ଲକ୍ଷ୍ମୀ ଡୁଙ୍ଗୁରୀରେ ପ୍ରକୃତି ଉଦ୍ୟାନ ନିର୍ମାଣ ଦାବୀ-ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ
ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ରହିଥିବା ଲକ୍ଷ୍ମୀ ଡୁଙ୍ଗୁରୀରେ ସୋମବାର ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀଡୁଙ୍ଗୁରୀର ନାମକରଣ ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ତନ୍ତ୍ର ସାଧୀକା ତଥା ସହଜଯାନର ପ୍ରବର୍ଶିକା ଲକ୍ଷ୍ମୀକରାଙ୍କ ନାମରେ ହୋଇଥିବା ବିଶ୍ଵାସ କରାଯାଏ । ପୂର୍ବରୁ ଲକ୍ଷ୍ମୀଡୁଙ୍ଗୁରୀ ଶିଖରରେ ଲକ୍ଷ୍ମୀକରାଙ୍କ ଏକ ପ୍ରତିମୂର୍ତ୍ତୀ ମଧ୍ୟ ରହିଥିବା ନେଇ ପୁରାତନ ଲୋକେ କହିଥାନ୍ତି । ଗବେଷକ ମାନେ ମଧ୍ୟ ଏହି କଥାକୁ ସ୍ଵୀକାର କରି ସମ୍ବଲପୁରକୁ ଗୁରୁ […] The post ଲକ୍ଷ୍ମୀ ଡୁଙ୍ଗୁରୀରେ ପ୍ରକୃତି ଉଦ୍ୟାନ ନିର୍ମାଣ ଦାବୀ-ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ appeared first on Odisha.News.

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ରହିଥିବା ଲକ୍ଷ୍ମୀ ଡୁଙ୍ଗୁରୀରେ ସୋମବାର ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀଡୁଙ୍ଗୁରୀର ନାମକରଣ ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ତନ୍ତ୍ର ସାଧୀକା ତଥା ସହଜଯାନର ପ୍ରବର୍ଶିକା ଲକ୍ଷ୍ମୀକରାଙ୍କ ନାମରେ ହୋଇଥିବା ବିଶ୍ଵାସ କରାଯାଏ । ପୂର୍ବରୁ ଲକ୍ଷ୍ମୀଡୁଙ୍ଗୁରୀ ଶିଖରରେ ଲକ୍ଷ୍ମୀକରାଙ୍କ ଏକ ପ୍ରତିମୂର୍ତ୍ତୀ ମଧ୍ୟ ରହିଥିବା ନେଇ ପୁରାତନ ଲୋକେ କହିଥାନ୍ତି । ଗବେଷକ ମାନେ ମଧ୍ୟ ଏହି କଥାକୁ ସ୍ଵୀକାର କରି ସମ୍ବଲପୁରକୁ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣିତ କରୁଛନ୍ତି ବୋଲି ଭାରତୀ ସମାଜ ର ସଞ୍ଚାଳକ ଭବାନୀଶ ଭୋଇ କହିଥିଲେ । ଗତ ୨୦୧୬ ମସିହାରୁ ପ୍ରତିବର୍ଷ ଲକ୍ଷ୍ମୀଡୁଙ୍ଗୁରୀରେ ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ ପାଳନ କରାଯାଇ ପୁରାତନ ଇତିହାସକୁ ପୁନର୍ଜବିତ କରିବାକୁ ଉଦ୍ୟମ କରାଯାଇ ଆସୁଛି । ଏହି କ୍ରମରେ ପାହାଡ ଉପରେ ଥିବା ସାତଟି ବୃକ୍ଷକୁ ସାତବହନୀଙ୍କ ନାମରେ ସମର୍ପଣ କରାଯାଇ ପୁଜାର୍ଚ୍ଚନା କରାଯାଇଥିଲା । ହୀରାକୁଦ ବନ୍ଧ ନିର୍ମାଣ ସମୟର ଅନେକ ସ୍ମୃତି ଲକ୍ଷ୍ମୀଡୁଙ୍ଗୁରୀ ପାଦ ଦେଶରେ ରହିଥିବା ବେଲେ ଏହାର ସଂରକ୍ଷଣ କରାଯାଇ ଗୁରୁ ପଦ୍ମସମ୍ଭବଙ୍କ ନାମରେ ଏଠାରେ ଏକ ପ୍ରକୃତି ଉଦ୍ୟାନ ନିର୍ମାଣ କରିବାକୁ ଭାରତୀ ସମାଜ ୨୦୧୬ ମସିହାରୁ ଦାବି କରି ଆସୁଛି । ଆଜିର ସମର୍ପଣ ଉତ୍ସବରେ ପୁଣିଥରେ ପ୍ରଶାସନକୁ ଏହି ଦାବି ଉପସ୍ଥାପନ କରାଯିବ ବୋଲି ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇ କହିଛନ୍ତି । ସମ୍ବଲପୁର, ହୀରାକୁଦ ଏବଂ ବୁର୍ଲା ସହ ମଧ୍ୟସ୍ଥଳରେ ଏବଂ ମହାନଦୀ ତଟରେ ଏହି ସ୍ଥାନ ରହିଥିବା ବେଲେ ଏଠାରେ ପ୍ରକୃତି ଉଦ୍ୟାନ ନିର୍ମାଣ ହେଲେ ଏଠାକାର ଜଙ୍ଗଳ ସୁରକ୍ଷୀତ ରହିବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ଏହି ଅବସରରେ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାହାଡ ପାଦ ଦେଶରେ ଭଗବାନ ବୁଦ୍ଧ, ଗୁରୁ ପଦ୍ମସମ୍ଭବଙ୍କ ମନ୍ତ୍ର ଉଚ୍ଚାରଣ କରାଯାଇ ପୁଜାର୍ଚ୍ଚନା କରାଯାଇଥିଲା । ଏହି ସମର୍ପଣ ଉତ୍ସବରେ ଭାରତୀ ସମାଜର ଜିଲା ସଂଯୋଜକ କିଶୋର ଧରେଇ, ଭୀମ ଆମୀର ରାଜ୍ୟ ସଭାପତି ଲଙ୍କେଶ ରାବଣ, ଯୁବ କୃଷି ବୈଜ୍ଞାନିକ ଅଭିଲାଷ ପ୍ରଧାନ, ଧିରଜ ସିଂହ ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ହୋଇଥିଲେ ।
The post ଲକ୍ଷ୍ମୀ ଡୁଙ୍ଗୁରୀରେ ପ୍ରକୃତି ଉଦ୍ୟାନ ନିର୍ମାଣ ଦାବୀ-ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ appeared first on Odisha.News.