କାନ୍ଧରେ ବ୍ୟାଟିଂ, ଗୋଡରେ ବୋଲିଂ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ଏହି ଖେଳାଳି: ଦେଖନ୍ତୁ ଭିଡିଓ

ଶ୍ରୀନଗର: କୁହାଯାଏ ଯେ ତୁମେ ଯାହା ମନ ସ୍ଥିର କର, ତାହା ସମ୍ପନ୍ନ ହୁଏ। କାର୍ଯ୍ୟଟି ଯେତେ ଚ୍ୟାଲେଞ୍ଜିଂ ହେଉନା କାହିଁକି, ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ଠାର ଆବଶ୍ୟକତା ରହିଛି। ଜମ୍ମୁ-କାଶ୍ମୀରର ବିଜବେହାରାରୁ ଏଭଳି ଖବରସାମ୍ନାକୁ ଆସିଛି। ବିଜବେହାରର ୱାଗାମା ଗାଁର ୩୪ ବର୍ଷିୟ ଭିନ୍ନକ୍ଷମ କ୍ରିକେଟର ଆମୀର ହୁସେନ ଲୋନଙ୍କ କାହାଣୀ ମଧ୍ୟ ହୃଦୟସ୍ପର୍ଶୀ। ଏଏନଆଇ ରିପୋର୍ଟ ଅନୁଯାୟୀ, ଆମୀର ହୁସେନ ବର୍ତ୍ତମାନ ଜମ୍ମୁ-କାଶ୍ମୀରର ପାରା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ୨୦୧୩ରୁ ଜଣେ […] The post କାନ୍ଧରେ ବ୍ୟାଟିଂ, ଗୋଡରେ ବୋଲିଂ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ଏହି ଖେଳାଳି: ଦେଖନ୍ତୁ ଭିଡିଓ appeared first on Dharitri Odia News.

କାନ୍ଧରେ ବ୍ୟାଟିଂ, ଗୋଡରେ ବୋଲିଂ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ଏହି ଖେଳାଳି: ଦେଖନ୍ତୁ ଭିଡିଓ

ଶ୍ରୀନଗର: କୁହାଯାଏ ଯେ ତୁମେ ଯାହା ମନ ସ୍ଥିର କର, ତାହା ସମ୍ପନ୍ନ ହୁଏ। କାର୍ଯ୍ୟଟି ଯେତେ ଚ୍ୟାଲେଞ୍ଜିଂ ହେଉନା କାହିଁକି, ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ଠାର ଆବଶ୍ୟକତା ରହିଛି। ଜମ୍ମୁ-କାଶ୍ମୀରର ବିଜବେହାରାରୁ ଏଭଳି ଖବରସାମ୍ନାକୁ ଆସିଛି। ବିଜବେହାରର ୱାଗାମା ଗାଁର ୩୪ ବର୍ଷିୟ ଭିନ୍ନକ୍ଷମ କ୍ରିକେଟର ଆମୀର ହୁସେନ ଲୋନଙ୍କ କାହାଣୀ ମଧ୍ୟ ହୃଦୟସ୍ପର୍ଶୀ।
ଏଏନଆଇ ରିପୋର୍ଟ ଅନୁଯାୟୀ, ଆମୀର ହୁସେନ ବର୍ତ୍ତମାନ ଜମ୍ମୁ-କାଶ୍ମୀରର ପାରା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ୨୦୧୩ରୁ ଜଣେ ଶିକ୍ଷକ ତାଙ୍କ କ୍ରିକେଟ ପ୍ରତିଭା ଆବିଷ୍କାର କରି ତାଙ୍କୁ ପାରା କ୍ରିକେଟ ସହିତ ପରିଚିତ କରାଇବା ପରେ ଆମୀର ବୃତ୍ତିଗତ ଭାବରେ କ୍ରିକେଟ ଖେଳୁଥିଲେ। ସେ ଗୋଡ ବ୍ୟବହାର କରି ବୋଲିଂ କରନ୍ତି ଏବଂ କାନ୍ଧ ଏବଂ ବେକ ମଧ୍ୟରେ ବ୍ୟାଟ ଧରି ଖେଳନ୍ତି।
ଆମିର କହିଛନ୍ତି ଯେ ସେ ବଲକୁ ମାରିବା ପାଇଁ ନିଜ ବେକ ଏବଂ କାନ୍ଧ ମଧ୍ୟରେ ବ୍ୟାଟ ଧରି ଅଭ୍ୟାସ କରିଥିଲେ। ତାଙ୍କ ଡାହାଣ ପାଦର ଦୁଇ ଆଙ୍ଗୁଠି ବ୍ୟବହାର କରି ଭିତର ଓ ବାହାରକୁ ସୁଇଙ୍ଗ ଶିଖିଲେ।

The post କାନ୍ଧରେ ବ୍ୟାଟିଂ, ଗୋଡରେ ବୋଲିଂ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ଏହି ଖେଳାଳି: ଦେଖନ୍ତୁ ଭିଡିଓ appeared first on Dharitri Odia News.