ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ
ଭୁବନେଶ୍ବର,୧୬।୯: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ରାସ୍ତାରେ ବେପରୁଆ ଭାବେ ୪ଟି କାର୍ ଚଳାଇ ଆତଙ୍କ ଖେଳାଇଥିଲେ । ଗୋଟିଏ କାର୍ ଫୁଟ୍ପାଥ୍କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍ ହୋଇଥିଲା। ରାଲିରେ ଯିବା ସମୟରେ ଅଭିଯୁକ୍ତମାନେ ବେପରୁଆ ଗାଡି ଚଳାଇ ଦୁର୍ଘଟଣା ମଧ୍ୟ ଘଟାଇଥିବା କୁହାଯାଉଛି। ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ […] The post ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ appeared first on Dharitri Odia News.
ଭୁବନେଶ୍ବର,୧୬।୯: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ରାସ୍ତାରେ ବେପରୁଆ ଭାବେ ୪ଟି କାର୍ ଚଳାଇ ଆତଙ୍କ ଖେଳାଇଥିଲେ । ଗୋଟିଏ କାର୍ ଫୁଟ୍ପାଥ୍କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍ ହୋଇଥିଲା।
ରାଲିରେ ଯିବା ସମୟରେ ଅଭିଯୁକ୍ତମାନେ ବେପରୁଆ ଗାଡି ଚଳାଇ ଦୁର୍ଘଟଣା ମଧ୍ୟ ଘଟାଇଥିବା କୁହାଯାଉଛି। ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ଅଭିଯୁକ୍ତମାନଙ୍କର ବେପରୁଆ ଗାଡି ଚାଳନା ରେକର୍ଡ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣା କମିସନରେଟ ପୋଲିସ ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସ୍ପେସିଆଲ ସ୍କ୍ୱାଡ଼ ଏବଂ ଲକ୍ଷ୍ମୀସାଗର ପୋଲିସ ୫ ଜଣଙ୍କୁ ଗିରଫ କରିବା ସହିତ ୨ଟି ଗାଡ଼ି ଜବତ କରିଛି।
The post ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ appeared first on Dharitri Odia News.