ହିମାଚଳରେ ପ୍ରବଳ ତୁଷାରପାତ: ଫସିଥିବା ୮୦୦ ଲୋକ ଉଦ୍ଧାର
ଶିମଲା,୯ା୧୨: ହିମାଚଳପ୍ରଦେଶର ଲହାଉଲ୍-ସ୍ପିଟିରେ ରବିବାର ରାତିରେ ପ୍ରବଳ ତୁଷାରପାତ ହୋଇଛି। ଫଳରେ ୮୭ଟି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା। ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଶିମଲା ଓ ଏହାର ପାଖାପାଖି ପର୍ଯ୍ୟଟନ ସହର କୁଫ୍ରି ଏବଂ ଫଗୁରେ ଡିସେମ୍ବର ଆରମ୍ଭରେ ତୁଷାରପାତ ହୋଇଛି। ଫଳରେ ଲଥାଉଲ-ସ୍ପିଟିର ବିଭିନ୍ନ ସ୍ଥାନରେ ଫସି ରହିଥିବା ୮୦୦ ଲୋକଙ୍କ ସମେତ ୪୮୯ଟି ଗାଡ଼ିକୁ ଉଦ୍ଧାର କରାଯାଇଛି। ସେଥିରୁ ୪୦୦ରୁ ଊର୍ଦ୍ଧ୍ୱ ଗାଡ଼ି ପର୍ଯ୍ୟଟକଙ୍କର। ପୋଲିସ ସହ ସ୍ଥାନୀୟ ସ୍ବେଚ୍ଛାସେବୀମାନେ […] The post ହିମାଚଳରେ ପ୍ରବଳ ତୁଷାରପାତ: ଫସିଥିବା ୮୦୦ ଲୋକ ଉଦ୍ଧାର appeared first on Dharitri Odia News.
ଶିମଲା,୯ା୧୨: ହିମାଚଳପ୍ରଦେଶର ଲହାଉଲ୍-ସ୍ପିଟିରେ ରବିବାର ରାତିରେ ପ୍ରବଳ ତୁଷାରପାତ ହୋଇଛି। ଫଳରେ ୮୭ଟି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା। ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଶିମଲା ଓ ଏହାର ପାଖାପାଖି ପର୍ଯ୍ୟଟନ ସହର କୁଫ୍ରି ଏବଂ ଫଗୁରେ ଡିସେମ୍ବର ଆରମ୍ଭରେ ତୁଷାରପାତ ହୋଇଛି।
ଫଳରେ ଲଥାଉଲ-ସ୍ପିଟିର ବିଭିନ୍ନ ସ୍ଥାନରେ ଫସି ରହିଥିବା ୮୦୦ ଲୋକଙ୍କ ସମେତ ୪୮୯ଟି ଗାଡ଼ିକୁ ଉଦ୍ଧାର କରାଯାଇଛି। ସେଥିରୁ ୪୦୦ରୁ ଊର୍ଦ୍ଧ୍ୱ ଗାଡ଼ି ପର୍ଯ୍ୟଟକଙ୍କର। ପୋଲିସ ସହ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଖୋକସରରେ ୬.୭ ସେମି ତୁଷାରପାତ ହୋଇଥିବା ବେଳେ କେଲଙ୍ଗରେ ୩.୦ ସେମି, ଶିମଲାରେ ୨.୫ ସେମି ତୁଷାର ପଡ଼ିଛି।
The post ହିମାଚଳରେ ପ୍ରବଳ ତୁଷାରପାତ: ଫସିଥିବା ୮୦୦ ଲୋକ ଉଦ୍ଧାର appeared first on Dharitri Odia News.