ଇରାନ-ଇସ୍ରାଏଲ ଯୁଦ୍ଧ ପରେ ପ୍ରଥମ ଥର ଟ୍ରମ୍ପଙ୍କୁ ଭେଟିବେ ନେତନ୍ୟାହୁ : ଏହିସବୁ ବିଷୟରେ କରିବେ ଆଲୋଚନା

ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ୭ଜୁଲାଇ (ସୋମବାର)ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ୍‌ ହାଉସ୍‌ରେ ସାକ୍ଷାତ୍‌ କରିବେ। ଏହି ପ୍ରମୁଖ ବୈଠକରେ ଗାଜାରେ ଯୁଦ୍ଧ ବିରତିର ପ୍ରୟାସ ଓ ଇରାନ ସହ ଜଡ଼ିତ ମାମଲା ବିଷୟରେ ଆଲୋଚନା କରାଯିବ। ଏକ୍ସପର୍ଟଙ୍କ କହିବାନୁସାରେ, ଏହି ସାକ୍ଷାତ୍‌ ଟ୍ରମ୍ପଙ୍କ ମିଡିଲ ଇଷ୍ଟରେ ଶାନ୍ତି ସ୍ଥାପିତ କରିବା ପ୍ରୟାସର ଅଂଶ। ନ୍ୟୁଜ୍‌ ଏଜେନ୍ସି ରୟଟର୍ସର ମୁତାବିକ, ବରିଷ୍ଠ ପରାମର୍ଶଦାତା ଓ ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ୍‌ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ (ସିଏସଆଇଏସ)ର ମିଡ଼ିଲ ଇଷ୍ଟ୍ ଡାଇରେକ୍ଟର ମୋନା ୟାକୁବିୟନ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ଗାଜାରେ ଅସ୍ତ୍ରବିରତିକୁ ପ୍ରାଥମିକତା ଦେଉଛନ୍ତି ଏବଂ ଏହି ମାମଲା ଦୁଇ ନେତାଙ୍କ ମିଟିଂରେ ସବୁଠୁ ଉପରେ ରହିବ। ସେ କହିଛନ୍ତି ଯେ, ଟ୍ରମ୍ପ ଅନେକ ଦିନରୁ ଏହି ଦିଗରେ ସଙ୍କେତ ଦେଉଛନ୍ତି।ଏହାସହ ମଧ୍ୟ ପଢନ୍ତୁ : ରାଜନୀତିରେ ପାଦ ଦେଲେ କିଙ୍ଗମେକର ଏଲନ ମସ୍କ , ହୋଇ ପାରିବେ କି ରାଷ୍ଟ୍ରପତି ? ଜାଣନ୍ତୁ, ଆମେରିକୀୟ ସମ୍ୱିଧାନରେ କଣ ରହିଛି ସର୍ତ୍ତଏପଟେ, ହମାସ ମଧ୍ୟ ଆମେରିକା ଦ୍ୱାରା ପ୍ରସ୍ତାବିତ ଅସ୍ତ୍ରବିରତି ପ୍ଲାନ୍ ଉପରେ ସକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଏବଂ ଆଲୋଚନା ପାଇଁ ପ୍ରସ୍ତୁତ ହେବା କଥା କହିଛନ୍ତି। ଏହି ଯୋଜନାରେ ବନ୍ଧକଙ୍କୁ ମୁକ୍ତ ଓ ଯୁଦ୍ଧ ବନ୍ଦ କରିବାକୁ ନେଇ ଆଲୋ

ଇରାନ-ଇସ୍ରାଏଲ ଯୁଦ୍ଧ ପରେ ପ୍ରଥମ ଥର ଟ୍ରମ୍ପଙ୍କୁ ଭେଟିବେ ନେତନ୍ୟାହୁ : ଏହିସବୁ ବିଷୟରେ କରିବେ ଆଲୋଚନା

ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ୭ଜୁଲାଇ (ସୋମବାର)ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ୍‌ ହାଉସ୍‌ରେ ସାକ୍ଷାତ୍‌ କରିବେ। ଏହି ପ୍ରମୁଖ ବୈଠକରେ ଗାଜାରେ ଯୁଦ୍ଧ ବିରତିର ପ୍ରୟାସ ଓ ଇରାନ ସହ ଜଡ଼ିତ ମାମଲା ବିଷୟରେ ଆଲୋଚନା କରାଯିବ। ଏକ୍ସପର୍ଟଙ୍କ କହିବାନୁସାରେ, ଏହି ସାକ୍ଷାତ୍‌ ଟ୍ରମ୍ପଙ୍କ ମିଡିଲ ଇଷ୍ଟରେ ଶାନ୍ତି ସ୍ଥାପିତ କରିବା ପ୍ରୟାସର ଅଂଶ। 

ନ୍ୟୁଜ୍‌ ଏଜେନ୍ସି ରୟଟର୍ସର ମୁତାବିକ, ବରିଷ୍ଠ ପରାମର୍ଶଦାତା ଓ ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ୍‌ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ (ସିଏସଆଇଏସ)ର ମିଡ଼ିଲ ଇଷ୍ଟ୍ ଡାଇରେକ୍ଟର ମୋନା ୟାକୁବିୟନ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ଗାଜାରେ ଅସ୍ତ୍ରବିରତିକୁ ପ୍ରାଥମିକତା ଦେଉଛନ୍ତି ଏବଂ ଏହି ମାମଲା ଦୁଇ ନେତାଙ୍କ ମିଟିଂରେ ସବୁଠୁ ଉପରେ ରହିବ। ସେ କହିଛନ୍ତି ଯେ, ଟ୍ରମ୍ପ ଅନେକ ଦିନରୁ ଏହି ଦିଗରେ ସଙ୍କେତ ଦେଉଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ରାଜନୀତିରେ ପାଦ ଦେଲେ କିଙ୍ଗମେକର ଏଲନ ମସ୍କ , ହୋଇ ପାରିବେ କି ରାଷ୍ଟ୍ରପତି ? ଜାଣନ୍ତୁ, ଆମେରିକୀୟ ସମ୍ୱିଧାନରେ କଣ ରହିଛି ସର୍ତ୍ତ

ଏପଟେ, ହମାସ ମଧ୍ୟ ଆମେରିକା ଦ୍ୱାରା ପ୍ରସ୍ତାବିତ ଅସ୍ତ୍ରବିରତି ପ୍ଲାନ୍ ଉପରେ ସକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଏବଂ ଆଲୋଚନା ପାଇଁ ପ୍ରସ୍ତୁତ ହେବା କଥା କହିଛନ୍ତି। ଏହି ଯୋଜନାରେ ବନ୍ଧକଙ୍କୁ ମୁକ୍ତ ଓ ଯୁଦ୍ଧ ବନ୍ଦ କରିବାକୁ ନେଇ ଆଲୋଚନାର ପ୍ରସ୍ତାବ ଅଛି। 

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ସେ ନେତନ୍ୟାହୁଙ୍କ ସହ ଇରାନ ବିଷୟରେ ମଧ୍ୟ ଆଲୋଚନା କରିବେ। ମୋନା ୟାକୁବିୟନଙ୍କ ଅନୁସାରେ, ଟ୍ରମ୍ପ ଓ ନେତନ୍ୟାହୁ ଉଭୟ ଇରାନକୁ ନେଇ ଏକାଭଳି ବିଚାର ରଖିଥାନ୍ତି ଏବଂ ପୂର୍ବରୁ ବି ମିଳି ସାମରିକ କାର୍ଯ୍ୟାନୁଷ୍ଠାନ କରି ସାରିଛନ୍ତି। ଏଥିରେ ଏହି ସମ୍ଭାବନା ଯେ, ଉଭୟ ନେତା ମିଶି ଆଗାମୀ ରଣନୀତି ଉପରେ ମିଳିତ ଦୃଷ୍ଟିକୋଣ ଆପଣାଇବେ। 

ଏହି ଗସ୍ତରେ ନେତନ୍ୟାହୁ ଆମେରିକାର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ୍‌ କରିବେ, ଯେଉଁଥିରେ ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ, ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗସେଥ୍‌ , ଟ୍ରମ୍ପଙ୍କ ପଶ୍ଚିମ ଏସିଆ ଦୂତ ଷ୍ଟିଭ୍‌ ୱିଟକାଫ୍‌ ଓ ବାଣିଜ୍ୟ ସଚିବ ହାୱର୍ଡ ଲଟନିକ୍‌ ସାମିଲ ଅଛନ୍ତି। 

ମୋନା ୟାକୁବିୟନ କହିଛନ୍ତି, ନେତନ୍ୟାହୁଙ୍କର ଏହି ଯାତ୍ରା କେବଳ ଇରାନରେ କରାଯାଇ ଥିବା ସାମରିକ କାର୍ଯ୍ୟାନୁଷ୍ଠାନର ସଫଳତା ଦେଖାଇବନି, ଏହା ଗାଜାରେ ସମ୍ଭାବିତ ଯୁଦ୍ଧବିରତିର ଦିଗରେ ମଧ୍ୟ ଏକ ପଦକ୍ଷେପ ରୂପେ ଦେଖାଯିବ।