ଶେଷ ହେବ ସଂସଦର ଅଚଳାବସ୍ଥା ! ସର୍ବଦଳୀୟ ବୈଠକ ପରେ ସମ୍ୱିଧାନ ଉପରେ ଚର୍ଚ୍ଚା ପାଇଁ ସହମତି
ନୂଆଦିଲ୍ଲୀ: ଶୀତ ଅଧିବେଶନ ଆରମ୍ଭରୁ ହିଁ ସଂସଦରେ ଅଚଳାବସ୍ଥା ଜାରି ରହିଛି । ତେବେ ସୋମବାର ହୋଇଥିବା ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀ ଗୃହ ଚଲାଇବା ଉପରେ ସହମତ ହୋଇଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ସମ୍ୱିଧାନ ଉପରେ ଚର୍ଚ୍ଚା ପାଇଁ ସହମତ ହୋଇଛନ୍ତି । ମଙ୍ଗଳବାରଠାରୁ ଗୃହ କାର୍ଯ୍ୟ ସ୍ୱଭାବିକ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଆଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଲୋକସଭାରେ ଡିସେମ୍ୱର ୧୩ ଏବଂ ୧୪ରେ ସମ୍ୱିଧାନ ଉପରେ ଚର୍ଚ୍ଚା କରାଯିବ । ଅନ୍ୟପଟେ ରାଜ୍ୟସଭାରେ ଏହା ଉପରେ ଡିସେମ୍ୱର ୧୬-୧୭ରେ ଚର୍ଚ୍ଚା କରାଯିବ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ଅଭିଯୋଗ ଯେ ସଂସଦରେ ସମ୍ୱିଧାନ ଉପରେ ଚର୍ଚ୍ଚା ହେବା ଦରକାର, ଫଳରେ ନୂଆ ପିଢି ଏହା ବିଷୟରେ ଜାଣିବାର ସୁଯୋଗ ପାଇପାରିବେ ।କଂଗ୍ରେସ ସୋମବାର ସକାଳେ କହିଥିଲା ଯେ ବିରୋଧୀ ଦଳ ସଂସଦର ଉଭୟ ଗୃହକାର୍ଯ୍ୟ ସ୍ୱଭାବିକ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଏଥିପାଇଁ ସମ୍ୱିଧାନ ଉପରେ ଚର୍ଚ୍ଚା ହେବା ଦରକାର । ସରକାର ନିଜେ ଏହି ପ୍ରତିଶ୍ରୁତି ଦେଇଥିଲେ । ବିରୋଧୀ ଇଣ୍ଡି ମେଣ୍ଟର ସଦସ୍ୟ ଦଳଗୁଡ଼ିକର ବୈଠକ ପରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଥିଲେ ଯେ ସରକାର ସମ୍ୱିଧାନ ଉପରେ ଚର୍ଚ୍ଚା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାହା ପୂରଣ କରିବା ଦରକାର ।ଭାରତୀୟ ସମ୍ୱିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦରେ ବିଶେଷ ଚର୍ଚ୍ଚା
ନୂଆଦିଲ୍ଲୀ: ଶୀତ ଅଧିବେଶନ ଆରମ୍ଭରୁ ହିଁ ସଂସଦରେ ଅଚଳାବସ୍ଥା ଜାରି ରହିଛି । ତେବେ ସୋମବାର ହୋଇଥିବା ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀ ଗୃହ ଚଲାଇବା ଉପରେ ସହମତ ହୋଇଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ସମ୍ୱିଧାନ ଉପରେ ଚର୍ଚ୍ଚା ପାଇଁ ସହମତ ହୋଇଛନ୍ତି । ମଙ୍ଗଳବାରଠାରୁ ଗୃହ କାର୍ଯ୍ୟ ସ୍ୱଭାବିକ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଆଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଲୋକସଭାରେ ଡିସେମ୍ୱର ୧୩ ଏବଂ ୧୪ରେ ସମ୍ୱିଧାନ ଉପରେ ଚର୍ଚ୍ଚା କରାଯିବ । ଅନ୍ୟପଟେ ରାଜ୍ୟସଭାରେ ଏହା ଉପରେ ଡିସେମ୍ୱର ୧୬-୧୭ରେ ଚର୍ଚ୍ଚା କରାଯିବ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ଅଭିଯୋଗ ଯେ ସଂସଦରେ ସମ୍ୱିଧାନ ଉପରେ ଚର୍ଚ୍ଚା ହେବା ଦରକାର, ଫଳରେ ନୂଆ ପିଢି ଏହା ବିଷୟରେ ଜାଣିବାର ସୁଯୋଗ ପାଇପାରିବେ ।
କଂଗ୍ରେସ ସୋମବାର ସକାଳେ କହିଥିଲା ଯେ ବିରୋଧୀ ଦଳ ସଂସଦର ଉଭୟ ଗୃହକାର୍ଯ୍ୟ ସ୍ୱଭାବିକ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଏଥିପାଇଁ ସମ୍ୱିଧାନ ଉପରେ ଚର୍ଚ୍ଚା ହେବା ଦରକାର । ସରକାର ନିଜେ ଏହି ପ୍ରତିଶ୍ରୁତି ଦେଇଥିଲେ । ବିରୋଧୀ ଇଣ୍ଡି ମେଣ୍ଟର ସଦସ୍ୟ ଦଳଗୁଡ଼ିକର ବୈଠକ ପରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଥିଲେ ଯେ ସରକାର ସମ୍ୱିଧାନ ଉପରେ ଚର୍ଚ୍ଚା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାହା ପୂରଣ କରିବା ଦରକାର ।
ଭାରତୀୟ ସମ୍ୱିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦରେ ବିଶେଷ ଚର୍ଚ୍ଚା ଆୟୋଜନ କରାଯିବ । ଏହି ଐତିହାସିକ ଚର୍ଚ୍ଚାରେ ଭାରତୀୟ ସମ୍ୱିଧାନର ମୂଳ ଭାବନା, ଏହାର ବିକାଶ ଏବଂ ଦେଶର ପ୍ରଗତିରେ ଏହାର ଭୂମିକା ଉପରେ ବିଚାର କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚର୍ଚ୍ଚାରେ ସାମିଲ ହୋଇ ନିଜ ବିଚାର ରଖିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ଏହି ଚର୍ଚ୍ଚାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ କରିପାରେ ।