ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ

ନୂଆଦିଲ୍ଲୀ,୧୦।୪: ନୂଆଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ବାଂଶୁରୀ ସ୍ବରାଜ ନିରନ୍ତର ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇ ବାଂଶୁରୀ ଲେଖିଛନ୍ତି, ନିର୍ବାଚନ ପ୍ରଚାର ବେଳେ ମୋ ଆଖିରେ ସାମାନ୍ୟ ଆଘାତ ଲାଗିଛି। ମୋର ଯତ୍ନ ନେବା ସହ ମୋତେ ଆରୋଗ୍ୟ କରିବା ପାଇଁ ମୋତି ନଗରର ଡକ୍ଟର ନୀରଜ ବର୍ମାଙ୍କୁ ଧନ୍ୟବାଦ। […] The post ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ appeared first on Dharitri Odia News.

ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ

ନୂଆଦିଲ୍ଲୀ,୧୦।୪: ନୂଆଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ବାଂଶୁରୀ ସ୍ବରାଜ ନିରନ୍ତର ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇ ବାଂଶୁରୀ ଲେଖିଛନ୍ତି, ନିର୍ବାଚନ ପ୍ରଚାର ବେଳେ ମୋ ଆଖିରେ ସାମାନ୍ୟ ଆଘାତ ଲାଗିଛି। ମୋର ଯତ୍ନ ନେବା ସହ ମୋତେ ଆରୋଗ୍ୟ କରିବା ପାଇଁ ମୋତି ନଗରର ଡକ୍ଟର ନୀରଜ ବର୍ମାଙ୍କୁ ଧନ୍ୟବାଦ।

ଆଖିରେ ଆଘାତ ସତ୍ତ୍ୱେ ରମେଶ ନଗରର ସନାତନ ଧର୍ମ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ
ଭାଜପା ପ୍ରାର୍ଥୀ ବାଂଶୁରୀ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ପୂର୍ଣ୍ଣ ରୀତିନୀତି ସହିତ ପୂଜା କରିଥିଲେ ଏବଂ ଆଶୀର୍ବାଦ ନେଇଥିଲେ। ସେ ଏହାର କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ମଧ୍ୟ ଶେୟାର କରିଛନ୍ତି ।

The post ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ appeared first on Dharitri Odia News.