କାର୍ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଧର୍ମଗଡ଼, ୨୮ା୪ (ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଚିଲିଚିଲା ଗ୍ରାମର ହେମନ୍ତ ନାଏକ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବାବେଳେ ରବିବାର ଏକ କାର୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଚିଲିଚିଲା ଗ୍ରାମର ଅନ୍ୟ କେତେଜଣ ଯୁବକଙ୍କ ସହ ହେମନ୍ତ କିଛିଦିନ ତଳେ ତାମିଲନାଡୁ ରାଜ୍ୟ କାନଗେୟାମ ଥାନାର ଏକ ସୂତା କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ରବିବାର ସେଠାରେ ଏକ ରାସ୍ତା ପାରି ହେଉଥିବା ବେଳେ ଏକ କାର୍ […] The post କାର୍ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.
ଧର୍ମଗଡ଼, ୨୮ା୪ (ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଚିଲିଚିଲା ଗ୍ରାମର ହେମନ୍ତ ନାଏକ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବାବେଳେ ରବିବାର ଏକ କାର୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଚିଲିଚିଲା ଗ୍ରାମର ଅନ୍ୟ କେତେଜଣ ଯୁବକଙ୍କ ସହ ହେମନ୍ତ କିଛିଦିନ ତଳେ ତାମିଲନାଡୁ ରାଜ୍ୟ କାନଗେୟାମ ଥାନାର ଏକ ସୂତା କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ରବିବାର ସେଠାରେ ଏକ ରାସ୍ତା ପାରି ହେଉଥିବା ବେଳେ ଏକ କାର୍ (ଟିଏନ୍ ୪୭ଏଇ-୬୮୮୩) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ପୋଲିସ ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ତାଙ୍କ ଭାଇ ଜୀବନ୍ତ ନାଏକଙ୍କୁ ହସ୍ତାନ୍ତର କରିଛି। ମଙ୍ଗଳବାର ରାତିରେ ମୃତଦେହ ଗାଁରେ ପହଞ୍ଚତ୍ବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କ ମୃତ୍ୟୁରେ ସରପଞ୍ଚ ମନୋଜ କୁମାର ନାଏକ, ସମିତି ସଭ୍ୟା ଇନ୍ଦୁ ମତି ମାଝୀ, ଗାଁ ଝାଙ୍କର ତ୍ରିଭୁବନ ମାଝୀ, ଢଗ ନାଏକ, ସତ୍ୟବାନ ନାଏକ, ସୁବାସ ଚନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।
The post କାର୍ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.