ସ୍ପର୍ଶର ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’

ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସ୍ପର୍ଶ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍‌ର ୧୮ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’ ରବିବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ପାଳିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ମୁଖ୍ୟବକ୍ତା ଭାବେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଚେନ୍ନାଇ ଆପୋଲୋ ହସ୍ପିଟାଲ୍‌୍‌ କର୍କଟ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡା. ରାକେଶ ଜଲାଲି ଏବଂ ନିର୍ମଳା ଟ୍ରଷ୍ଟ୍‌ର […] The post ସ୍ପର୍ଶର ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’ appeared first on Dharitri Odia News.

ସ୍ପର୍ଶର ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’

ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସ୍ପର୍ଶ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍‌ର ୧୮ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’ ରବିବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ପାଳିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ମୁଖ୍ୟବକ୍ତା ଭାବେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଚେନ୍ନାଇ ଆପୋଲୋ ହସ୍ପିଟାଲ୍‌୍‌ କର୍କଟ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡା. ରାକେଶ ଜଲାଲି ଏବଂ ନିର୍ମଳା ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ନୃସିଂହ ଚରଣ ଧୀର ପ୍ରମୁଖ ଯୋଗଦେଇ ସ୍ପର୍ଶ ହସ୍ପିଟାଲ୍‌ର ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ପ୍ରଶଂସା କରିବା ସହିତ ନିଜର ଅନୁଭୂତି ଅଭିଭାଷଣରେ ପ୍ରକାଶ କରିଥିଲେ। ସ୍ପର୍ଶ ହେଲ୍‌ଥ କେୟାର୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡା. ପ୍ରିୟବ୍ରତ ଧୀର ହସ୍ପିଟାଲର ବାର୍ଷିକ ପ୍ରତିଷ୍ଠା ଉତ୍ସବ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଥିଲେ। ଏପରିକି ଆଗାମୀ ଦିନମାନଙ୍କରେ ହସ୍ପିଟାଲ୍‌ର ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ସେବା ଏବଂ ଭିତ୍ତିଭୂମିର ବିକାଶ ଉପରେ କହିଥିଲେ। ସେହିଭଳି ହସ୍ପିଟାଲ ଖ୍ୟାତନାମା କର୍କଟ ବିଶେଷଜ୍ଞ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ, ନିର୍ଦ୍ଦେଶକ ସତ୍ୟବ୍ରତ ଧୀର ଏବଂ ଦେବବ୍ରତ ଧୀର, ନିର୍ଦ୍ଦେଶକ ସିଏ. ବିଧୁ ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ପର୍ଶ ହେଲ୍‌ଥକେୟାରର ସିଇଓ ଡା. ଅନୁଜ ତିଓ୍ବାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

The post ସ୍ପର୍ଶର ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’ appeared first on Dharitri Odia News.