ଇସ୍ରାଏଲ୍‌ର ନୂଆ ନିର୍ଦ୍ଦେଶ: ଭୟରେ ଗାଜା ଛାଡୁଛନ୍ତି ଲୋକେ

ଗାଜା ସିଟି,୨୬ା୮: ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବା ବେଳେ ଯୁଦ୍ଧବିରତି ଆଶା ମଉଳିବାରେ ଲାଗିଛି। କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍‌ର ଡେଇର ଅଲ୍‌-ବାଲାହ ଛାଡ଼ି ପଳାଇବାକୁ ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ୍‌ ନୂଆ ନିର୍ଦ୍ଦେଶନାମା କରିବା ପରେ ଭୟରେ ଲୋକମାନେ ପଳାଇଯାଉଛନ୍ତି। ୧୦ ମାସ ହେଲା ହମାସ୍‌ ବିରୋଧରେ ଆକ୍ରମଣ ଜାରି ରହିଥିବାବେଳେ ଇସ୍ରାଏଲ୍‌ ଅନେକ ଥର ଅଞ୍ଚଳ ଖାଲି କରିବା ପାଇଁ ନିର୍ଦ୍ଦେଶନାମା ଜାରି କଲାଣି। ଫଳରେ ପାଲେଷ୍ଟିନୀୟଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ରବିବାରର ନିର୍ଦ୍ଦେଶ […] The post ଇସ୍ରାଏଲ୍‌ର ନୂଆ ନିର୍ଦ୍ଦେଶ: ଭୟରେ ଗାଜା ଛାଡୁଛନ୍ତି ଲୋକେ appeared first on Dharitri Odia News.

ଇସ୍ରାଏଲ୍‌ର ନୂଆ ନିର୍ଦ୍ଦେଶ: ଭୟରେ ଗାଜା ଛାଡୁଛନ୍ତି ଲୋକେ

ଗାଜା ସିଟି,୨୬ା୮: ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବା ବେଳେ ଯୁଦ୍ଧବିରତି ଆଶା ମଉଳିବାରେ ଲାଗିଛି। କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍‌ର ଡେଇର ଅଲ୍‌-ବାଲାହ ଛାଡ଼ି ପଳାଇବାକୁ ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ୍‌ ନୂଆ ନିର୍ଦ୍ଦେଶନାମା କରିବା ପରେ ଭୟରେ ଲୋକମାନେ ପଳାଇଯାଉଛନ୍ତି।

୧୦ ମାସ ହେଲା ହମାସ୍‌ ବିରୋଧରେ ଆକ୍ରମଣ ଜାରି ରହିଥିବାବେଳେ ଇସ୍ରାଏଲ୍‌ ଅନେକ ଥର ଅଞ୍ଚଳ ଖାଲି କରିବା ପାଇଁ ନିର୍ଦ୍ଦେଶନାମା ଜାରି କଲାଣି। ଫଳରେ ପାଲେଷ୍ଟିନୀୟଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ରବିବାରର ନିର୍ଦ୍ଦେଶ ପରେ ଡେଇର୍‌ ଅଲ୍‌-ବାଲାହରୁ ୨,୫୦,୦୦୦ ଲୋକ ଅନ୍ୟତ୍ର ପଳାଇଗଲେଣି। ଉକ୍ତ ଅଞ୍ଚଳକୁ ଏବେ ବିପଜ୍ଜନକ ଯୁଦ୍ଧକ୍ଷେତ୍ର ବିବେଚନା କରାଯାଉଛି।

The post ଇସ୍ରାଏଲ୍‌ର ନୂଆ ନିର୍ଦ୍ଦେଶ: ଭୟରେ ଗାଜା ଛାଡୁଛନ୍ତି ଲୋକେ appeared first on Dharitri Odia News.