ଯୁବତୀଙ୍କ ମୁଣ୍ଡରୁ ବାହାର କରାଗଲା ପୁଳା ପୁଳା ଛୁଞ୍ଚି, ୧୦ ଜଣିଆ ଟିମ୍‌ର ଅପରେସନ ସଫଳ

ସମ୍ବଲପୁର ୧୯/୦୭: ଯୁବତୀଙ୍କ ମୁଣ୍ଡରୁ ବାହାର କରାଗଲା ୭୦ ରୁ ଅଧିକ ଛୁଞ୍ଚି ।  ବଲାଙ୍ଗୀର ଭିମ ଭୋଇ ମେଡିକାଲରୁ ସ୍ଥାନାନ୍ତର ହୋଇଥିବା ଯୁବତୀଙ୍କ ଭୀମସାରରେ ହୋଇଛି ଅସ୍ତ୍ରପ୍ରଚାର । ୧୦ ଜଣିଆ ଟିମ୍‌ କରିଛନ୍ତି ଅସ୍ତ୍ରୋପଚାର । ଯୁବତୀଙ୍କ ମୁଣ୍ଡ ଭିତରୁ ୭୦ ରୁ ଅଧିକ ଇଞ୍ଜେକେସନ ଛୁଞ୍ଚି ବାହାର କରାଯାଇଛି । ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ରହିଥିବା ନେଇ ସୂଚନା ଦେଲେ ନିର୍ଦେଶକ ଭାବଗ୍ରାହୀ ରଥ । ସୂଚନା ଥାଉକି, ଯୁବତୀଙ୍କ ମୁଣ୍ଡ ଭିତରୁ ୭୩ଟି ଇଞ୍ଜେକେସନ ଛୁଞ୍ଚି ବାହାର କରାଗଲା । ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ରହିଥିବା ଭିମସାର ପକ୍ଷରୁ ସୂଚନା ମିଳିଛି । ଗତ ବିଳମ୍ବିତ ରାତ୍ରିରେ ୧୦ ଜଣିଆ ଟିମ୍ ଅସ୍ତ୍ରୋପଚାର କରିଥିବା ଜଣାପଡିଛି । ଯୁବତୀ ଜଣକ ଭୀମସାର ଆସିବା ପରେ ସର୍ଜରୀ, ଆନେସ୍ଥେସିଆ, ସର୍ଜରୀ, ମେଡିସିନ ବିଭାଗର ଡାକ୍ତରଙ୍କ ନେଇ ୧୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ଏହି ୧୦ ଜଣିଆ ଟିମ୍ ଏହି ଅସ୍ତ୍ରୋପଚାର କରି ଛୁଂଚି କାଡିଛନ୍ତି । ଟିମ୍ ମଧ୍ୟ ଭାବିନଥିଲେ ଯେ ୭୦ରୁ ଉର୍ଦ୍ଧ୍ୱ ଛୁଂଚି ଥିବ ବୋଲି । ତେବେ ଛୁଂଚି ପାଇଁ ମାଇନର ଇନଫେକସନ ଥିବା ଡାକ୍ତର କରିଛନ୍ତି । ଇନଫେକସନ ବଢିବା ଫଳରେ ଯୁବତୀ ଜଣକ ଛଟପଟ ହୋଇଥିଲେ । ଯାହା ଡାକ୍ତରଙ୍କ ଚିନ୍ତା ବଢାଇଥିଲା । ହେଲେ ଇମ୍ୟୁନିଟି ପାଓ୍ବାର ଅଧିକା ଥିବା ଫଳରେ ଇନଫେକସନ ବେଶୀ ବଢିନି ବୋଲି ଡାକ୍ତର କହିଛନ୍ତି । ଯୁବତୀ ଜଣକ ଭୀମସାରରେ ୭ ରୁ ୧୦ ଦିନ ରହିବେ ଓ

ଯୁବତୀଙ୍କ ମୁଣ୍ଡରୁ ବାହାର କରାଗଲା ପୁଳା ପୁଳା ଛୁଞ୍ଚି, ୧୦ ଜଣିଆ ଟିମ୍‌ର ଅପରେସନ ସଫଳ

ସମ୍ବଲପୁର ୧୯/୦୭: ଯୁବତୀଙ୍କ ମୁଣ୍ଡରୁ ବାହାର କରାଗଲା ୭୦ ରୁ ଅଧିକ ଛୁଞ୍ଚି ।  ବଲାଙ୍ଗୀର ଭିମ ଭୋଇ ମେଡିକାଲରୁ ସ୍ଥାନାନ୍ତର ହୋଇଥିବା ଯୁବତୀଙ୍କ ଭୀମସାରରେ ହୋଇଛି ଅସ୍ତ୍ରପ୍ରଚାର । ୧୦ ଜଣିଆ ଟିମ୍‌ କରିଛନ୍ତି ଅସ୍ତ୍ରୋପଚାର । ଯୁବତୀଙ୍କ ମୁଣ୍ଡ ଭିତରୁ ୭୦ ରୁ ଅଧିକ ଇଞ୍ଜେକେସନ ଛୁଞ୍ଚି ବାହାର କରାଯାଇଛି । ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ରହିଥିବା ନେଇ ସୂଚନା ଦେଲେ ନିର୍ଦେଶକ ଭାବଗ୍ରାହୀ ରଥ । 

ସୂଚନା ଥାଉକି, ଯୁବତୀଙ୍କ ମୁଣ୍ଡ ଭିତରୁ ୭୩ଟି ଇଞ୍ଜେକେସନ ଛୁଞ୍ଚି ବାହାର କରାଗଲା । ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ରହିଥିବା ଭିମସାର ପକ୍ଷରୁ ସୂଚନା ମିଳିଛି । ଗତ ବିଳମ୍ବିତ ରାତ୍ରିରେ ୧୦ ଜଣିଆ ଟିମ୍ ଅସ୍ତ୍ରୋପଚାର କରିଥିବା ଜଣାପଡିଛି । ଯୁବତୀ ଜଣକ ଭୀମସାର ଆସିବା ପରେ ସର୍ଜରୀ, ଆନେସ୍ଥେସିଆ, ସର୍ଜରୀ, ମେଡିସିନ ବିଭାଗର ଡାକ୍ତରଙ୍କ ନେଇ ୧୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ଏହି ୧୦ ଜଣିଆ ଟିମ୍ ଏହି ଅସ୍ତ୍ରୋପଚାର କରି ଛୁଂଚି କାଡିଛନ୍ତି । 

ଟିମ୍ ମଧ୍ୟ ଭାବିନଥିଲେ ଯେ ୭୦ରୁ ଉର୍ଦ୍ଧ୍ୱ ଛୁଂଚି ଥିବ ବୋଲି । ତେବେ ଛୁଂଚି ପାଇଁ ମାଇନର ଇନଫେକସନ ଥିବା ଡାକ୍ତର କରିଛନ୍ତି । ଇନଫେକସନ ବଢିବା ଫଳରେ ଯୁବତୀ ଜଣକ ଛଟପଟ ହୋଇଥିଲେ । ଯାହା ଡାକ୍ତରଙ୍କ ଚିନ୍ତା ବଢାଇଥିଲା । ହେଲେ ଇମ୍ୟୁନିଟି ପାଓ୍ବାର ଅଧିକା ଥିବା ଫଳରେ ଇନଫେକସନ ବେଶୀ ବଢିନି ବୋଲି ଡାକ୍ତର କହିଛନ୍ତି । ଯୁବତୀ ଜଣକ ଭୀମସାରରେ ୭ ରୁ ୧୦ ଦିନ ରହିବେ ଓ ପୁରା ସୁସ୍ଥ ହେବା ପରେ ସେ ଘରକୁ ଯିବେ ବୋଲି ଡାକ୍ତର କହିଛନ୍ତି ।