ମହିଳାଙ୍କୁ ମାଡ଼  ରାସ୍ତା ଅବରୋଧର ଭିଡିଓ ଭାଇରାଲ ,ଏନଏଚଆରସିରେ ଅଭିଯୋଗ

କେନ୍ଦୁଝର,୨୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ମହାଦେଇଯୋଡା ପଞ୍ଚାୟତରେ ଅନୁଷ୍ଠିତ ଏକ କମ୍ପାନୀର ଜନ ଶୁଣାଣିକୁ ଯାଉଥିବା ସ୍ଥାନୀୟ ମହିଳାମାନଙ୍କୁ କ୍ଷମତାର ଅପବ୍ୟବହାର କରି ରାସ୍ତା ଅବରୋଧ କରିବା, ମାଡ଼ ମାରିବା, ମୋବାଇଲ ଛଡେଇ ନେବା, ମୋବାଇଲ ଭାଙ୍ଗିବା, ଲାଠିରେ ପିଟି ମୁଣ୍ଡ ଫଟେଇବା ନେଇ ଯାଜପୁର ଜିଲାର ମାନବାଧିକାର କର୍ମୀ ନାରାୟଣ ରଥ ଯାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଜନ ଶୁଣାଣିକୁ କ୍ଷତିଗ୍ରସ୍ତ ଅଞ୍ଚଳର ଆସୁଥିବା ମହିଳା ମାନଙ୍କୁରାସ୍ତାରେ ପୋଲିସ […] The post ମହିଳାଙ୍କୁ ମାଡ଼  ରାସ୍ତା ଅବରୋଧର ଭିଡିଓ ଭାଇରାଲ ,ଏନଏଚଆରସିରେ ଅଭିଯୋଗ appeared first on Dharitri Odia News.

ମହିଳାଙ୍କୁ ମାଡ଼  ରାସ୍ତା ଅବରୋଧର ଭିଡିଓ ଭାଇରାଲ ,ଏନଏଚଆରସିରେ ଅଭିଯୋଗ
କେନ୍ଦୁଝର,୨୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ମହାଦେଇଯୋଡା ପଞ୍ଚାୟତରେ ଅନୁଷ୍ଠିତ ଏକ କମ୍ପାନୀର ଜନ ଶୁଣାଣିକୁ ଯାଉଥିବା ସ୍ଥାନୀୟ ମହିଳାମାନଙ୍କୁ କ୍ଷମତାର ଅପବ୍ୟବହାର କରି ରାସ୍ତା ଅବରୋଧ କରିବା, ମାଡ଼ ମାରିବା, ମୋବାଇଲ ଛଡେଇ ନେବା, ମୋବାଇଲ ଭାଙ୍ଗିବା, ଲାଠିରେ ପିଟି ମୁଣ୍ଡ ଫଟେଇବା ନେଇ ଯାଜପୁର ଜିଲାର ମାନବାଧିକାର କର୍ମୀ ନାରାୟଣ ରଥ ଯାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏହି ଜନ ଶୁଣାଣିକୁ କ୍ଷତିଗ୍ରସ୍ତ ଅଞ୍ଚଳର ଆସୁଥିବା ମହିଳା ମାନଙ୍କୁରାସ୍ତାରେ ପୋଲିସ ଅଟକାଇ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ  ମିଡିିଆରେ ଭାଇରାଲ ହେଉଥିବା ସେ ସୂଚନା ଦେଇଛନ୍ତି। ଫଳରେ ଲୋକଙ୍କ ମାନବିକଧିକାର ଉଲଂଘନ  ହୋଇଛି। ଏଣୁ ଏହାର ଯାଞ୍ଚ କରି  ଦୋଷୀ ପୋଲିସମାନଙ୍କୁ ଉଚିତ ଦଣ୍ଡଦେବା ସହ ଚାକିରିରୁ ବିଦା କରିବା ଏବଂ ପୀଡିତା ମହିଳାମାନଙ୍କୁ ଦଶଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ସେ କମିଶନଙ୍କୁ ନିବେଦନ କରିଛନ୍ତି। କମିଶନ  କେସ୍‌ ନ୍‌ଂ ୧୩୨୪/ ଆଇ ଏନ/ ୨୦୨୫ ରେ  ଅଭିଯୋଗକୁ ଗ୍ରହଣ କରିଛନ୍ତି।

The post ମହିଳାଙ୍କୁ ମାଡ଼  ରାସ୍ତା ଅବରୋଧର ଭିଡିଓ ଭାଇରାଲ ,ଏନଏଚଆରସିରେ ଅଭିଯୋଗ appeared first on Dharitri Odia News.