ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା କାଉନସିଲର
ନୀଳଗିରି,୧୩।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍ଏଏସି)ରେ କିଛିଦିନ ହେଲା ରାଜନୈତିକ ହଟଚମଟ ଲାଗି ରହିଛି। ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଆସନ୍ତା ୧୪ ତାରିଖରେ ଅନସ୍ଥା ଭୋଟ ଗ୍ରହଣ କରାଯିବ। ଏଥିପାଇଁ ପୂର୍ବରୁ ସମସ୍ତ କାଉନସିଲରଙ୍କୁ ନୋଟିସ୍ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଭାଜପାର ୧୧ଜଣ କାଉନସିଲର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା କାଉନସିଲର appeared first on Dharitri Odia News.
ନୀଳଗିରି,୧୩।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍ଏଏସି)ରେ କିଛିଦିନ ହେଲା ରାଜନୈତିକ ହଟଚମଟ ଲାଗି ରହିଛି। ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଆସନ୍ତା ୧୪ ତାରିଖରେ ଅନସ୍ଥା ଭୋଟ ଗ୍ରହଣ କରାଯିବ। ଏଥିପାଇଁ ପୂର୍ବରୁ ସମସ୍ତ କାଉନସିଲରଙ୍କୁ ନୋଟିସ୍ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଭାଜପାର ୧୧ଜଣ କାଉନସିଲର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।
ନିର୍ବାଚନରେ ନୀଳଗିରି ବିଜେଡିର ସଙ୍ଗଠନକୁ ସୁଦୃଢ଼ କରି ଏନ୍ଏସିରେ ୮ଜଣ କାଉନସିଲର ଜିତାଇବା ସହିତ ଅଧ୍ୟକ୍ଷା ପଦବୀ ହାତେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସନ୍ତୋଷ କୁମାର ଖଟୁଆ। ମାତ୍ର ୨୦୨୪ ନିର୍ବାଚନରେ ପଟ୍ଟ ପରିବର୍ତ୍ତନ କରି ଭାଜପାରେ ସାମିଲ ହୋଇଥିଲେ ଖଟୁଆ ଏବଂ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାପରେ ତାଙ୍କ ଅନୁଗତ କାଉନସିଲରମାନେ ଭାଜପାରେ ସାମିଲ ହୋଇଥିଲେ। ଗତ ଅଗଷ୍ଟ ୫ତାରିଖରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ୧୩ କାଉନସିଲରଙ୍କ ମଧ୍ୟରୁ ୧୧ଜଣଙ୍କ ଦସ୍ତଖତ ଥାଇ ୯ଜଣ କାଉନସିଲର ଜିଲାପାଳଙ୍କୁ ଭେଟି ପତ୍ର ଦେଇଥିଲେ। ଅନାସ୍ଥା ପ୍ରସ୍ତାବ ମୁତାବକ ଓଡ଼ିଶା ମ୍ୟୁନିସିପାଲ ଆଇନ ଅନୁଯାୟୀ ନୀଳଗିରି ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୪ରେ ଏନ୍ଏସି ସଭାଗୃହରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ପୂର୍ବକ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ଘୋଷଣା ହେବ।
The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା କାଉନସିଲର appeared first on Dharitri Odia News.