କଂଗ୍ରେସ ଗଡ଼ରେ ଶକ୍ତିଶାଳୀ ହେବ ଭାଜପା

ଦାରିଙ୍ଗବାଡ଼ି,୨ା୩(ଅରୁଣ ସାହୁ): ଭାଜପାର କନ୍ଧମାଳ ଜିଲା ସଭାପତି ଭାବେ ପଣ୍ଡିତ ବିଶିମାଝି ଦଳ ନିଯୁକ୍ତି ଦେବା ପରେ ତାଙ୍କୁ ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ପକ୍ଷରୁ ରବିବାର ସ୍ବାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ମିଟୁ ସାହୁଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ବଙ୍ଗଳାଠାରୁ ଜିଲା ସଭାପତି ପଣ୍ଡିତ ବିଶିମାଝିଙ୍କୁ ଦଳ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ଦଳର କର୍ମକର୍ତ୍ତାଙ୍କ ଭିଡ଼ରେ ବିରାଟ ଶୋଭାଯାତ୍ରାରେ ଜିଲା ସଭାପତିଙ୍କୁ […] The post କଂଗ୍ରେସ ଗଡ଼ରେ ଶକ୍ତିଶାଳୀ ହେବ ଭାଜପା appeared first on Dharitri Odia News.

କଂଗ୍ରେସ ଗଡ଼ରେ ଶକ୍ତିଶାଳୀ ହେବ ଭାଜପା

ଦାରିଙ୍ଗବାଡ଼ି,୨ା୩(ଅରୁଣ ସାହୁ): ଭାଜପାର କନ୍ଧମାଳ ଜିଲା ସଭାପତି ଭାବେ ପଣ୍ଡିତ ବିଶିମାଝି ଦଳ ନିଯୁକ୍ତି ଦେବା ପରେ ତାଙ୍କୁ ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ପକ୍ଷରୁ ରବିବାର ସ୍ବାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ମିଟୁ ସାହୁଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ବଙ୍ଗଳାଠାରୁ ଜିଲା ସଭାପତି ପଣ୍ଡିତ ବିଶିମାଝିଙ୍କୁ ଦଳ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ଦଳର କର୍ମକର୍ତ୍ତାଙ୍କ ଭିଡ଼ରେ ବିରାଟ ଶୋଭାଯାତ୍ରାରେ ଜିଲା ସଭାପତିଙ୍କୁ ଦାରିଙ୍ଗବାଡ଼ି ଚାରି ଛକ, ଲକ୍ଷ୍ମୀ ବଜାର, ରାଧାକୃଷ୍ଣ ମନ୍ଦିର, ଶିବମନ୍ଦିର ସାହି ବୁଲାଇ ଏକ କଲ୍ୟାଣମଣ୍ଡପରେ ପହଞ୍ଚିଥିଲେ। ସେଠାରେ ଦଳ ପକ୍ଷରୁ ଜିଲାର ବିଭିନ୍ନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସଂଗଠନକୁ ମଜବୁତ ପାଇଁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମିଟୁ ସାହୁ ସଭା ପରିଚାଳନା କରିଥିବା ବେଳେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଏବେ କଂଗ୍ରେସ ହାତରେ ରହିଛି। ଆସନ୍ତା ନିର୍ବାଚନ ସମୟରେ କିଭଳି ଭାଜପାର ଭୋଟ୍‌ ବୃଦ୍ଧି ପାଇବ ଏବଂ ଆଗକୁ ରହିଥିବା ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ପଞ୍ଚାୟତ, ବ୍ଲକସ୍ତରରେ ଭାଜପାର ଲୋକ ପ୍ରତିନିଧି ବିଜୟ ଲାଭ କରିବେ ସେନେଇ ଆଲୋଚନା କରାଯାଇଥିଲା। ପଣ୍ଡିତ ବିଶିମାଝିଙ୍କୁ ଦଳ ଜିଲା ଦାୟିତ୍ୱ ଦେବା ପରେ ଜିଲାରେ ବିଶେଷକରି ଦାରିଙ୍ଗବାଡ଼ି ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିବା କର୍ମୀମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଗୋବିନ୍ଦ ପ୍ରଧାନ, ନିତ୍ୟାନନ୍ଦ ଗିରି, କନ୍ଧମାଳ ଏମ୍‌ପିଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ,ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଅଜିତ କୁମାର ସାହୁ, ସୁକାନ୍ତ କୁମାର ସାହୁ, ପ୍ରଭାକର ସାହୁ, ହରେନ ସାହୁଙ୍କ ସମେତ ଶତାଧିକ କର୍ମୀ ଯୋଗଦାନ କରିଥିଲେ।

The post କଂଗ୍ରେସ ଗଡ଼ରେ ଶକ୍ତିଶାଳୀ ହେବ ଭାଜପା appeared first on Dharitri Odia News.