ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ ରକେଟ୍‌ ମାଡ଼ କରିବା ପରେ ଉଭୟ ପକ୍ଷ ମୁହଁାମୁହିଁ ହୋଇଛନ୍ତି। ହେଜ୍‌ବୁଲ୍ଲା ଛାଡ଼ିଥିବା ରକେଟ ମଧ୍ୟରୁ ଅନେକ ଆଇଫା ସହର ନିକଟରେ ପଡ଼ିଥିବାବେଳେ ଇସ୍ରାଏଲ୍‌ ମଧ୍ୟ ରକେଟ ଛାଡ଼ି ଲେବାନନ୍‌କୁ ଟାର୍ଗେଟ କରିଛି। ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ହେଜ୍‌ବୁଲ୍ଲାର ଅନେକ ସଦସ୍ୟ ନିହତ ହେବା ପରେ ସାମରିକ ସଂଘର୍ଷ […] The post ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ appeared first on Dharitri Odia News.

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ ରକେଟ୍‌ ମାଡ଼ କରିବା ପରେ ଉଭୟ ପକ୍ଷ ମୁହଁାମୁହିଁ ହୋଇଛନ୍ତି। ହେଜ୍‌ବୁଲ୍ଲା ଛାଡ଼ିଥିବା ରକେଟ ମଧ୍ୟରୁ ଅନେକ ଆଇଫା ସହର ନିକଟରେ ପଡ଼ିଥିବାବେଳେ ଇସ୍ରାଏଲ୍‌ ମଧ୍ୟ ରକେଟ ଛାଡ଼ି ଲେବାନନ୍‌କୁ ଟାର୍ଗେଟ କରିଛି। ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ହେଜ୍‌ବୁଲ୍ଲାର ଅନେକ ସଦସ୍ୟ ନିହତ ହେବା ପରେ ସାମରିକ ସଂଘର୍ଷ ବର୍ତ୍ତମାନ ଗାଜାରୁ ଲେବାନନ୍‌ ଆଡକୁ ମୁହାଁଇଛି। ଏଥିଯୋଗୁ ଗତବର୍ଷ ଅକ୍ଟୋବରରୁ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ଅବସାନ ସମ୍ଭାବନା ଦେଖାଯାଉ ନାହିଁ।

The post ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ appeared first on Dharitri Odia News.