ଏହି କଂଗ୍ରେସ ନେତ୍ରୀଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ, ଜୋର ଧରିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୯: ବଲିଉଡରେ ଯେମିତି ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନ୍‌ଙ୍କ ବିବାହ ନେଇ ଫ୍ୟାନ୍ସ ଉତ୍ସୁକତାର ସହ ଅନେଇ ବସିଛନ୍ତି। ସେହିପରି ଜାତୀୟ ରାଜନୀତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ମଧ୍ୟ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ନିକଟରେ ରାହୁଲଙ୍କ ବିବାହକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଛି। ତେବେ ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାବେଳେ ଏବେ ସମସ୍ତଙ୍କ ନଜର ରାଜନୈତିକ ଅଙ୍କକଷାରୁ ହଟି ଗୁଜବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଅର୍ଥାତ୍‌ […] The post ଏହି କଂଗ୍ରେସ ନେତ୍ରୀଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ, ଜୋର ଧରିଲାଣି ଚର୍ଚ୍ଚା appeared first on Dharitri Odia News.

ଏହି କଂଗ୍ରେସ ନେତ୍ରୀଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ, ଜୋର ଧରିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୯: ବଲିଉଡରେ ଯେମିତି ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନ୍‌ଙ୍କ ବିବାହ ନେଇ ଫ୍ୟାନ୍ସ ଉତ୍ସୁକତାର ସହ ଅନେଇ ବସିଛନ୍ତି। ସେହିପରି ଜାତୀୟ ରାଜନୀତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ମଧ୍ୟ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ନିକଟରେ ରାହୁଲଙ୍କ ବିବାହକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଛି। ତେବେ ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାବେଳେ ଏବେ ସମସ୍ତଙ୍କ ନଜର ରାଜନୈତିକ ଅଙ୍କକଷାରୁ ହଟି ଗୁଜବ ଉପରେ ଆଲୋଚନା ଆରମ୍ଭ ହୋଇଛି।

ଅର୍ଥାତ୍‌ ଶୁଣିବାକୁ ମିଳୁଛି ରାହୁଲ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେଙ୍କ ଝିଅ ତଥା କଂଗ୍ରେସ ଏମପି ପରିଣିତି ଶିନ୍ଦେଙ୍କୁ ବିବାହ କରିପାରନ୍ତି। ତେବେ ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ଜୋର ଧରିଲାଣି। କାରଣ ଫେସବୁକ୍‌ , ଇନଷ୍ଟାଗ୍ରାମ ଓ ଟ୍ବିଟର ପେଜ୍‌ରେ ଦୁହିଁଙ୍କ ଏକାଠି ଥିବା ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରିକି ଗଣମାଧ୍ୟମର ଅନେକ ବିତର୍କରେ ଏହି ଚର୍ଚ୍ଚା ହେଉଥିବାର ଦେଖାଯାଇଛି। ସବୁଠାରୁ ବିଶେଷ କଥା ହେଉଛି ନିକଟରେ ରାହୁଲ ଓ ପରିଣିତଙ୍କ ଭାରତ ଯୋଡ ଯାତ୍ରାର ଫଟୋ ଭାଇରାଲ ହୋଇଛି। ଯେଉଁଠି ଦୁଇଜଣ ଏକାଠି ହାତ ଧରି ଚାଲୁଥିବାର ନଜର ଆସିଛନ୍ତି।

The post ଏହି କଂଗ୍ରେସ ନେତ୍ରୀଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ, ଜୋର ଧରିଲାଣି ଚର୍ଚ୍ଚା appeared first on Dharitri Odia News.