ଫୁଟବଲ ମ୍ୟାଚ ସମୟରେ ଇସ୍ରାଏଲ ନାଗରିକଙ୍କ ଉପରକୁ ଆକ୍ରମଣ, ୧୨ ଆହତ

ନୂଆଦିଲ୍ଲୀ: ନେଦରଲାଣ୍ଡ୍‌ସର ରାଜଧାନୀ ଆମଷ୍ଟରଡମରେ ଇସ୍ରାଏଲ ନାଗରିକଙ୍କ ଉପରକୁ ଆକ୍ରମଣ। ଆକ୍ରମଣ ଫୁଟବଲ ମ୍ୟାଚ ସମୟରେ ଆରମ୍ଭ ହୋଇଥିଲା ଯାହା ଷ୍ଟାଡିୟମ ବାହାରେ ମଧ୍ୟ ଜାରି ରହିଛି। ଗୁରୁବାର ରାତିରେ ଇସ୍ରାଏଲ ସମର୍ଥକଙ୍କ ଉପରେ ହୋଇଥିବା ଏହି ଆକ୍ରମଣରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୟୁରୋପ ଲିଗର ମ୍ୟାଚ ଚାଲିଥିଲା। ଏଜାକ୍ସ ଏବଂ ମକାବୀ ତେଲ ଅଭିଭ୍ ଟିମ୍‌ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପୋଲିସ ୬୩ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏହି ଆକ୍ରମଣ ସେତେବେଳେ ହୋଇଥିଲା, ଯେତେବେଳେ ମ୍ୟାଚ ପୂର୍ବରୁ ଫୁଟବଲ ଷ୍ଟାଡିୟମ ନିକଟରେ ଫିଲିସ୍ତିନି ସମର୍ଥକମାନେ ପ୍ରଦର୍ଶନ କରିବାକୁ ଚାହିଥିଲେ କିନ୍ତୁ ସ୍ଥାନୀୟ ମେୟର ସେମାନଙ୍କୁ ଅନୁମତି ଦେଇନଥିଲେ। ଏହା ପରେ ମଧ୍ୟ ସେମାନେ ମ୍ୟାଚ ସମୟରେ ଶୋଭାଯାତ୍ରା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ଅଟକାଇଥିଲା। ତଥାପି ଏହି ଘଟଣା ଘଟିଥିଲା।ଜଣାପଡ଼ିଛି ଯେ, ଆମଷ୍ଟରଡମରେ ବିପୁଳ ପୋଲିସ ନିୟୋଜିତ ସତ୍ତ୍ବେବି ଅନେକ ସ୍ଥାନରେ ଇସ୍ରାଏଲ ଟିମ୍‌ର ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି। ଅନେକ ସ୍ଥାନରେ ପୋଲିସ ଇସ୍ରାଏଲ ସମର୍ଥକଙ୍କୁ ଉଦ୍ଧାର କରି ସେମାନଙ୍କୁ ସେମାନଙ୍କ ହୋଟେଲରେ ପହଞ୍ଚାଇଛି। ଏହି ଆକ୍ରମଣରେ ଅନେକ ଇସ୍ରାଏଲୀ ନାଗରିକ ଆହତ ହୋଇଛ

ଫୁଟବଲ ମ୍ୟାଚ ସମୟରେ ଇସ୍ରାଏଲ ନାଗରିକଙ୍କ ଉପରକୁ ଆକ୍ରମଣ, ୧୨ ଆହତ

ନୂଆଦିଲ୍ଲୀ: ନେଦରଲାଣ୍ଡ୍‌ସର ରାଜଧାନୀ ଆମଷ୍ଟରଡମରେ ଇସ୍ରାଏଲ ନାଗରିକଙ୍କ ଉପରକୁ ଆକ୍ରମଣ। ଆକ୍ରମଣ ଫୁଟବଲ ମ୍ୟାଚ ସମୟରେ ଆରମ୍ଭ ହୋଇଥିଲା ଯାହା ଷ୍ଟାଡିୟମ ବାହାରେ ମଧ୍ୟ ଜାରି ରହିଛି। ଗୁରୁବାର ରାତିରେ ଇସ୍ରାଏଲ ସମର୍ଥକଙ୍କ ଉପରେ ହୋଇଥିବା ଏହି ଆକ୍ରମଣରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ୟୁରୋପ ଲିଗର ମ୍ୟାଚ ଚାଲିଥିଲା। ଏଜାକ୍ସ ଏବଂ ମକାବୀ ତେଲ ଅଭିଭ୍ ଟିମ୍‌ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପୋଲିସ ୬୩ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏହି ଆକ୍ରମଣ ସେତେବେଳେ ହୋଇଥିଲା, ଯେତେବେଳେ ମ୍ୟାଚ ପୂର୍ବରୁ ଫୁଟବଲ ଷ୍ଟାଡିୟମ ନିକଟରେ ଫିଲିସ୍ତିନି ସମର୍ଥକମାନେ ପ୍ରଦର୍ଶନ କରିବାକୁ ଚାହିଥିଲେ କିନ୍ତୁ ସ୍ଥାନୀୟ ମେୟର ସେମାନଙ୍କୁ ଅନୁମତି ଦେଇନଥିଲେ। ଏହା ପରେ ମଧ୍ୟ ସେମାନେ ମ୍ୟାଚ ସମୟରେ ଶୋଭାଯାତ୍ରା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ଅଟକାଇଥିଲା। ତଥାପି ଏହି ଘଟଣା ଘଟିଥିଲା।

ଜଣାପଡ଼ିଛି ଯେ, ଆମଷ୍ଟରଡମରେ ବିପୁଳ ପୋଲିସ ନିୟୋଜିତ ସତ୍ତ୍ବେବି ଅନେକ ସ୍ଥାନରେ ଇସ୍ରାଏଲ ଟିମ୍‌ର ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି। ଅନେକ ସ୍ଥାନରେ ପୋଲିସ ଇସ୍ରାଏଲ ସମର୍ଥକଙ୍କୁ ଉଦ୍ଧାର କରି ସେମାନଙ୍କୁ ସେମାନଙ୍କ ହୋଟେଲରେ ପହଞ୍ଚାଇଛି। ଏହି ଆକ୍ରମଣରେ ଅନେକ ଇସ୍ରାଏଲୀ ନାଗରିକ ଆହତ ହୋଇଛନ୍ତି।

ସେପଟେ ଇସ୍ରାଏଲ ବିରୋଧୀ ଆକ୍ରମଣକୁ ଇସ୍ରାଏଲ ଏବଂ ନେଦରଲାଣ୍ଡସର ନେତା କଡ଼ା ନିନ୍ଦା କରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆକ୍ରମଣକୁ ନିନ୍ଦା କରିଛି। ଇସ୍ରାଏଲ ସମର୍ଥକଙ୍କୁ ଫେରାଇ ଆଣିବା ପାଇଁ ଦୁଇ ବିମନା ଆମଷ୍ଟରଡମ ପଠାଯାଇଛି। ନେଦରଲାଣ୍ଡସ ପ୍ରଧାନମନ୍ତ୍ରୀ ଡିକ ଶୁଫ ଇସ୍ରାଏଲ ସମର୍ଥକଙ୍କ ଉପରକୁ ଆକ୍ରମଣୁ ଅସ୍ବୀକାର୍ଯ୍ୟ କହିଛନ୍ତି ସେ ଘଟଣାରେ କଡ଼ା ନଜର ରଖିଛନ୍ତି। ପ୍ରଶାସନ ଇହୁଦୀ ସଂସ୍ଥା ଏବଂ ବସ୍ତି ନିକଟରେ ସୁରକ୍ଷା ବଢ଼ାଇଛନ୍ତି। ଏହା ସହ ରାଜଧାନୀରେ ପୋଲିସ ପାଟ୍ରୋଲିଂ ବଢ଼ାଇଦିଆଯାଇଛି। 

ସୂଚନାଥାଉକି, ଆମଷ୍ଟରଡମରେ ବହୁ ସଂଖ୍ୟକ ଇହୁଦୀ ସମୁଦାୟର ଲୋକେ ରୁହନ୍ତି ଏବଂ ଏହି ସହର ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଚର୍ଚ୍ଚିତ ଆନି ଫ୍ରାଙ୍କ୍‌ ଏବଂ ତାଙ୍କ ପରିବାର ଶରଣ ନେଇଥିଲେ।