ବାହା ହେବାକୁ ଯାଉଥିବା ବରକୁ ବାଟରୁ ଉଠାଇ ନେଲା ପୋଲିସ୍
ସମ୍ବଲପୁର: ବାଜା, ବାଣ ରୋଷଣୀରେ କମ୍ପୁଥିଲା ଦାଣ୍ଡ । ବର ସହିତ ବରଯାତ୍ରୀ ଚାଲିଥିଲେ । ନାଚ ଗୀତ ଖୁବ୍ ଜମିଥିଲା । ଫୁଲ ସଜା ଗାଡ଼ିରେ ବସି ବେଶ୍ ହସଖୁସିର ବର ଯାଉଥିଲା କନିଆ ଘରକୁ । କିଛି ସମୟ ପରେ ବର ପହଞ୍ଚି ଥାଆନ୍ତା କନିଆ ଘରେ । ବେଦୀରେ ବସି କନିଆର ହାତ ଧରିଥାନ୍ତା । ହେଲେ ଯେମିତି ଭାଗ୍ୟ କିଛି ଅଲଗା ଲେଖିଥିଲା । ଠିକ୍ କନିଆ ଘରେ ପହଞ୍ଚିବା ପୂର୍ବରୁ […] The post ବାହା ହେବାକୁ ଯାଉଥିବା ବରକୁ ବାଟରୁ ଉଠାଇ ନେଲା ପୋଲିସ୍ appeared first on KNews Odisha.

ସମ୍ବଲପୁର: ବାଜା, ବାଣ ରୋଷଣୀରେ କମ୍ପୁଥିଲା ଦାଣ୍ଡ । ବର ସହିତ ବରଯାତ୍ରୀ ଚାଲିଥିଲେ । ନାଚ ଗୀତ ଖୁବ୍ ଜମିଥିଲା । ଫୁଲ ସଜା ଗାଡ଼ିରେ ବସି ବେଶ୍ ହସଖୁସିର ବର ଯାଉଥିଲା କନିଆ ଘରକୁ । କିଛି ସମୟ ପରେ ବର ପହଞ୍ଚି ଥାଆନ୍ତା କନିଆ ଘରେ । ବେଦୀରେ ବସି କନିଆର ହାତ ଧରିଥାନ୍ତା । ହେଲେ ଯେମିତି ଭାଗ୍ୟ କିଛି ଅଲଗା ଲେଖିଥିଲା । ଠିକ୍ କନିଆ ଘରେ ପହଞ୍ଚିବା ପୂର୍ବରୁ ଅଧାବାଟରୁ ବରକୁ ଉଠାଇନେଲା ପୋଲିସ। ଏକଥା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ । ସମସ୍ତଙ୍କ ଆଗରେ ଘଟିଛି ।
ହସ ଖୁସିରେ କରଯାତ୍ରୀ ସହ କନିଆ ଘରକୁ ବାହାରି ଥିଲା ବର । ହେଲେ ଅଚାନକ ସବୁ ଘଟିଗଲା । ଜଣେ ମହିଳାଙ୍କ ଅଭିଯୋଗ ପାଇ ଅଧାବାଟରୁ ବରକୁ ସାଙ୍ଗରେ ନେଇଗଲା ପୋଲିସ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାରେ ପ୍ରେମିକା ଜଣକ ବର ନାଁରେ ଅଭିଯୋଗ କରିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକାର ଅଭିଯୋଗ ଅନୁସାରେ, ୭ ବର୍ଷ ତଳେ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପ୍ରେମ ଘନିଷ୍ଠ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟରେ ବିଷ୍ଣୁ ପ୍ରେମିକା ଘରେ ୫ ମାସ ରହିଥିଲା। ବିବାହ କରିବ ଭାବି ପରିବାର ଲୋକେ ବି ତାକୁ ଘରେ ସ୍ଥାନ ଦେଇଥିଲେ। କିନ୍ତୁ ସମ୍ପର୍କର ୨ ବର୍ଷ ମଧ୍ୟରେ ପ୍ରେମିକା ଗର୍ଭବତୀ ହେବା ପରେ ଦିନେ ବିଷ୍ଣୁ କାହାକୁ କିଛି ନକହି ଚେନ୍ନାଇ ଚାଲିଗଲା। ପ୍ରେମିକା ସହ କୌଣସି ଯୋଗାଯୋଗ ରଖିନଥିଲେ।
ଏପଟେ ସେମାନଙ୍କ ସମ୍ପର୍କର ସନ୍ତକ ସ୍ବରୂପ ପ୍ରେମିକା କୋଳକୁ ଆସିଥିଲା ପୁଅ । ବର୍ତ୍ତମାନ ପୁଅକୁ ୫ ବର୍ଷର ହେଲାଣି। ପୁଅ ଜନ୍ମ ହେବା ପରେ ବିଷ୍ଣୁକୁ ଖବର ଦେବାକୁ ବହୁ ଚେଷ୍ଟା କରିଥିଲେ ପ୍ରେମିକା । ହେଲେ ବିଷ୍ଣୁ ଫୋନ୍ ନମ୍ବର ବଦଳାଇ ଦେଇଥିଲା। ଏହାପରେ ନିଜ ଭାଗ୍ୟକୁ ଆଦରି ପୁଅ ସହ ବାପଘରେ ପଡ଼ି ରହିଥିଲେ । ୫ ବର୍ଷ ଚେନ୍ନାଇରେ ରହିବା ପରେ ସପ୍ତାହ ତଳେ ଗାଁକୁ ଫେରିଥିଲା ବିଷ୍ଣୁ। ଆଉ ଧରୁଆଡିହି ବସ୍ତିରେ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲା। କୌଣସି ସୂତ୍ରରୁ ପ୍ରେମିକା ବିଷ୍ଣୁର ବାହାଘର ଖବର ପାଇ ୧୬ ତାରିଖ ରାତିରେ ଅଭିଯୋଗ କରିବାକୁ ଗୋବିନ୍ଦପୁର ଥାନାକୁ ଯାଇଥିଲେ। ତେବେ ସେଠାକାର ପୋଲିସ ତାଙ୍କୁ ଧରୁଆଡିହି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ରବିବାର ସକାଳେ ସେ ଧରୁଆଡିହି ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ସକାଳ ୯ଟାରେ ବିଷ୍ଣୁ ବରବେଶରେ ବରଯାତ୍ରୀ ସହ ଧରୁଆଡିହି କନିଆ ଘର ଅଭିମୁଖେ ବାହାରିଥିଲେ। ବାମରାରେ ପହଞ୍ଚିଲା ବେଳକୁ ପୁଲିସ ଯାଇ ବରଗାଡ଼ିରୁ ବିଷ୍ଣୁକୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା।
The post ବାହା ହେବାକୁ ଯାଉଥିବା ବରକୁ ବାଟରୁ ଉଠାଇ ନେଲା ପୋଲିସ୍ appeared first on KNews Odisha.