ପେଟ୍ରୋଲ ଢ଼ାଳି କାର୍‌ ଜାଳିଦେଲେ

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଅସାମାଜିକତତ୍ତ୍ୱଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି। ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ୨ ଅଜଣା ଦୁର୍ବୃତ୍ତ ସ୍କୁଟିରେ ଆସି ରାସ୍ତାକଡରେ ଥିବା ଏକ କାର (ନଂ.ଓଡ଼ି ୦୫ ଏଏକ୍ସ ୪୧୬୫)କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଛନ୍ତି। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମଙ୍ଗଳବାର ସକାଳେ ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଏସ୍‌ଆଇ ସୋଫିଆ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି […] The post ପେଟ୍ରୋଲ ଢ଼ାଳି କାର୍‌ ଜାଳିଦେଲେ appeared first on Dharitri Odia News.

ପେଟ୍ରୋଲ ଢ଼ାଳି କାର୍‌ ଜାଳିଦେଲେ

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଅସାମାଜିକତତ୍ତ୍ୱଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି। ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ୨ ଅଜଣା ଦୁର୍ବୃତ୍ତ ସ୍କୁଟିରେ ଆସି ରାସ୍ତାକଡରେ ଥିବା ଏକ କାର (ନଂ.ଓଡ଼ି ୦୫ ଏଏକ୍ସ ୪୧୬୫)କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଛନ୍ତି। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମଙ୍ଗଳବାର ସକାଳେ ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଏସ୍‌ଆଇ ସୋଫିଆ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆଖପାଖରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରିଛନ୍ତି। ପାଟପୁର ଥାନା କଂସାମାରି ଗ୍ରାମର ସ୍ବର୍ଗତ ରାଣା.ବିଜୟ ଦୋରାଙ୍କ ନାଁରେ ଥିବା କାରଟିକୁ ମୁନା ଦୋରା ବୁଝାଶୁଝା କରୁଥିଲେ। ସେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ମୌଳାଭଞ୍ଜା ଗ୍ରାମର ଗାଡ଼ିଚାଳକ ଧନୁ ଗୌଡ଼ ସବୁଦିନ ଭଳି କାରକୁ ସୋମବାର ରାତିରେ ଘର ସମ୍ମୁଖରେ ରଖିଥିଲେ। ୨ ଦୁର୍ବୃତ୍ତ ମୁହଁରେ ମାକ୍ସ ପିନ୍ଧି ବିଳମ୍ବିତ ରାତିରେ ସେଥିରେ ନିଆଁ ଲଗାଇ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ଏତଲା ହେବାପରେ ପୋଲିସ ନଂ. ୪୨୨/୨୪ରେ ମକଦ୍ଦମା ରୁଜୁ କରିଛି।

The post ପେଟ୍ରୋଲ ଢ଼ାଳି କାର୍‌ ଜାଳିଦେଲେ appeared first on Dharitri Odia News.