ସିରିଜ ଆରମ୍ଭରୁ ଶ୍ରୀଲଙ୍କା ଦଳକୁ ବଡ଼ ଧକ୍କା
ପାଲିକେଲ,୨୫ା୭: ଶନିବାରଠାରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରୁ ଶ୍ରୀଲଙ୍କା ପେସ୍ ବୋଲର ନୁଓ୍ବାନ ଥୁସାରା ବାଦ୍ ପଡ଼ିଛନ୍ତି। ବୁଧବାର ଟ୍ରେନିଂ ବେଳେ ତାଙ୍କର ଗୋଟିଏ ଆଙ୍ଗୁଠିରେ ଆଘାତ ଲାଗିଛି। ଯଦିଓ ତାଙ୍କର ଅଣ ବୋଲିଂ ହାତରେ ଆଘାତ ଲାଗିଛି ଏହା ଗୁରୁତର ଥିବାରୁ ସେ ଏହି ସିରିଜରୁ ଓହରିଯିବା ଲାଗି ବାଧ୍ୟ ହୋଇଛନ୍ତି। ତାଙ୍କ ସ୍ଥାନରେ ପେସ୍ ବୋଲର ଦିଲ୍ସାନ ମଦୁସାନକାଙ୍କୁ ନିଆଯାଇଛି। ଧୂସାରାଙ୍କ ଇଞ୍ଜୁରି ଶ୍ରୀଲଙ୍କା କ୍ରିକେଟ ଦଳକୁ […] The post ସିରିଜ ଆରମ୍ଭରୁ ଶ୍ରୀଲଙ୍କା ଦଳକୁ ବଡ଼ ଧକ୍କା appeared first on Dharitri Odia News.
ପାଲିକେଲ,୨୫ା୭: ଶନିବାରଠାରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରୁ ଶ୍ରୀଲଙ୍କା ପେସ୍ ବୋଲର ନୁଓ୍ବାନ ଥୁସାରା ବାଦ୍ ପଡ଼ିଛନ୍ତି। ବୁଧବାର ଟ୍ରେନିଂ ବେଳେ ତାଙ୍କର ଗୋଟିଏ ଆଙ୍ଗୁଠିରେ ଆଘାତ ଲାଗିଛି। ଯଦିଓ ତାଙ୍କର ଅଣ ବୋଲିଂ ହାତରେ ଆଘାତ ଲାଗିଛି ଏହା ଗୁରୁତର ଥିବାରୁ ସେ ଏହି ସିରିଜରୁ ଓହରିଯିବା ଲାଗି ବାଧ୍ୟ ହୋଇଛନ୍ତି।
ତାଙ୍କ ସ୍ଥାନରେ ପେସ୍ ବୋଲର ଦିଲ୍ସାନ ମଦୁସାନକାଙ୍କୁ ନିଆଯାଇଛି। ଧୂସାରାଙ୍କ ଇଞ୍ଜୁରି ଶ୍ରୀଲଙ୍କା କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ଫର୍ମରେ ଥିବା ଧୁସାରା ଗତ ମାସରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍ରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ।
ଟୁର୍ନାମେଣ୍ଟରେ ସେ ତିନୋଟି ମ୍ୟାଚ ଖେଳି ୫.୬୨ ଇକୋନୋମି ରେଟ୍ରେ ୮ ଉଇକେଟ ଅକ୍ତିଆର କରିଥିଲେ। ତାଙ୍କର ଶ୍ରେଷ୍ଠ ଫିଗର ୪/୧୮ରହିଥିଲା। ସିରିଜରୁ ବାଦ୍ ପଡ଼ିବାରେ ଧୁସାରା ହେଉଛନ୍ତି ଶ୍ରୀଲଙ୍କାର ଦ୍ୱିତୀୟ ପେସ୍ ବୋଲର। ପୂର୍ବରୁ ଅସୁସ୍ଥତା ହେତୁ ଦୁଷ୍ମନ୍ତ ଚାମିରା ଦଳରୁ ଓହରିଯାଇ ସାରିଛନ୍ତି। ତାଙ୍କ ସ୍ଥାନରେ ଦଳରେ ଅସିଥା ଫର୍ନାଣ୍ଡୋଙ୍କୁ ସାମିଲ କରାଯାଇଛି।
The post ସିରିଜ ଆରମ୍ଭରୁ ଶ୍ରୀଲଙ୍କା ଦଳକୁ ବଡ଼ ଧକ୍କା appeared first on Dharitri Odia News.