଇକର ଜବାବରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରି ଇସ୍ରାଏଲକୁ ଥରାଇ ଦେଇଥିବା ଇରାନ ତା’ର ଗରମ ମିଜାଜ ଜାରି ରଖିଛି। ଆଜି ଇରାନର ରାଷ୍ଟ୍ରପତି ଇବ୍ରାହିମ ରୈସି ସିଧାସଳଖ ଇସ୍ରାଏଲକୁ ଧମକ ଦେଇଛନ୍ତି।
ଯଦି ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ର କୌଣସି ବି ଛୋଟିଆ ପ୍ରତିଆକ୍ରମଣ ଇସ୍ରାଏଲ କରିବ, ତା’ହେଲେ ଏହାର ଜବାବରେ ତା’କୁ ବଡ଼ ଯନ୍ତ୍ରଣା ମିଳିବ ବୋଲି ବୋଲି ରାଷ୍ଟ୍ରପତି ଇବ୍ରାହିମ କହିଛନ୍ତି।
ସିରିଆର ଡାମସକସରେ ଥିବା ଇରାନର ଦୂତାବାସ ଉପରେ ଏପ୍ରିଲ ୧ରେ ଏୟାରଷ୍ଟ୍ରାଇକ ହୋଇଥିଲା। ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ। ଏହା ପଛରେ ଇସ୍ରାଏଲର ହାତ ଥିବା ଅଭିଯୋଗ କରି ଗତ ଶନିବାର ରାତିରେ ଇରାନ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଅବଶ୍ୟ ଅଧିକାଂଶ ମିସାଇଲକୁ ଇସ୍ରାଏଲ ଏୟାର ଡିଫେନ୍ସ ନଷ୍ଟ କରି ଦେଇଥିଲା। ତଥାପି କିଛି ମିସାଇଲ୍ ଇସ୍ରାଏଲର ବିଭିନ୍ନ ସ୍ଥାନରେ ମାଡ଼ ହୋଇଥିଲା।
ପ୍ରଥମଥର ପାଇଁ ଇରାନ ସିଧାସଳଖ ହମଲା କରିଥିବାରୁ ଏହାର ଜବାବ ଦେବାକୁ ଇସ୍ରାଏଲ ଯୋଜନା ଆରମ୍ଭ କରି ଦେଇଛି। ଠିକଣା ସମୟରେ ଉପଯୁକ୍ତ ଜବାବ ଇରାନକୁ ମିଳିବ ବୋଲି ଇସ୍ରାଏଲ କହିବା ପରେ ଦୁଇ ଦେଶ ମଧ୍ୟ ବିବାଦ ତୀବ୍ର ହୋଇଛି।
ଏହାକୁ ଦୃଷ୍ଟିରେ ରଖି ରୈସି କହିଛନ୍ତି, ଆମେ ସ୍ପଷ୍ଟ ଭାବେ ଘୋଷଣା କରିବାକୁ ଚାହୁଁଛୁ ଯେ ଇରାନ ସ୍ୱାର୍ଥ ବିରୋଧୀ ଛୋଟ କାର୍ଯ୍ୟାନୁଷ୍ଠାନର ଜବାବ ନିଶ୍ଚିତ ଭାବେ ଭୟଙ୍କର, ବ୍ୟାପକ ଓ ଯନ୍ତ୍ରଣାଦାୟକ ହେବ।
ଇରାନ ନିଜର ସୁରକ୍ଷା ପାଇଁ ଶନିବାର ଜବାବ ଦେଇଥିଲା। ଦୂତାବାସରେ ହମଲା କରିବାକୁ ବ୍ୟବହାର ହୋଇଥିବା ଇସ୍ରାଏଲ ବେସ୍ ବିରୋଧରେ ଅପରେସନ କରାଯାଇଥିଲା ବୋଲି ସେ କହିଛନ୍ତି। ସେହିପରି ଇସ୍ରାଏଲ ସରକାରଙ୍କୁ ସମର୍ଥନ କରୁଥିବା କିଛି ପଶ୍ଚିମ ଦେଶକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।