ପିସ୍ତଲ ମୁନରେ ଧମକ: ଯୁବକଙ୍କୁ ବାନ୍ଧିଲା ପୋଲିସ
ସୁନ୍ଦରଗଡ,୪/୪(ଜୟ ନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିସ୍ତଲ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ର ସୁନ୍ଦରଗଡ ଜିଲା ହାତୀବାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ଏହି ଯୁବକଙ୍କ ନିକଟରୁ ଏକ ପିସ୍ତଲ ଜବତ କରିଛି। ଗିରଫ ଯୁବକଙ୍କ ନାମ ସୁଧାର ବଡାଇକ(୩୪)।ତାଙ୍କର ଘର ଲୁକୁମବେଡା ଗ୍ରାମର। ପୋଲିସ ସୂଚନା ଆନୁଯାୟୀ,ଝାରବେଡା ଗ୍ରାମର କାର୍ତ୍ତିକ ସିଂ (୩୩)ତାଙ୍କ ୩ଜଣ ସାଙ୍ଗ ଙ୍କ ସହିତ ପୁରୁଣା ପାଣି ଟାଉନସିପରେ ଏକ […] The post ପିସ୍ତଲ ମୁନରେ ଧମକ: ଯୁବକଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ସୁନ୍ଦରଗଡ,୪/୪(ଜୟ ନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିସ୍ତଲ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ର ସୁନ୍ଦରଗଡ ଜିଲା ହାତୀବାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ଏହି ଯୁବକଙ୍କ ନିକଟରୁ ଏକ ପିସ୍ତଲ ଜବତ କରିଛି। ଗିରଫ ଯୁବକଙ୍କ ନାମ ସୁଧାର ବଡାଇକ(୩୪)।ତାଙ୍କର ଘର ଲୁକୁମବେଡା ଗ୍ରାମର।
ପୋଲିସ ସୂଚନା ଆନୁଯାୟୀ,ଝାରବେଡା ଗ୍ରାମର କାର୍ତ୍ତିକ ସିଂ (୩୩)ତାଙ୍କ ୩ଜଣ ସାଙ୍ଗ ଙ୍କ ସହିତ ପୁରୁଣା ପାଣି ଟାଉନସିପରେ ଏକ ଜଳଖିଆ ଦୋକାନରେ ତାଙ୍କ ୩ ଜଣ ସାଙ୍ଗଙ୍କ ସହିତ ବସି କଥାହେଉଥିବାବେଳେ ଅଭିଯୁକ୍ତ ଯୁବକ ସୁଧାର ପହଞ୍ଚି ପିସ୍ତଲ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଗୋଡାଇ ମାରିଦେବାକୁ ଧମକ ଦେଇଥିଲେ ଅଭିଯୋଗକାରୀ। କାର୍ତ୍ତିକ ଓ ସାଙ୍ଗଙ୍କ ସହିତ ସେଠାରୁ ଅନ୍ଧାରରେ ଦୌଡ଼ି ପଳାଇ ଆତ୍ମରକ୍ଷା କରିଥିଲେ। ଏ ନେଇ କାର୍ତ୍ତିକ ହାତୀବାରୀ ଥାନାରେ ରିପୋର୍ଟ କରିଥିଲେ। ପୋଲିସ ଅଭିଯୋଗ ପାଇବା ପରେ ହାତୀବାରୀଥାନା କେଶ ନମ୍ବର ୫୬/୨୦୨୫ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଏକ ପିସ୍ତଲ ଜବତ କରିଛନ୍ତି। ଆଜି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରିବ ବୋଲି କହିଛି।
The post ପିସ୍ତଲ ମୁନରେ ଧମକ: ଯୁବକଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.