ବିଶ୍ୱରେ ୨୦୨୪ ଜାନୁଆରୀ ଆଜି ଯାଏର ସବୁଠୁ ଗରମ ମାସ: ୟୁରୋପୀୟ ଜଳବାୟୁ ଏଜେନ୍ସି
ନୂଆଦିଲ୍ଲୀ: ୨୦୨୪ ଜାନୁଆରୀ ମାସ ଆଜି ଯାଏ ରେକର୍ଡ ହୋଇଥିବା ସବୁଠୁ ଗରମ ମାସ ପାଲଟିଛି । ଅନ୍ୟପଟେ ଗତ ୧୨ ମାସରେ ବିଶ୍ୱର ହାରାହାରି ତାପମାତ୍ରା ପ୍ୟାରିସ୍ ବୁଝାମଣାରେ ନିର୍ଦ୍ଧାରିତ ଇଣ୍ଡଷ୍ଟ୍ରିଆଲ୍ ଯୁଗ ପୂର୍ବ ସ୍ତରର ୧.୫ ଡିଗ୍ରୀ ସେଲସିୟସର ସୀମାକୁ ପାର କରିଛି । ୟୁରୋପୀୟ ଜଳବାୟୁ ଏଜେନ୍ସି ଏହି ସୂଚନା ଦେଇଛି । ଏହାର ଅର୍ଥ ପ୍ୟାରିସ୍ ବୁଝାମଣାରେ ସ୍ଥିର ୧.୫ ଡିଗ୍ରୀ ସେଲସିୟସ ସୀମାର ସ୍ଥାୟୀ ଉଲ୍ଲଂଘନ କରୁ ନାହିଁ, କାରଣ ଏହା ଅନେକ ବର୍ଷରେ ଦୀର୍ଘକାଳୀନ ଜଳବାୟୁ ପରିବର୍ତ୍ତନକୁ ଉଲ୍ଲେଖ କରୁଛି । ଗତ ବର୍ଷ ଜୁନ ପରଠୁ ପ୍ରତି ମାସ ରେକର୍ଡ ସ୍ତରରେ ସବୁଠୁ ଅଧିକ ଗରମ ମାସ ରହିଛି । ବୈଜ୍ଞାନିକମାନେ ଏହି ଅସାଧାରଣ ଗରମର କାରଣ ଅଲ ନିନୋ ଏବଂ ମାନବ ଗତିବିଧି କାରଣରୁ ହେଉଥିବା ଜଳବାୟୁ ପରିବର୍ତ୍ତନର ସଂଯୁକ୍ତ ପ୍ରଭାବ ବୋଲି ଅନୁମାନ କରୁଛନ୍ତି । ଅଲ ନିନୋ ମଧ୍ୟ-ପ୍ରଶାନ୍ତ ମହାସାଗରରେ ଜଳର ଉପର ସ୍ତରର ଅସାମାନ୍ୟ ରୂପେ ଗରମ ହେବା ଅବଧି । ପଢନ୍ତୁ: ସବୁଠୁ ଉତ୍ତପ୍ତ ରହିବ ୨୦୨୪, ପାଣିପାଗର ଅନିୟମିତତା ହେତୁ ଅନୁଭୂତ ହେବ ଅଧିକ ଗରମ ୨୦୨୪ ଜାନୁଆରୀରେ ବୈଶ୍ୱିକ ହାରାହାରି ତାପମାତ୍ରା ୧୮୫୦-୧୯୦୦ର ଜାନୁଆରୀର ହାରାହାରି ତାପମାତ୍ରାଠାରୁ ୧.୬୬ ଡିଗ୍ରୀ ଅଧିକ ଥିଲା । କପରନିକସ କ୍ଲାଇମେଟ୍ ଚେଞ୍ଜ ସର୍ଭିସ୍ (ସି3ଏସ) କହିଛି ଯେ ୨୦୨୪ ଜାନୁଆରୀ ୧୩.୧୪ ଡିଗ୍ରୀ ସେଲସିୟସର ହାରାହାରି ତାପମାତ୍ରା ସହ ୨୦୨୦ ଜାନ
ନୂଆଦିଲ୍ଲୀ: ୨୦୨୪ ଜାନୁଆରୀ ମାସ ଆଜି ଯାଏ ରେକର୍ଡ ହୋଇଥିବା ସବୁଠୁ ଗରମ ମାସ ପାଲଟିଛି । ଅନ୍ୟପଟେ ଗତ ୧୨ ମାସରେ ବିଶ୍ୱର ହାରାହାରି ତାପମାତ୍ରା ପ୍ୟାରିସ୍ ବୁଝାମଣାରେ ନିର୍ଦ୍ଧାରିତ ଇଣ୍ଡଷ୍ଟ୍ରିଆଲ୍ ଯୁଗ ପୂର୍ବ ସ୍ତରର ୧.୫ ଡିଗ୍ରୀ ସେଲସିୟସର ସୀମାକୁ ପାର କରିଛି । ୟୁରୋପୀୟ ଜଳବାୟୁ ଏଜେନ୍ସି ଏହି ସୂଚନା ଦେଇଛି । ଏହାର ଅର୍ଥ ପ୍ୟାରିସ୍ ବୁଝାମଣାରେ ସ୍ଥିର ୧.୫ ଡିଗ୍ରୀ ସେଲସିୟସ ସୀମାର ସ୍ଥାୟୀ ଉଲ୍ଲଂଘନ କରୁ ନାହିଁ, କାରଣ ଏହା ଅନେକ ବର୍ଷରେ ଦୀର୍ଘକାଳୀନ ଜଳବାୟୁ ପରିବର୍ତ୍ତନକୁ ଉଲ୍ଲେଖ କରୁଛି ।
ଗତ ବର୍ଷ ଜୁନ ପରଠୁ ପ୍ରତି ମାସ ରେକର୍ଡ ସ୍ତରରେ ସବୁଠୁ ଅଧିକ ଗରମ ମାସ ରହିଛି । ବୈଜ୍ଞାନିକମାନେ ଏହି ଅସାଧାରଣ ଗରମର କାରଣ ଅଲ ନିନୋ ଏବଂ ମାନବ ଗତିବିଧି କାରଣରୁ ହେଉଥିବା ଜଳବାୟୁ ପରିବର୍ତ୍ତନର ସଂଯୁକ୍ତ ପ୍ରଭାବ ବୋଲି ଅନୁମାନ କରୁଛନ୍ତି । ଅଲ ନିନୋ ମଧ୍ୟ-ପ୍ରଶାନ୍ତ ମହାସାଗରରେ ଜଳର ଉପର ସ୍ତରର ଅସାମାନ୍ୟ ରୂପେ ଗରମ ହେବା ଅବଧି ।
ପଢନ୍ତୁ: ସବୁଠୁ ଉତ୍ତପ୍ତ ରହିବ ୨୦୨୪, ପାଣିପାଗର ଅନିୟମିତତା ହେତୁ ଅନୁଭୂତ ହେବ ଅଧିକ ଗରମ
୨୦୨୪ ଜାନୁଆରୀରେ ବୈଶ୍ୱିକ ହାରାହାରି ତାପମାତ୍ରା ୧୮୫୦-୧୯୦୦ର ଜାନୁଆରୀର ହାରାହାରି ତାପମାତ୍ରାଠାରୁ ୧.୬୬ ଡିଗ୍ରୀ ଅଧିକ ଥିଲା । କପରନିକସ କ୍ଲାଇମେଟ୍ ଚେଞ୍ଜ ସର୍ଭିସ୍ (ସି3ଏସ) କହିଛି ଯେ ୨୦୨୪ ଜାନୁଆରୀ ୧୩.୧୪ ଡିଗ୍ରୀ ସେଲସିୟସର ହାରାହାରି ତାପମାତ୍ରା ସହ ୨୦୨୦ ଜାନୁଆରୀ ତୁଳନାରେ ୦.୧୨ ଡିଗ୍ରୀ ସେଲସିୟସ ଅଧିକ ଗରମ ରହିଥିଲା । ଏହା ପୂର୍ବରୁ ୨୦୨୦ର ଜାନୁଆରୀ ମାସ ସବୁଠୁ ଗରମ ମାସ ଥିଲା ।
ସି3ଏସର ବୈଜ୍ଞାନିକ କହିଛନ୍ତି ଯେ ଗତ ୧୨ ମାସ (୨୦୨୩ ଫେବ୍ରୁଆରୀ-୨୦୨୪ ଜାନୁଆରୀ)ର ବୈଶ୍ୱିକ ହାରାହାରି ତାପମାତ୍ରା ରେକର୍ଡରେ ସବୁଠୁ ଅଧିକ ଥିଲା ଏବଂ ୧୮୫୦-୧୯୦୦ ଉଦ୍ୟୋଗୀକ କାଳ ପୂର୍ବର ହାରାହାରିଠାରୁ ୧.୨ ଡିଗ୍ରୀ ଅଧିକ ଥିଲା ।
The post ବିଶ୍ୱରେ ୨୦୨୪ ଜାନୁଆରୀ ଆଜି ଯାଏର ସବୁଠୁ ଗରମ ମାସ: ୟୁରୋପୀୟ ଜଳବାୟୁ ଏଜେନ୍ସି appeared first on Prameya News7.