ସୁନା ସଂରକ୍ଷଣରେ ବୃଦ୍ଧି
ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା ଭାରତର ସୁନା ସଂରକ୍ଷଣ ୪୦% ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇଛି। ଏପରିକି ଏହି ସମାନ ଅବଧି ମଧ୍ୟରେ ମୋଟ ସୁନା ଭଣ୍ଡାରରେ ୩୪% ବୃଦ୍ଧି ଘଟିଛି। ସେହିଭଳି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ମୋଟ ୮୨୨ ମେଟ୍ରିକ୍ […] The post ସୁନା ସଂରକ୍ଷଣରେ ବୃଦ୍ଧି appeared first on Dharitri Odia News.
ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା ଭାରତର ସୁନା ସଂରକ୍ଷଣ ୪୦% ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇଛି। ଏପରିକି ଏହି ସମାନ ଅବଧି ମଧ୍ୟରେ ମୋଟ ସୁନା ଭଣ୍ଡାରରେ ୩୪% ବୃଦ୍ଧି ଘଟିଛି। ସେହିଭଳି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ମୋଟ ୮୨୨ ମେଟ୍ରିକ୍ ଟନ୍ ସୁନା ରଖିଛି ଏବଂ ଦେଶ ମଧ୍ୟରେ ୪୦୮ ମେଟ୍ରିକ୍ ଟନ୍ ସୁନା ସଂରକ୍ଷଣ ରହିଛି, ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦାୟ ସୁନା ସଂରକ୍ଷଣ ୬୧୨ ମେଟ୍ରିକ୍ ଟନ୍ ଥିଲା, ସେଥିମଧ୍ୟରୁ ୨୯୨ ମେଟ୍ରିକ୍ ଟନ୍ ଘରୋଇ ଭାବେ ରଖାଯାଇଥିଲା।
ଅପରପକ୍ଷରେ ବୈଦେଶିକ ମୁଦ୍ରା ପରିଚାଳନା ଉପରେ ସୋମବାର ପ୍ରକାଶିତ ଅର୍ଦ୍ଧ ବାର୍ଷିକ ରିପୋର୍ଟ ଅନୁଯାୟୀ, ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନା ଅଂଶ ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ୭.୩୭%ରୁ ବଢ଼ି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୮.୧୫% କୁ ବୃଦ୍ଧି ପାଇଛି। ଆମଦାନୀ କଭର ହେଉଛି ଏକ ପ୍ରମୁଖ ବାଣିଜ୍ୟସୂଚକ,ଯାହା ରିଜର୍ଭ ପର୍ଯ୍ୟାପ୍ତତାକୁ ପ୍ରତିଫଳିତ କରିଥାଏ, ଯାହା ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ସହିତ ଦୃଢ଼ ହୋଇଥିଲା। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୬୪୧ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୩ ମାର୍ଚ୍ଚ ଶେଷ ମଧ୍ୟରେ ୫୭୮ବିଲିୟନ ଡଲାରରେ ପହଞ୍ଚତ୍ଛି। ସଂରକ୍ଷଣ ପାଇଁ ସ୍ବଳ୍ପ ମିଆଦୀ ଋଣର ଅନୁପାତ (ମୂଳ ପରିପକ୍ୱତା ସହିତ) ୨୦୨୩ ସେପ୍ଟେମ୍ବର ମଧ୍ୟରେ ୨୨%ରୁ ୨୦୨୩ ଡିସେମ୍ବର ସୁଦ୍ଧା ୨୦.୩% କୁ ହ୍ରାସ ପାଇଛି। ସେହିଭଳି ଅସ୍ଥିର ପୁଞ୍ଜି ପ୍ରବାହର ଅନୁପାତ (ଏକତ୍ରିତ ପୋର୍ଟଫୋଲିଓ ପ୍ରବାହ ଏବଂ ବକେୟା ସ୍ବଳ୍ପ ମିଆଦୀ ଋଣକୁ ନେଇ) ୨୦୨୩ ସେପ୍ଟେମ୍ବର ମଧ୍ୟରେ ୭୩%ରୁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୭୦.୪% କୁ ହ୍ରାସ ପାଇଛି। ମୂଲ୍ୟ ନିର୍ଦ୍ଧାରଣ ପ୍ରଭାବକୁ ବାଦ ଦେଇ ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୩୨.୯ ବିଲିୟନ ଡଲାର ବୃଦ୍ଧି ପାଇ ୨୦୨୨ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୧୪.୭ ବିଲିୟନ ଡଲାରରେ ପହଞ୍ଚତ୍ଛି।
The post ସୁନା ସଂରକ୍ଷଣରେ ବୃଦ୍ଧି appeared first on Dharitri Odia News.