ଅର୍ଥମନ୍ତ୍ରୀ ଏ ଶୀତଋତୁରେ ଲୋକଙ୍କ ଉପରେ ଥଣ୍ଡାପାଣି ଢାଳିଦେଲେ: ପ୍ରିୟଙ୍କା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକ ସଭାରେ ୨୦୨୪ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ସୀତାରମଣଙ୍କ ଷଷ୍ଠ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବାର୍ଷିକ ବଜେଟ୍। ଏହି ବଜେଟ୍କୁ ନେଇ ବିରୋଧୀମାନେ ନାନା ସମାଲୋଚନା କରିଛନ୍ତି। ଶିବସେନା ଦଳର ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ଅର୍ଥମନ୍ତ୍ରୀ ଏହି ଶୀତଋତୁରେ ଦେଶର ଲୋକଙ୍କ ଆଶା ଉପରେ ଥଣ୍ଡାପାଣି ଢାଳିଛନ୍ତି। ଗରିବ, ଯୁବକ ଏବଂ ମହିଳାଙ୍କ ପାଇଁ କିଛି କରାଯାଇ ନାହିଁ। […] The post ଅର୍ଥମନ୍ତ୍ରୀ ଏ ଶୀତଋତୁରେ ଲୋକଙ୍କ ଉପରେ ଥଣ୍ଡାପାଣି ଢାଳିଦେଲେ: ପ୍ରିୟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକ ସଭାରେ ୨୦୨୪ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ସୀତାରମଣଙ୍କ ଷଷ୍ଠ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବାର୍ଷିକ ବଜେଟ୍। ଏହି ବଜେଟ୍କୁ ନେଇ ବିରୋଧୀମାନେ ନାନା ସମାଲୋଚନା କରିଛନ୍ତି।
ଶିବସେନା ଦଳର ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ଅର୍ଥମନ୍ତ୍ରୀ ଏହି ଶୀତଋତୁରେ ଦେଶର ଲୋକଙ୍କ ଆଶା ଉପରେ ଥଣ୍ଡାପାଣି ଢାଳିଛନ୍ତି। ଗରିବ, ଯୁବକ ଏବଂ ମହିଳାଙ୍କ ପାଇଁ କିଛି କରାଯାଇ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ।
ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ-ମେ’ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନୂଆ ସରକାର ଗଠନ ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ଭାରତରେ ଆର୍ଥିକ ବର୍ଷ ଏପ୍ରିଲ ୧ରେ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହୋଇଥାଏ।
The post ଅର୍ଥମନ୍ତ୍ରୀ ଏ ଶୀତଋତୁରେ ଲୋକଙ୍କ ଉପରେ ଥଣ୍ଡାପାଣି ଢାଳିଦେଲେ: ପ୍ରିୟଙ୍କା appeared first on Dharitri Odia News.