ଗଛ ପଡି ଭାଙ୍ଗିଗଲା ଘର

ଦିଗପହଣ୍ଡି,୨୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଜକର ପଞ୍ଚାୟତ ମାଣିକ୍ୟପୁର ଗ୍ରାମରେ ଏକ ବୃହତ କାୟ ମୁକ୍ତାମଞ୍ଜା ଗଛ ପଡିଯିବାରୁ ସୀମାଞ୍ଚଳ ସେଠୀ ଏବଂ ବାଇନାଥ ସେଠୀଙ୍କ ଘର ଭାଙ୍ଗିଯାଇଛି। ଘର ଭିତରେ ଥିବା ୨ ପରିବାରର ସଦସ୍ୟ ବର୍ତ୍ତି ଯାଇଛନ୍ତି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ଘର ଉପରେ ପଡ଼ିଥିବା ଗଛକୁ କାଟି ସଫା କରିଛନ୍ତି। ଲଘୁଚାପ ବର୍ଷା ଓ ପବନରେ ଗଛ ଉପୁଡ଼ି ଘର ଉପରେ ପଡ଼ିଥିଲା। ଗଛ ପଡ଼ିବା […] The post ଗଛ ପଡି ଭାଙ୍ଗିଗଲା ଘର appeared first on Dharitri Odia News.

ଗଛ ପଡି ଭାଙ୍ଗିଗଲା ଘର

ଦିଗପହଣ୍ଡି,୨୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଜକର ପଞ୍ଚାୟତ ମାଣିକ୍ୟପୁର ଗ୍ରାମରେ ଏକ ବୃହତ କାୟ ମୁକ୍ତାମଞ୍ଜା ଗଛ ପଡିଯିବାରୁ ସୀମାଞ୍ଚଳ ସେଠୀ ଏବଂ ବାଇନାଥ ସେଠୀଙ୍କ ଘର ଭାଙ୍ଗିଯାଇଛି। ଘର ଭିତରେ ଥିବା ୨ ପରିବାରର ସଦସ୍ୟ ବର୍ତ୍ତି ଯାଇଛନ୍ତି।

ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ଘର ଉପରେ ପଡ଼ିଥିବା ଗଛକୁ କାଟି ସଫା କରିଛନ୍ତି। ଲଘୁଚାପ ବର୍ଷା ଓ ପବନରେ ଗଛ ଉପୁଡ଼ି ଘର ଉପରେ ପଡ଼ିଥିଲା। ଗଛ ପଡ଼ିବା ପୂର୍ବରୁ ଶବ୍ଦ ଶୁଣି ପରିବାର ଲୋକେ ଘର ବାହାରକୁ ଦୌଡ଼ି ପଳାଇଥିଲେ। ଖବରପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ ଗ୍ରାମରେ ପହଞ୍ଚି ଦିଗପହଣ୍ଡି ତହସିଲଦାର ସନ୍ତୋଷ ସାହୁଙ୍କୁ ଜଣାଇଥିଲେ।

ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଜକର ସର୍କଲର ରାଜସ୍ବ ନିରୀକ୍ଷିକା ସଞ୍ଜୁକ୍ତା ମହାପାତ୍ର ଗ୍ରାମରେ ପହଞ୍ଚି ଉଭୟ ପରିବାରକୁ ଭେଟିବା ସହ ରିପୋର୍ଟ ସଂଗ୍ରହ କରି ଫେରିଥିବା ଜଣାପଡ଼ିଛି। ଉଭୟ ବିପନ୍ନ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

The post ଗଛ ପଡି ଭାଙ୍ଗିଗଲା ଘର appeared first on Dharitri Odia News.