କୁକୁର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ

ଜାମଶେଦପୁର: ସମ୍ପ୍ରତି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମାଲିକାଣୀ ନିଜ ପୋଷା କୁକୁରର ଜନ୍ମଦିନ ପାର୍ଟିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଝାଡ଼ଖଣ୍ଡର ଜାମଶେଦପୁର ନିବାସୀ ସପନା ରବିବାର ନିଜ ପୋଷା କୁକୁରର ଜନ୍ମଦିନକୁ ବହୁ ଆଡ଼ମ୍ବରରେ ସେଲିବ୍ରେଟ କରିଛନ୍ତି। ଏହି ଅବସରରେ ସେ ନିଜ ପୋଷା କୁକୁର ପାଇଁ କେବଳ ୪୦ ହଜାର ଟଙ୍କା ମୂଲ୍ୟର କେକ୍‌ କାଟିଥିଲେ। ସେହିପରି ଉକ୍ତ ପାର୍ଟିରେ ସପନା ୩୦୦ ଅତିଥିଙ୍କ ପାଇଁ […] The post କୁକୁର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ appeared first on Dharitri Odia News.

କୁକୁର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ

ଜାମଶେଦପୁର: ସମ୍ପ୍ରତି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମାଲିକାଣୀ ନିଜ ପୋଷା କୁକୁରର ଜନ୍ମଦିନ ପାର୍ଟିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଝାଡ଼ଖଣ୍ଡର ଜାମଶେଦପୁର ନିବାସୀ ସପନା ରବିବାର ନିଜ ପୋଷା କୁକୁରର ଜନ୍ମଦିନକୁ ବହୁ ଆଡ଼ମ୍ବରରେ ସେଲିବ୍ରେଟ କରିଛନ୍ତି। ଏହି ଅବସରରେ ସେ ନିଜ ପୋଷା କୁକୁର ପାଇଁ କେବଳ ୪୦ ହଜାର ଟଙ୍କା ମୂଲ୍ୟର କେକ୍‌ କାଟିଥିଲେ। ସେହିପରି ଉକ୍ତ ପାର୍ଟିରେ ସପନା ୩୦୦ ଅତିଥିଙ୍କ ପାଇଁ ବିଳାସପୂର୍ଣ୍ଣ ଭୋଜିର ବ୍ୟବସ୍ଥା ମଧ୍ୟ କରିଥିଲେ। ଏହି ଜନ୍ମଦିନ ଉତ୍ସବ ପାଇଁ ସେ ନିମନ୍ତ୍ରଣ କାର୍ଡ ଛପାଇବା ସହ ଏକ ଡିଜେ ନାଇଟର ଆୟୋଜନ ମଧ୍ୟ କରିଥିଲେ। ପ୍ରତିବର୍ଷ ସେ ନିଜ ପୋଷା କୁକୁରର ଜନ୍ମଦିନ ଏପରି ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ବୋଲି ସପନା କହିଛନ୍ତି।

The post କୁକୁର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ appeared first on Dharitri Odia News.