ଋଷିଆରେ ଆକ୍ରମଣ ଲାଗି ଆମେରିକାକୁ ଟାର୍ଗେଟ ତାଲିକା ଦେବ ୟୁକ୍ରେନ

କିଭ : ଋଷିଆ ବିରୋଧ ଯୁଦ୍ଧରେ ୟୁକ୍ରେନକୁ ଆମେରିକାର ସହାୟତା ଓ ସମର୍ଥନ ଜାରି ରହିଛି। ଏଥିରେ ୟୁକ୍ରେନ ଅଧିକାରୀ ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ପ୍ରଶାସନକୁ ଋଷିଆରେ ସେମାନଙ୍କ ଟାର୍ଗେଟର ଏକ ସୂଚି ପ୍ରଦାନ କରିବେ ବୋଲି ଜଣାପଡିଛି। ଯାହାଦ୍ୱାରା ମସ୍କୋ ବିରୋଧରେ ଆମେରିକା ଅସ୍ତ୍ରଶସ୍ତ୍ରର ଉପଯୋଗ ନେଇ ଥିବା କଟକଣା ହଟାଇବାକୁ ଚାପ ପକାଯାଇ ପାରିବ ବୋଲି ଜନୈକ ୟୁକ୍ରେନୀୟ ସାଂସଦ ସିଏନଏନକୁ ଏକ ବୟାନରେ କହିଛନ୍ତି। ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟ ମୁଖ୍ୟ ଏଣ୍ଡ୍ରି ୟରମକ ଓ ପ୍ରତିରକ୍ଷାମନ୍ତ୍ରୀ ରୁସ୍ତମ ଉମରୋଭ ଶୁକ୍ରବାର ଆମେରିକା ଗସ୍ତରେ ଯିବେ। ସାଂସଦ କହିଛନ୍ତି ଯେ ଅଧିକାରୀ ଋଷିଆ କ୍ଷେତ୍ରରେ ଆମେରିକୀୟ ଲଙ୍ଗରେଞ୍ଜ ଅସ୍ତ୍ରଶସ୍ତ୍ରର ଉପଯୋଗ ଉପରେ ଥିବା କଟକଣା ହଟାଇବା ପାଇଁ ହ୍ୱାଇଟ ହାଉସକୁ ବୁଝେଇବାକୁ ଚେଷ୍ଟା କରିବେ। ଏଥି ପାଇଁ ପ୍ରାଥମିକତା ଥିବା ଟାର୍ଗେଟ୍ ର ଏକ ସୂଚୀ ମଧ୍ୟ ଆମେରିକୀୟ ଅଧିକାରୀଙ୍କୁ ଦିଆଯିବ। ଆମେରିକା ଅଧିକାରୀଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏଥି ପାଇଁ ପ୍ରତିରକ୍ଷାମନ୍ତ୍ରୀ ରୁସ୍ତମ ଉମରୋଭ ଶୁକ୍ରବାର ଡିଫେନ୍ସ ସେକ୍ରେଟାରୀ ଲୟଡ ଅଷ୍ଟିନଙ୍କୁ ଭେଟିବେ। ତେବେ ୟରମକ କାହାକୁ ଭେଟିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ଆମେରିକୀୟ ଅସ୍ତ୍ର ନିଶ୍ଚିତ ରୂପେ ଶତ୍ରୁର ରାଡାରରୁ ବର୍ତ୍ତିଯିବେ ଓ ୧୯୦ ମାଇଲ ଦୂରତା ପର୍ଯ୍ୟନ୍ତ ସଠିକ ଲକ୍ଷ ସନ୍ଧାନରେ

ଋଷିଆରେ ଆକ୍ରମଣ ଲାଗି ଆମେରିକାକୁ ଟାର୍ଗେଟ ତାଲିକା ଦେବ ୟୁକ୍ରେନ

କିଭ : ଋଷିଆ ବିରୋଧ ଯୁଦ୍ଧରେ ୟୁକ୍ରେନକୁ ଆମେରିକାର ସହାୟତା ଓ ସମର୍ଥନ ଜାରି ରହିଛି। ଏଥିରେ ୟୁକ୍ରେନ ଅଧିକାରୀ ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ପ୍ରଶାସନକୁ ଋଷିଆରେ ସେମାନଙ୍କ ଟାର୍ଗେଟର ଏକ ସୂଚି ପ୍ରଦାନ କରିବେ ବୋଲି ଜଣାପଡିଛି। ଯାହାଦ୍ୱାରା ମସ୍କୋ ବିରୋଧରେ ଆମେରିକା ଅସ୍ତ୍ରଶସ୍ତ୍ରର ଉପଯୋଗ ନେଇ ଥିବା କଟକଣା ହଟାଇବାକୁ ଚାପ ପକାଯାଇ ପାରିବ ବୋଲି ଜନୈକ ୟୁକ୍ରେନୀୟ ସାଂସଦ ସିଏନଏନକୁ ଏକ ବୟାନରେ କହିଛନ୍ତି। 

ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟ ମୁଖ୍ୟ ଏଣ୍ଡ୍ରି ୟରମକ ଓ ପ୍ରତିରକ୍ଷାମନ୍ତ୍ରୀ ରୁସ୍ତମ ଉମରୋଭ ଶୁକ୍ରବାର ଆମେରିକା ଗସ୍ତରେ ଯିବେ। ସାଂସଦ କହିଛନ୍ତି ଯେ ଅଧିକାରୀ ଋଷିଆ କ୍ଷେତ୍ରରେ ଆମେରିକୀୟ ଲଙ୍ଗରେଞ୍ଜ ଅସ୍ତ୍ରଶସ୍ତ୍ରର ଉପଯୋଗ ଉପରେ ଥିବା କଟକଣା ହଟାଇବା ପାଇଁ ହ୍ୱାଇଟ ହାଉସକୁ ବୁଝେଇବାକୁ ଚେଷ୍ଟା କରିବେ। ଏଥି ପାଇଁ ପ୍ରାଥମିକତା ଥିବା ଟାର୍ଗେଟ୍ ର ଏକ ସୂଚୀ ମଧ୍ୟ ଆମେରିକୀୟ ଅଧିକାରୀଙ୍କୁ ଦିଆଯିବ। ଆମେରିକା ଅଧିକାରୀଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏଥି ପାଇଁ ପ୍ରତିରକ୍ଷାମନ୍ତ୍ରୀ ରୁସ୍ତମ ଉମରୋଭ ଶୁକ୍ରବାର ଡିଫେନ୍ସ ସେକ୍ରେଟାରୀ ଲୟଡ ଅଷ୍ଟିନଙ୍କୁ ଭେଟିବେ। ତେବେ ୟରମକ କାହାକୁ ଭେଟିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  

ଆମେରିକୀୟ ଅସ୍ତ୍ର ନିଶ୍ଚିତ ରୂପେ ଶତ୍ରୁର ରାଡାରରୁ ବର୍ତ୍ତିଯିବେ ଓ ୧୯୦ ମାଇଲ ଦୂରତା ପର୍ଯ୍ୟନ୍ତ ସଠିକ ଲକ୍ଷ ସନ୍ଧାନରେ ସକ୍ଷମ ହେବ। ହେଲେ ଏଥି ପାଇଁ ୱାସିଂଟନର ଅନୁମତି ଜରୁରି। ଏହା ପୂର୍ବରୁ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲନସ୍କି ୟୁକ୍ରେନକୁ ଋଷିଆ ଭିତରକୁ ଅଧିକ ଦୂରତା ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ଅନୁମତି ଦେବା ପାଇଁ ଆମେରିକାକୁ ଆହ୍ୱାନ କରିଥିଲେ ଓ କହିଥିଲେ ଯେ ଆମେରିକୀୟ ଅସ୍ତ୍ରର ଉପଯୋଗ ଦ୍ୱାରା ୟୁକ୍ରେନ ଓ ପୁରା ବିଶ୍ୱ ନିମନ୍ତେ ଯୁଦ୍ଧ ଖୁବ୍ ଶୀଘ୍ର  ସମାପ୍ତ କରିବା ସମ୍ଭବ ହୋଇପାରିବ। 

ଚଳିତମାସ ପ୍ରାରମ୍ଭରେ ୟୁକ୍ରେନ ଋଷିଆର କୁରସ୍କ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଆକ୍ରମଣ ଆରମ୍ଭ କରିବା ପରେ ଏପରି ଦାବି କରୁଛି । ୟୁକ୍ରେନ କୁରସ୍କରେ ବିଶେଷ କରି ଆମେରିକୀୟ ଅସ୍ତ୍ରର ବ୍ୟାପକ ଉପଯୋଗ କରିଛି। ଏଥିରେ ୟୁକ୍ରେନ ବ୍ରିଟିଶ ଚ୍ୟାଲେଞ୍ଜର-୨ ଟ୍ୟାଙ୍କ ଓ ଆମେରିକା ନିର୍ମିତ ହିମାରର ଉପଯୋଗ କରିଛି। ହେଲେ ଏବେ ଆଶଙ୍କା କରାଯାଉଛି ଯଦି ଋଷିଆରେ ଆମେରିକାର  ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଉପଯୋଗର ଅନୁମତି ମିଳେ ତେବେ ଆମେରିକା ଓ ଋଷିଆ ମଧ୍ୟରେ ବିବାଦ ଉପୁଜିପାରେ।