ଦାୟିତ୍ୱ ନେଲେ ନୂତନ ଡିଆଇପିଆର୍ଓ
ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍ଓ) ଭାବେ ହଳଧର ନିଆଲ ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆର୍ଓଙ୍କ କାର୍ଯ୍ୟାଳୟରେ ପୂର୍ବତନ ଡିଆଇପିଆର୍ଓ ମନୋଜ ବେହେରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନବରଙ୍ଗପୁର ଜିଲାରେ କାର୍ଯ୍ୟରତ ଥିଲେ। କଳାହାଣ୍ଡି ଜିଲାରେ ଡିଆଇପିଆର୍ଓ ଥିବା ମନୋଜଙ୍କୁ ନବରଙ୍ଗପୁର ଜିଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନିଆଲ ଯୋଗଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ କାର୍ଯ୍ୟାଳୟରେ ଜିଲାର […] The post ଦାୟିତ୍ୱ ନେଲେ ନୂତନ ଡିଆଇପିଆର୍ଓ appeared first on Dharitri Odia News.
ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍ଓ) ଭାବେ ହଳଧର ନିଆଲ ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆର୍ଓଙ୍କ କାର୍ଯ୍ୟାଳୟରେ ପୂର୍ବତନ ଡିଆଇପିଆର୍ଓ ମନୋଜ ବେହେରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନବରଙ୍ଗପୁର ଜିଲାରେ କାର୍ଯ୍ୟରତ ଥିଲେ। କଳାହାଣ୍ଡି ଜିଲାରେ ଡିଆଇପିଆର୍ଓ ଥିବା ମନୋଜଙ୍କୁ ନବରଙ୍ଗପୁର ଜିଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନିଆଲ ଯୋଗଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ କାର୍ଯ୍ୟାଳୟରେ ଜିଲାର କାର୍ଯ୍ୟରତ ଖବରଦାତାମାନେ ନୂତନ ଡିଆଇପିଆର୍ଓ ନିଆଲଙ୍କୁ ସ୍ବାଗତ କରିବା ସହ ପୂର୍ବତନ ଡିଆଇପିଆର୍ଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ।
The post ଦାୟିତ୍ୱ ନେଲେ ନୂତନ ଡିଆଇପିଆର୍ଓ appeared first on Dharitri Odia News.