୩୭୦ ପାଇଁ ଆନ୍ଦୋଳନ କରିବ ଇଣ୍ଡିଆ

ଜମ୍ମୁ,୨୬ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ପୁନଃ ଅବସ୍ଥାପିତ ନ କଲେ ଇଣ୍ଡିଆ ବ୍ଲକ୍‌ ସଡ଼କରୁ ସଂସଦ ପର୍ଯ୍ୟନ୍ତ ପୂର୍ଣ୍ଣ ବଳ ପ୍ରୟୋଗ ପୂର୍ବକ ଆନ୍ଦୋଳନ କରିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଜମ୍ମୁରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରକୁ ଏଭଳି ଚେତାବନୀ ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, କଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ-କଶ୍ମୀର […] The post ୩୭୦ ପାଇଁ ଆନ୍ଦୋଳନ କରିବ ଇଣ୍ଡିଆ appeared first on Dharitri Odia News.

୩୭୦ ପାଇଁ ଆନ୍ଦୋଳନ କରିବ ଇଣ୍ଡିଆ

ଜମ୍ମୁ,୨୬ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ପୁନଃ ଅବସ୍ଥାପିତ ନ କଲେ ଇଣ୍ଡିଆ ବ୍ଲକ୍‌ ସଡ଼କରୁ ସଂସଦ ପର୍ଯ୍ୟନ୍ତ ପୂର୍ଣ୍ଣ ବଳ ପ୍ରୟୋଗ ପୂର୍ବକ ଆନ୍ଦୋଳନ କରିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଜମ୍ମୁରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରକୁ ଏଭଳି ଚେତାବନୀ ଦେଇଛନ୍ତି।
ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, କଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ-କଶ୍ମୀର ଓ ଲଦାଖ)ରେ ପରିଣତ କରିଦେବା କଶ୍ମୀରବାସୀଙ୍କ ପ୍ରତି ଅତି ଅନ୍ୟାୟ, ଯାହାକି ଭାରତର ଇତିହାସରେ କେବେ ଦେଖିବାକୁ ମିଳି ନ ଥିଲା। ଭବିଷ୍ୟତରେ ମଧ୍ୟ ଏପରି ହେବା ଅନୁଚିତ। ‘ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେଉଛି, ଏହି ନିର୍ବାଚନ ପରେ ଭାଜପା ଯଦି ରାଜ୍ୟ ମାନ୍ୟତା ନ ଫେରାଏ ତେବେ ଇଣ୍ଡିଆ ମେଣ୍ଟ ଲୋକ ସଭା, ରାଜ୍ୟ ସଭା ଏବଂ ଏପରି କି ରାସ୍ତାରେ ମଧ୍ୟ ଆନ୍ଦୋଳନ କରିବ।‘ ଏହି ଅବସରରେ ରାହୁଲ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେହିପରି କେତେଜଣ ବ୍ୟବସାୟୀଙ୍କ ରାସ୍ତା ସଫା କରିବା ପାଇଁ କେନ୍ଦ୍ର ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ଆଣିଥିଲା ବୋଲି ସେ କହିଛନ୍ତି।

The post ୩୭୦ ପାଇଁ ଆନ୍ଦୋଳନ କରିବ ଇଣ୍ଡିଆ appeared first on Dharitri Odia News.