IPL ୨୦୨୫ର ଦୁଇ ସପ୍ତାହ ପୂର୍ବରୁ ବଦଳିଲା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌, ସାମିଲ ହେଲେ…

ନୂଆଦିଲ୍ଲୀ,୮।୩: ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଏହି ଟୁର୍ନାମେଣ୍ଟରେ ଏହାର ପ୍ରଥମ ମ୍ୟାଚ୍‌ ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ। କିନ୍ତୁ ଏହାର ପ୍ରାୟ ୨ ସପ୍ତାହ ପୂର୍ବରୁ MI ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ଆଫ୍ରିକାର ପେସ ବୋଲିଂ ଅଲରାଉଣ୍ଡର ଲିଜାର୍ଡ ୱିଲିୟମ୍ସ ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ନିଲାମ ସମୟରେ ମୁମ୍ବାଇ ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା। ମୁମ୍ବାଇ […] The post IPL ୨୦୨୫ର ଦୁଇ ସପ୍ତାହ ପୂର୍ବରୁ ବଦଳିଲା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌, ସାମିଲ ହେଲେ… appeared first on Dharitri Odia News.

IPL ୨୦୨୫ର ଦୁଇ ସପ୍ତାହ ପୂର୍ବରୁ ବଦଳିଲା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌, ସାମିଲ ହେଲେ…

ନୂଆଦିଲ୍ଲୀ,୮।୩: ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଏହି ଟୁର୍ନାମେଣ୍ଟରେ ଏହାର ପ୍ରଥମ ମ୍ୟାଚ୍‌ ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ। କିନ୍ତୁ ଏହାର ପ୍ରାୟ ୨ ସପ୍ତାହ ପୂର୍ବରୁ MI ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ଆଫ୍ରିକାର ପେସ ବୋଲିଂ ଅଲରାଉଣ୍ଡର ଲିଜାର୍ଡ ୱିଲିୟମ୍ସ ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ନିଲାମ ସମୟରେ ମୁମ୍ବାଇ ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା। ମୁମ୍ବାଇ ତାଙ୍କ ସ୍ଥାନରେ ଦଳରେ ଜଣେ ଶକ୍ତିଶାଳୀ ଖେଳାଳିଙ୍କୁ ସାମିଲ କରିଛି। ଏହି ଖେଳାଳି SA୨୦ ରେ MI ଫ୍ରାଞ୍ଚାଇଜ ଚାମ୍ପିଅନ ମଧ୍ୟ ହୋଇଛନ୍ତି। ସେ ହେଲେ କର୍ବିନ ବୋଶ।

କର୍ବିନ ବୋଶ SA୨୦ରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ରାଞ୍ଚାଇଜ MI କେପ ଟାଉନ୍‌ର ଅଂଶ ଥିଲେ। ଗତ ମାସରେ ଶେଷ ହୋଇଥିବା ଏହି ଲିଗରେ ସେ ପ୍ରଥମ ଥର ପାଇଁ MIକୁ ଚାମ୍ପିଅନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ସମଗ୍ର ସିଜିନରେ ୮ଟି ମ୍ୟାଚ ଖେଳି ୧୧ ଉଇକେଟ ନେଇଥିଲେ। ୩୦ ବର୍ଷୀୟ କର୍ବିନ ମଧ୍ୟ ଜଣେ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର। ଡାହାଣ ହାତରେ ବୋଲିଂ କରିବା ବ୍ୟତୀତ ସେ ବ୍ୟାଟିଂରେ ମଧ୍ୟ ବିଶେଷଜ୍ଞ।

ଗତ କିଛି ମାସ ମଧ୍ୟରେ, ସେ ଲିଗ କ୍ରିକେଟ ଏବଂ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ପ୍ରଦର୍ଶନ ଦ୍ୱାରା ବହୁତ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଅଭିଜ୍ଞତା ବହୁତ କମ। ସେ ଗତ ବର୍ଷ ପାକିସ୍ତାନ ବିପକ୍ଷରେ ତାଙ୍କର ଟେଷ୍ଟ ଏବଂ ଦିନିକିଆ ଡେବ୍ୟୁ କରିଥିଲେ। ସେ ତ୍ରିରାଷ୍ଟ୍ରୀୟ ସିରିଜରେ ମଧ୍ୟ ଗୋଟିଏ ମ୍ୟାଚ ଖେଳିଥିଲେ।

ବୋଶ ଏପର୍ଯ୍ୟନ୍ତ ତାଙ୍କର ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିନାହାନ୍ତି। ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାର ୧୯ ବର୍ଷରୁ କମ ଦଳର ମଧ୍ୟ ଅଂଶ ଥିଲେ। ହେଲେ କର୍ବିନ ବୋଶଙ୍କର ଆଇପିଏଲରେ ଖେଳିବାର ଅଭିଜ୍ଞତା ନାହିଁ। କିନ୍ତୁ IPL ୨୦୨୨ ସିଜିନରେ, ସେ ରାଜସ୍ଥାନ ରୟାଲ୍ସ ସହିତ ନେଟ ବୋଲର ଭାବରେ ଜଡିତ ଥିଲେ।

କର୍ବିନ ପାକିସ୍ତାନ ବିପକ୍ଷରେ ଖେଳିଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ୮୧ ରନ କରିଥିଲେ ଏବଂ ୫ ଉଇକେଟ ନେଇଥିଲେ। ସେ ୨ଟି ଦିନିକିଆରେ ୫୫ ରନ କରିଛନ୍ତି ଏବଂ ୨ଟି ଉଇକେଟ ମଧ୍ୟ ନେଇଛନ୍ତି। ଟି-୨୦ ବିଷୟରେ କହିବାକୁ ଗଲେ, ସେ ୮୬ଟି ମ୍ୟାଚ୍‌ରେ ୬୬୩ ରନ ଏବଂ ୫୯ ଉଇକେଟ ନେଇଛନ୍ତି।

The post IPL ୨୦୨୫ର ଦୁଇ ସପ୍ତାହ ପୂର୍ବରୁ ବଦଳିଲା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌, ସାମିଲ ହେଲେ… appeared first on Dharitri Odia News.