ଥାନାରେ ସେନା କର୍ମଚାରୀଙ୍କ ସହ କିଭଳି ବ୍ୟବହାର କରିବେ ପୋଲିସ, SOP ଜାରି କଲେ ରାଜ୍ୟ ସରକାର
କଟକ: ଥାନାରେ ସେନାବାହିନୀର ଅଧିକାରୀ କିମ୍ବା କର୍ମଚାରୀଙ୍କ ସହ ପୁଲିସ କିପରି ବ୍ୟବହାର କରିବ ? ଥାନାରେ ସେମାନଙ୍କୁ କେଉଁ ପ୍ରକାରର ସେବା ମିଳିବା ଆବଶ୍ୟକ? ଏନେଇ ରାଜ୍ୟ ସରକାର ଜାରି କରିଛନ୍ତି SOP। ଭରତପୁର ଥାନା ବିବାଦ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି ଆଡ଼ଭୋକେଟ ଜେନେରାଲ। ଏସଓପିର ନକଲ ଆମିକସ କ୍ୟୁରୀଙ୍କୁ ଦେବା ସହିତ କୋର୍ଟରେ ମଧ୍ୟ ଦାଖଲ କରିବାଲାଗି ନିର୍ଦ୍ଦେଶ ହୋଇଛି।ଜଣେ ସେନା କର୍ମଚାରୀ ପୋଲିସ ଷ୍ଟେସନକୁ ଆସିଲେ, ତେବେ ତାଙ୍କ ସହ ପୋଲିସ କିପରି ବ୍ୟବହାର କରିବେ ଓ ସେବା ଯୋଗାଇବେ, ଏନେଇ ଜାରି ହୋଇଛି ଏସଓପି।୧. କୌଣସି ପ୍ରତିରକ୍ଷା କର୍ମଚାରୀ ଡ୍ୟୁଟିରେ ଥିଲେ କିମ୍ବା ନଥିଲେବି ଯଦି ପୋଲିସ ଷ୍ଟେସନକୁ ଆସି ଅଭିଯୋଗ ଦାଖଲ କରନ୍ତି, ପୋଲିସ୍ ଅଧିକାରୀ ତାଙ୍କୁ ସେନା ଅଧିକାରୀ କିମ୍ବା କର୍ମଚାରୀଙ୍କ ପରି ସମ୍ମାନ ଦେବେ।୨. ପ୍ରତିରକ୍ଷା କର୍ମଚାରୀଙ୍କ ସମସ୍ୟା ଏବଂ ଅଭିଯୋଗଗୁଡିକ ତୁରନ୍ତ ପୋଲିସ୍ ଅଧିକାରୀଙ୍କ ଦ୍ୱାରା ରେକର୍ଡ କରାଯାଇ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ତୁରନ୍ତ ନେବେ।୩. ଯଦି କୌଣସି ସେନା କର୍ମଚାରୀ ଏକ ଲିଖିତ ଅଭିଯୋଗ କରନ୍ତି, ତେବେ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବେ। ଯଦି ଲିଖିତ ରିପୋର୍ଟ ନଦିଅନ୍ତି, କେବଳ ମୌଖିକ ଭାବେ ଅଭିଯୋଗ କରନ୍ତି, ତେବେ ପୋଲିସ୍ ଅଧିକାରୀ ତୁରନ୍ତ ସୂଚନାକୁ ସଂକ୍ଷିପ୍ତ ଆକାରରରେ ରିପୋର୍ଟ କରିବେ। ଆଇନଗତ କାର୍ଯ୍ୟାନୁଷ୍ଠାନ
କଟକ: ଥାନାରେ ସେନାବାହିନୀର ଅଧିକାରୀ କିମ୍ବା କର୍ମଚାରୀଙ୍କ ସହ ପୁଲିସ କିପରି ବ୍ୟବହାର କରିବ ? ଥାନାରେ ସେମାନଙ୍କୁ କେଉଁ ପ୍ରକାରର ସେବା ମିଳିବା ଆବଶ୍ୟକ? ଏନେଇ ରାଜ୍ୟ ସରକାର ଜାରି କରିଛନ୍ତି SOP। ଭରତପୁର ଥାନା ବିବାଦ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି ଆଡ଼ଭୋକେଟ ଜେନେରାଲ। ଏସଓପିର ନକଲ ଆମିକସ କ୍ୟୁରୀଙ୍କୁ ଦେବା ସହିତ କୋର୍ଟରେ ମଧ୍ୟ ଦାଖଲ କରିବାଲାଗି ନିର୍ଦ୍ଦେଶ ହୋଇଛି।
ଜଣେ ସେନା କର୍ମଚାରୀ ପୋଲିସ ଷ୍ଟେସନକୁ ଆସିଲେ, ତେବେ ତାଙ୍କ ସହ ପୋଲିସ କିପରି ବ୍ୟବହାର କରିବେ ଓ ସେବା ଯୋଗାଇବେ, ଏନେଇ ଜାରି ହୋଇଛି ଏସଓପି।
୧. କୌଣସି ପ୍ରତିରକ୍ଷା କର୍ମଚାରୀ ଡ୍ୟୁଟିରେ ଥିଲେ କିମ୍ବା ନଥିଲେବି ଯଦି ପୋଲିସ ଷ୍ଟେସନକୁ ଆସି ଅଭିଯୋଗ ଦାଖଲ କରନ୍ତି, ପୋଲିସ୍ ଅଧିକାରୀ ତାଙ୍କୁ ସେନା ଅଧିକାରୀ କିମ୍ବା କର୍ମଚାରୀଙ୍କ ପରି ସମ୍ମାନ ଦେବେ।
୨. ପ୍ରତିରକ୍ଷା କର୍ମଚାରୀଙ୍କ ସମସ୍ୟା ଏବଂ ଅଭିଯୋଗଗୁଡିକ ତୁରନ୍ତ ପୋଲିସ୍ ଅଧିକାରୀଙ୍କ ଦ୍ୱାରା ରେକର୍ଡ କରାଯାଇ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ତୁରନ୍ତ ନେବେ।
୩. ଯଦି କୌଣସି ସେନା କର୍ମଚାରୀ ଏକ ଲିଖିତ ଅଭିଯୋଗ କରନ୍ତି, ତେବେ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବେ। ଯଦି ଲିଖିତ ରିପୋର୍ଟ ନଦିଅନ୍ତି, କେବଳ ମୌଖିକ ଭାବେ ଅଭିଯୋଗ କରନ୍ତି, ତେବେ ପୋଲିସ୍ ଅଧିକାରୀ ତୁରନ୍ତ ସୂଚନାକୁ ସଂକ୍ଷିପ୍ତ ଆକାରରରେ ରିପୋର୍ଟ କରିବେ। ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗ ପାଇଁ ଅଭିଯୋଗକାରୀଙ୍କ ଦସ୍ତଖତ ନେବେ।
ସେନା କର୍ମଚାରୀଙ୍କୁ କେଉଁ ସ୍ଥିତିରେ ଗିରଫ କରାଯାଇପାରିବ ସେନେଇ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର
(୧) କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଡ୍ୟୁଟିରେ ଥିବା ଜଣେ ସ୍ଥଳସେନା, ବାୟୁସେନା ଏବଂ ନୌସେନାର କୌଣସି କର୍ମଚାରୀଙ୍କୁ ପୋଲିସ ଅଧିକାରୀ ଗିରଫ କରିପାରିବେ ନାହିଁ।
(୨) ନିକଟସ୍ଥ ଷ୍ଟେସନ୍ କମାଣ୍ଡରର ମେଜର ଜେନେରାଲ୍ କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ଅନୁମତି ପରେ ପୋଲିସ ଗିରଫ କରିପାରିବେ। ଯଦି ଅନୁମତି ଦିଅନ୍ତି ନାହିଁ, ତେବେ ପୋଲିସ ଦ୍ୱାରା ଅଟକ ଥିବା ସେନା କର୍ମଚାରୀଙ୍କୁ ମିଲିଟାରୀ ପୋଲିସକୁ ହସ୍ତାନ୍ତର କରିବେ ଏବଂ ସେମାନେ ଏହି ଘଟଣାର ଅଧିକ ତଦନ୍ତ କରିବେ।
(୩) ଯଦି ବଳାତ୍କାର, ହତ୍ୟା ଏବଂ ଅପହରଣ ଭଳି ଜଘନ୍ୟ ଅପରାଧରେ ଜଡିତ ଥିବେ, ତେବେ ବିନା ଅନୁମତିରେ ପୋଲିସ ସେନାବାହିନୀର ଅଧିକାରୀମାନଙ୍କୁ ଗିରଫ କରିପାରିବେ।
(୪) ଯଦି ଉପରୋକ୍ତ ଅପରାଧ ବ୍ୟତୀତ ସାଧାରଣ ଅପରାଧ ହୋଇଥାଏ, ତେବେ ସେନା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ସେନା କର୍ମଚାରୀଙ୍କୁ ଗିରଫ କରାଯାଇପାରିବ ନାହିଁ। ଜଘନ୍ୟ ଅପରାଧ ଅଭିଯୋଗରେ ପ୍ରତିରକ୍ଷା କର୍ମଚାରୀଙ୍କୁ ପୋଲିସ ଗିରଫ କରନ୍ତି, ତେବେ ଅପରାଧର ବିବରଣୀ, ଗିରଫ ତାରିଖ ଏବଂ ହେପାଜତ ବିବରଣୀ ନିକଟସ୍ଥ ମିଲିଟାରୀ ଷ୍ଟେସନ ମୁଖ୍ୟାଳୟକୁ ପୋଲିସ ଜଣାଇବା ବାଧ୍ୟତାମୂଳକ।
(୫) ମିଲିଟାରୀ କର୍ମଚାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗଗୁଡିକ ତୁରନ୍ତ ପଦକ୍ଷେପ ନେବେ ଓ ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମିଲିଟାରୀ କମାଣ୍ଡରଙ୍କୁ ଅବଗତ କରାଇବେ।
(୬) ଗିରଫ ହୋଇଥିବା ପ୍ରତିରକ୍ଷା କର୍ମଚାରୀଙ୍କୁ ମାରପିଟ୍, ଠେଲାପେଲା ନିର୍ଯାତନା ଦେଇପାରିବେ ନାହିଁ ପୋଲିସ। ଏପରିକି ତାଙ୍କୁ ହ୍ୟାଣ୍ଡ କଫ୍ ପକାଇପାରିବେ ନାହିଁ।
(୭) ନିର୍ଦ୍ଦିଷ୍ଟ କିଛି ଧାରା ଅନୁଯାୟୀ ପ୍ରତିରକ୍ଷା ବାହିନୀର ଜଣେ ଅଭିଯୁକ୍ତ ସହିତ ମାମଲା ଚାଲୁଥିବାବେଳେ ଅପରାଧିକ କୋର୍ଟଙ୍କ ନଜରକୁ ଅଣିଯିବା ଉଚିତ୍।