ତାମିଲନାଡୁରେ ଧାର୍ମିକ ପୋଷ୍ଟରକୁ ନେଇ ବିବାଦ: ହୋର୍ଡିଂରେ ଲାଗିଛି ମିୟା ଖଲିଫାଙ୍କ ଫଟୋ

ନୂଆଦିଲ୍ଲୀ: ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ଧାର୍ମିକ ପର୍ବ ପାଇଁ ଲଗାଯାଇଥିବା ଏକ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ହୋର୍ଡିଂରେ ପୂର୍ବତନ ଆଡଲ୍ଟ ଷ୍ଟାର ମିୟା ଖଲିଫାଙ୍କ ଫଟୋ ଲାଗିଥିଲା । ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଛି। ତାମିଲନାଡୁର କାଞ୍ଚିପୁରମରେ ଏକ ମନ୍ଦିରର ହୋର୍ଡିଂରେ ଖଲିଫାଙ୍କ ଫଟୋ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ହୋର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ତେବେ ପୋଲିସକୁ ଏହି ସୂଚନା ଦିଆଯିବା ପରେ ହୋର୍ଡିଂଗୁଡ଼ିକୁ ସେଠାରୁ ହଟାଇ ଦିଆଯାଇଥିଲା। ଆସନ୍ତୁ ଜାଣିବା ସମଗ୍ର ବିଷୟ କ’ଣ।ତାମିଲନାଡୁର କୁରୁଭିମଲାଇର ନାଗାଥାମନ୍ ଏବଂ ସେଲିୟମନ୍ ମନ୍ଦିରରେ ‘ଆଦି’ ପର୍ବ ପାଳନ କରିବାକୁ ଯୋଜନା କରାଯାଇଥିଲା। ରଙ୍ଗୀନ ଆଲୋକ ଏବଂ ହୋର୍ଡିଂ ଲଗାଇ ଲୋକଙ୍କୁ ନିମନ୍ତ୍ରଣ କରାଯାଉଥିଲା। ଏହି ସମୟରେ, ଏକ ହୋର୍ଡିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ ମିଆ ଖଲିଫାଙ୍କ ଫଟୋ ଛପାଯାଇଥିଲା। ତେବେ ହୋର୍ଡିଂରେ ଲାଗିଥିବା ଫଟୋରେ ମିଆ ଖଲିଫାଙ୍କ ଯେଉଁ ଫଟୋ ଲାଗିଥିଲା ସେଥିରେ ସେ ଶାଢ଼ୀ ପିନ୍ଧି ମୁଣ୍ଡରେ କଳସୀ ମୁଣ୍ଡାଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ବିବାଦୀୟ ପୋଷ୍ଟରକୁ ନେଇ କାଞ୍ଚିପୁରମ ଅଞ୍ଚଳରେ ବିବାଦ ଦେଖାଦେଇଛି । ତେବେ ହୋର୍ଡିଂର ମିଆ ଖଲିଫାଙ୍କ ଫଟୋ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍

ତାମିଲନାଡୁରେ ଧାର୍ମିକ ପୋଷ୍ଟରକୁ ନେଇ ବିବାଦ: ହୋର୍ଡିଂରେ ଲାଗିଛି ମିୟା ଖଲିଫାଙ୍କ ଫଟୋ

ନୂଆଦିଲ୍ଲୀ: ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ଧାର୍ମିକ ପର୍ବ ପାଇଁ ଲଗାଯାଇଥିବା ଏକ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ହୋର୍ଡିଂରେ ପୂର୍ବତନ ଆଡଲ୍ଟ ଷ୍ଟାର ମିୟା ଖଲିଫାଙ୍କ ଫଟୋ ଲାଗିଥିଲା । ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଛି। 

ତାମିଲନାଡୁର କାଞ୍ଚିପୁରମରେ ଏକ ମନ୍ଦିରର ହୋର୍ଡିଂରେ ଖଲିଫାଙ୍କ ଫଟୋ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ହୋର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ତେବେ ପୋଲିସକୁ ଏହି ସୂଚନା ଦିଆଯିବା ପରେ ହୋର୍ଡିଂଗୁଡ଼ିକୁ ସେଠାରୁ ହଟାଇ ଦିଆଯାଇଥିଲା। ଆସନ୍ତୁ ଜାଣିବା ସମଗ୍ର ବିଷୟ କ’ଣ।

ତାମିଲନାଡୁର କୁରୁଭିମଲାଇର ନାଗାଥାମନ୍ ଏବଂ ସେଲିୟମନ୍ ମନ୍ଦିରରେ ‘ଆଦି’ ପର୍ବ ପାଳନ କରିବାକୁ ଯୋଜନା କରାଯାଇଥିଲା। ରଙ୍ଗୀନ ଆଲୋକ ଏବଂ ହୋର୍ଡିଂ ଲଗାଇ ଲୋକଙ୍କୁ ନିମନ୍ତ୍ରଣ କରାଯାଉଥିଲା। ଏହି ସମୟରେ, ଏକ ହୋର୍ଡିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ ମିଆ ଖଲିଫାଙ୍କ ଫଟୋ ଛପାଯାଇଥିଲା। 

ତେବେ ହୋର୍ଡିଂରେ ଲାଗିଥିବା ଫଟୋରେ ମିଆ ଖଲିଫାଙ୍କ ଯେଉଁ ଫଟୋ ଲାଗିଥିଲା ସେଥିରେ ସେ ଶାଢ଼ୀ ପିନ୍ଧି ମୁଣ୍ଡରେ କଳସୀ ମୁଣ୍ଡାଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ବିବାଦୀୟ ପୋଷ୍ଟରକୁ ନେଇ କାଞ୍ଚିପୁରମ ଅଞ୍ଚଳରେ ବିବାଦ ଦେଖାଦେଇଛି । ତେବେ ହୋର୍ଡିଂର ମିଆ ଖଲିଫାଙ୍କ ଫଟୋ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ କାଢ଼ି ଦେଇଥିଲା ।

ଆଦି ହେଉଛି ତାମିଲନାଡୁର ଏକ ପର୍ବ, ଯାହା ବର୍ଷା ଏବଂ ନଦୀକୁ ପୂଜା କରିବା ପାଇଁ ପାଳନ କରାଯାଏ। ଏଥିରେ ଲୋକମାନେ ମାତା ଅମ୍ମାନଙ୍କୁ ପୂଜା କରନ୍ତି, ଭଜନ ଏବଂ କୀର୍ତ୍ତନ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି। ଆଦି ପର୍ବଗୁଡ଼ିକ ତାମିଲନାଡୁର ସଂସ୍କୃତି ଏବଂ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଲୋକଙ୍କୁ ଏକତା ଏବଂ ଉତ୍ସାହ ସହିତ ଯୋଡିଥାଏ। ଏହି ସମୟ ମଧ୍ୟରେ ଲୋକମାନେ ନଦୀ କୂଳରେ ପୂଜା କରନ୍ତି ଏବଂ ସେମାନଙ୍କର ସୁଖ ଏବଂ ସମୃଦ୍ଧ ପାଇଁ ପ୍ରାର୍ଥନା କରନ୍ତି।