ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ହରିବନ୍ଧୁ

ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀଙ୍କୁ ଦିଗପହଣ୍ଡି ବ୍ଲକ ପାଇଁ ବ୍ରହ୍ମପୁର ଏମ.ପିଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏମ.ପି ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଏ ସମ୍ପର୍କରେ ଏକ ପତ୍ର ଲେଖି ଦିଗପହଣ୍ଡି ବିଡିଓ ଚିତ୍ତରଞ୍ଜନ ଦାସଙ୍କୁ ଅବଗତ କରାଇଛନ୍ତି। ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ ଦୀର୍ଘଦିନ ଧରି ସକ୍ରିୟ ରାଜନୀତିରେ ରହି ଆସିବା ସହ ଜଣେ […] The post ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ହରିବନ୍ଧୁ appeared first on Dharitri Odia News.

ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ହରିବନ୍ଧୁ

ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀଙ୍କୁ ଦିଗପହଣ୍ଡି ବ୍ଲକ ପାଇଁ ବ୍ରହ୍ମପୁର ଏମ.ପିଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏମ.ପି ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଏ ସମ୍ପର୍କରେ ଏକ ପତ୍ର ଲେଖି ଦିଗପହଣ୍ଡି ବିଡିଓ ଚିତ୍ତରଞ୍ଜନ ଦାସଙ୍କୁ ଅବଗତ କରାଇଛନ୍ତି।

ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ ଦୀର୍ଘଦିନ ଧରି ସକ୍ରିୟ ରାଜନୀତିରେ ରହି ଆସିବା ସହ ଜଣେ ଯୁବ ସଙ୍ଗଠକ ଭାବେ ବେଶ ଜଣାଶୁଣା ଅଟନ୍ତି। ଦିଗପହଣ୍ଡି ବ୍ଲକ ପ୍ରତିନିଧି ଭାବେ ମନୋନୀତ ହୋଇଥିବା ହରିବନ୍ଧୁ ବ୍ରହ୍ମପୁର ଏମ.ପିଙ୍କୁ କୃତଜ୍ଞତା ଜଣାଇଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ପୂର୍ବତନ ଏନଏସି ନଗରପାଳ ଉଦୟନାଥ ସ୍ବାଇଁଙ୍କ ସମେତ ବହୁ ସଂଖ୍ୟକ ସରପଞ୍ଚ ସମିତି ସଭ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

The post ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ହରିବନ୍ଧୁ appeared first on Dharitri Odia News.