ହକମତିଙ୍କୁ ଏଯାଏ ଭତ୍ତା ମିଳୁନି
ଖୁଣ୍ଟିଗୋରା,୨୯।୨(ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ମଧୁବାବୁ ପେନସନ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହେଉଛି। କେତେକ କ୍ଷେତ୍ରରେ ଯୁବକ ଓ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ମିଳୁଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଛନ୍ତି। କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ପଞ୍ଚାୟତର ଉଡେର ଗ୍ରାମର ହକମତି ଭୋଇଙ୍କୁ ୬୯ ବର୍ଷ ହୋଇଥିଲେ ହେଁ ତାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ […] The post ହକମତିଙ୍କୁ ଏଯାଏ ଭତ୍ତା ମିଳୁନି appeared first on Dharitri Odia News.
ଖୁଣ୍ଟିଗୋରା,୨୯।୨(ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ମଧୁବାବୁ ପେନସନ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହେଉଛି। କେତେକ କ୍ଷେତ୍ରରେ ଯୁବକ ଓ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ମିଳୁଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଛନ୍ତି। କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ପଞ୍ଚାୟତର ଉଡେର ଗ୍ରାମର ହକମତି ଭୋଇଙ୍କୁ ୬୯ ବର୍ଷ ହୋଇଥିଲେ ହେଁ ତାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଏଯାଏ ସାମିଲ କରାଯାଇ ପାରିନାହିଁ। ଏନେଇ ବୃଦ୍ଧା ଜଣକ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ସେହିପରି ଉଡେର ଗ୍ରାମର ଭାସ୍କର ଭୋଇ (୬୨), ଗୁଛାଗୋରା ଗ୍ରାମର ଗୁରୁବାରୀ ବାରିକ(୬୫) ଭତ୍ତା ପାଇବା ଅପେକ୍ଷାରେ ରହିଛନ୍ତି। ଏହି ପଞ୍ଚାୟତର ବହୁ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଚର୍ଚ୍ଚା ହେଉଛି। ସେହିପରି ଉଡେର ଗ୍ରାମର ସୁନିଲ ଭୋଇ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁନିଲ ଜନ୍ମରୁ ପୋଲିଓ ଆକ୍ରାନ୍ତ। ଏବେ ତାଙ୍କୁ ୮ ବର୍ଷ ହୋଇଥିବା ବେଳେ କିଭଳି ପୋଲିଓ ଆକ୍ରାନ୍ତ ହେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ପୋଲିଓ ମୁକ୍ତ ରାଜ୍ୟ ଘୋଷଣା କରିଥିବା ବେଳେ ଏହି ଗ୍ରାମରେ ତାହାର ବ୍ୟତିକ୍ରମ ହୋଇଛି ବୋଲି ମତପ୍ରକାଶ ପାଇଛି।
The post ହକମତିଙ୍କୁ ଏଯାଏ ଭତ୍ତା ମିଳୁନି appeared first on Dharitri Odia News.