କଙ୍ଗୋରେ ପହଞ୍ଚିଲା Mpox ଟିକା, ପ୍ରଥମେ ଗୁରୁତର ରୋଗୀଙ୍କୁ ଦିଆଯିବ ଭ୍ୟାକ୍ସିନ
ନୂଆଦିଲ୍ଲୀ: କଙ୍ଗୋକୁ ମିଳିଲା ମଙ୍କି ପକ୍ସ ଭ୍ୟାକ୍ସିନ୍। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ପହଞ୍ଚିଛି ଏମ୍ ପକ୍ସ ଭ୍ୟାକ୍ସିନ। ଏହାର ପ୍ରଥମ ବ୍ୟାଚ୍ mpox ଟିକା ଗ୍ରହଣ କରିବା ପରେ ଏହି ରୋଗକୁ ରୋକିବାରେ ସହାୟକ ହେବ ବୋଲି ଆଶା କରିଛନ୍ତି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ। କଙ୍ଗୋରେ ଏହି ଭାଇରସ କାୟା ବିସ୍ତାର କରିଛି। ପଡୋଶୀ ଦେଶ ତଥା ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବାରେ କଙ୍ଗୋ ହେଉଛି ଏହି ଭାଇରସ୍ର ହବ୍। ଆଫ୍ରିକାରେ ଟିକା ଅଭାବ ଯୋଗୁଁ ଅନେକ ମାରାତ୍ମକ ରୋଗକୁ ରୋକିବାରେ ସମସ୍ୟା ଉପୁଜିଛି।ବିମାନ ବନ୍ଦରରେ ରଏଟର୍ସ ସାମ୍ବାଦିକମାନେ କହିଛନ୍ତି ଯେ ବାଭରିଆନ୍ ନର୍ଡିକ୍ ଦ୍ୱାରା ନିର୍ମିତ ଏହି ଭ୍ୟାକ୍ସିନକୁ ୟୁରୋପୀୟ ୟୁନିଅନ୍ ଦ୍ୱାରା କଙ୍ଗୋକୁ ଦାନ କରିବା ନେଇ ନିଷ୍ପତ୍ତି ନେଇଥିଲା। ତେବେ ସ୍ୱତନ୍ତ୍ର ବିମାନରେ ରାଜଧାନୀ କିନ୍ସାସାରେ ପହଞ୍ଚାଯାଇଥିଲା। କଙ୍ଗୋର ସ୍ୱାସ୍ଥ୍ୟମନ୍ତ୍ରୀ ସାମୁଏଲ ରୋଜର କାମ୍ବା ମୁଲାମ୍ବା ଗଣମାଧ୍ୟମକୁ କହିଛନ୍ତି ଯେ ଅଧିକ ପ୍ରଭାବିତ ଥିବା ପ୍ରଦେଶରେ ପ୍ରଥମେ ଭ୍ୟାକ୍ସିନ ଅଭିଯାନ ଆରମ୍ଭ ହେବ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଆଠ ମାସରେ କଙ୍ଗୋରେ ୧୯୭୧୦ ସନ୍ଦେହଜନକ ମାମଲା ରିପୋର୍ଟ ହୋଇଥିଲା। ସେଥିମଧ୍ୟରୁ ୫୦୪୧ ଜଣ ନିଶ୍ଚିତ ହୋଇଥିଲେ ଏବଂ ୬୫୫ ଜଣ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା।
ନୂଆଦିଲ୍ଲୀ: କଙ୍ଗୋକୁ ମିଳିଲା ମଙ୍କି ପକ୍ସ ଭ୍ୟାକ୍ସିନ୍। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ପହଞ୍ଚିଛି ଏମ୍ ପକ୍ସ ଭ୍ୟାକ୍ସିନ। ଏହାର ପ୍ରଥମ ବ୍ୟାଚ୍ mpox ଟିକା ଗ୍ରହଣ କରିବା ପରେ ଏହି ରୋଗକୁ ରୋକିବାରେ ସହାୟକ ହେବ ବୋଲି ଆଶା କରିଛନ୍ତି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ। କଙ୍ଗୋରେ ଏହି ଭାଇରସ କାୟା ବିସ୍ତାର କରିଛି।
ପଡୋଶୀ ଦେଶ ତଥା ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବାରେ କଙ୍ଗୋ ହେଉଛି ଏହି ଭାଇରସ୍ର ହବ୍। ଆଫ୍ରିକାରେ ଟିକା ଅଭାବ ଯୋଗୁଁ ଅନେକ ମାରାତ୍ମକ ରୋଗକୁ ରୋକିବାରେ ସମସ୍ୟା ଉପୁଜିଛି।
ବିମାନ ବନ୍ଦରରେ ରଏଟର୍ସ ସାମ୍ବାଦିକମାନେ କହିଛନ୍ତି ଯେ ବାଭରିଆନ୍ ନର୍ଡିକ୍ ଦ୍ୱାରା ନିର୍ମିତ ଏହି ଭ୍ୟାକ୍ସିନକୁ ୟୁରୋପୀୟ ୟୁନିଅନ୍ ଦ୍ୱାରା କଙ୍ଗୋକୁ ଦାନ କରିବା ନେଇ ନିଷ୍ପତ୍ତି ନେଇଥିଲା। ତେବେ ସ୍ୱତନ୍ତ୍ର ବିମାନରେ ରାଜଧାନୀ କିନ୍ସାସାରେ ପହଞ୍ଚାଯାଇଥିଲା। କଙ୍ଗୋର ସ୍ୱାସ୍ଥ୍ୟମନ୍ତ୍ରୀ ସାମୁଏଲ ରୋଜର କାମ୍ବା ମୁଲାମ୍ବା ଗଣମାଧ୍ୟମକୁ କହିଛନ୍ତି ଯେ ଅଧିକ ପ୍ରଭାବିତ ଥିବା ପ୍ରଦେଶରେ ପ୍ରଥମେ ଭ୍ୟାକ୍ସିନ ଅଭିଯାନ ଆରମ୍ଭ ହେବ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଆଠ ମାସରେ କଙ୍ଗୋରେ ୧୯୭୧୦ ସନ୍ଦେହଜନକ ମାମଲା ରିପୋର୍ଟ ହୋଇଥିଲା। ସେଥିମଧ୍ୟରୁ ୫୦୪୧ ଜଣ ନିଶ୍ଚିତ ହୋଇଥିଲେ ଏବଂ ୬୫୫ ଜଣ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା।