ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ସମୟରେ ଚୋରି, ଧରାପଡ଼ିଲେ ପିଅନ

ପୁରୀ (କେନ୍ୟୁଜ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି ଫୁଟେଜରୁ ଚୋରି ଧରାପଡ଼ିବା ପରେ ପ୍ରାୟ ୩୫ ହଜାର ଟଙ୍କା ଉକ୍ତ ପିଅନଙ୍କଠାରୁ ଜବତ ହୋଇଥିଲା। ତେବେ ଘଟଣା ହଟଚମଟ ସୃଷ୍ଟି ହେବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେରା କରାଯାଇଛି ଉକ୍ତ କର୍ମଚାରୀଙ୍କୁ। ପ୍ରାୟ […] The post ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ସମୟରେ ଚୋରି, ଧରାପଡ଼ିଲେ ପିଅନ appeared first on KNews Odisha.

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ସମୟରେ ଚୋରି, ଧରାପଡ଼ିଲେ ପିଅନ

ପୁରୀ (କେନ୍ୟୁଜ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି ଫୁଟେଜରୁ ଚୋରି ଧରାପଡ଼ିବା ପରେ ପ୍ରାୟ ୩୫ ହଜାର ଟଙ୍କା ଉକ୍ତ ପିଅନଙ୍କଠାରୁ ଜବତ ହୋଇଥିଲା। ତେବେ ଘଟଣା ହଟଚମଟ ସୃଷ୍ଟି ହେବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେରା କରାଯାଇଛି ଉକ୍ତ କର୍ମଚାରୀଙ୍କୁ। ପ୍ରାୟ ୭ଦିନ ପାଇଁ ଏହି କର୍ମଚାରୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ। ତେବେ ଡ୍ୟୁଟି କରୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସେ ଟଙ୍କା ଚୋରି କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ହୁଣ୍ଡି ଗଣତି ନିମନ୍ତେ ସ୍ଥାୟୀ କର୍ମଚାରୀ ମୁତୟନ କରା ନଯିବା ଓ ହୁଣ୍ଡି ଗଣତିରେ ସ୍ଵଚ୍ଛତା ରକ୍ଷା ନିମନ୍ତେ ଗୁରୁତ୍ବ ଦିଆଯାଉ ନଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

The post ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ସମୟରେ ଚୋରି, ଧରାପଡ଼ିଲେ ପିଅନ appeared first on KNews Odisha.