କାଜୁବାଡ଼ି ଜଗିବାକୁ ଯାଇ ଘରକୁ ଫେରି ନ ଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ

ନନ୍ଦପୁର,୧୮ା୪ (ତୁଷାରକାନ୍ତ ମହାନ୍ତି): ନନ୍ଦପୁର ବ୍ଲକ୍‌ ବିଲାପୁଟ ପଞ୍ଚାୟତ କଣ୍ଟା ଗ୍ରାମର ଶୁକ୍ରି ହନ୍ତାଳ(୭୪) ବୁଧବାର ସକାଳୁ ନିଖୋଜ ଥିବା ବେଳେ ଶୁକ୍ରବାର ତାଙ୍କ ମୃତଦେହ କିଚବା ଡଙ୍ଗାଘାଟ ନିକଟରୁ ମିଳିଛି। ମୃତଦେହ ପାଣିରେ ଭାସୁଥିବା ସୂଚନା ପାଇ ମାଛକୁଣ୍ଡ ପୋଲିସ ପହଞ୍ଚି ବାହାର କରିଥିଲା। ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ଶୁକ୍ରି ଗ୍ରାମ ପାର୍ଶ୍ୱ ଭାଲୁଗୁଡ଼ାରେ ଥିବା ନିଜ କାଜୁବାଡ଼ି ଜଗିବାକୁ ଯାଇ ଫେରି ନ ଥିଲେ। ପରିବାର […] The post କାଜୁବାଡ଼ି ଜଗିବାକୁ ଯାଇ ଘରକୁ ଫେରି ନ ଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ appeared first on Dharitri Odia News.

କାଜୁବାଡ଼ି ଜଗିବାକୁ ଯାଇ ଘରକୁ ଫେରି ନ ଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ

ନନ୍ଦପୁର,୧୮ା୪ (ତୁଷାରକାନ୍ତ ମହାନ୍ତି): ନନ୍ଦପୁର ବ୍ଲକ୍‌ ବିଲାପୁଟ ପଞ୍ଚାୟତ କଣ୍ଟା ଗ୍ରାମର ଶୁକ୍ରି ହନ୍ତାଳ(୭୪) ବୁଧବାର ସକାଳୁ ନିଖୋଜ ଥିବା ବେଳେ ଶୁକ୍ରବାର ତାଙ୍କ ମୃତଦେହ କିଚବା ଡଙ୍ଗାଘାଟ ନିକଟରୁ ମିଳିଛି। ମୃତଦେହ ପାଣିରେ ଭାସୁଥିବା ସୂଚନା ପାଇ ମାଛକୁଣ୍ଡ ପୋଲିସ ପହଞ୍ଚି ବାହାର କରିଥିଲା। ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ଶୁକ୍ରି ଗ୍ରାମ ପାର୍ଶ୍ୱ ଭାଲୁଗୁଡ଼ାରେ ଥିବା ନିଜ କାଜୁବାଡ଼ି ଜଗିବାକୁ ଯାଇ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ନିଖୋଜ ରହିଥିବା ମାଛକୁଣ୍ଡ ଥାନାରେ ଗୁରୁବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ କରିଥିଲା। କାଜୁବାଡ଼ ପାର୍ଶ୍ୱ ଜୋଲାପୁଟ ଜଳଭଣ୍ଡାରର କିଚବ ଘାଟରେ ମୃତଦେହ ଭାସୁଥିବା ବେଳେ ବିଲାପୁଟ ସରପଞ୍ଚ ରାଜେଶ ଲେନ୍ଦ୍ରୁ, ରାଜସ୍ବ ନିରୀକ୍ଷକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବୃଦ୍ଧାଙ୍କ ମୃତଦେହ ବାହାର କରାଯାଇଥିଲା। ପୁଅ ଗୁରୁଙ୍କ ଅଭିଯୋଗ ଆଧାରରେ ମାଛକୁଣ୍ଡ ଥାନାରେ ୪/୨୫ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏଏସ୍‌ଆଇ ବି.ଏନ୍‌.ମାଝୀଙ୍କୁ ତଦନ୍ତ କରୁଥିବା ମାଛକୁଣ୍ଡ ଥାନାଧିକାରୀ ସିଧୁ ସାରକା ସୂଚନା ଦେଇଛନ୍ତି।

The post କାଜୁବାଡ଼ି ଜଗିବାକୁ ଯାଇ ଘରକୁ ଫେରି ନ ଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ appeared first on Dharitri Odia News.