ବରିଷ୍ଠ ନାଗରିକଙ୍କ ଗୟା ଓ ବାରାଣସୀକୁ ତୀର୍ଥଯାତ୍ରା

ଭବାନୀପାଟଣା:କଲାହାଣ୍ଡି ଜିଲ୍ଲାରୁ ୨୨୦ ଜଣ ବରିଷ୍ଟ ନାଗରୀକ ତୀର୍ଥରେ ସାମିଲ ହୋଇଛନ୍ତି।୨୭ ତାରିଖ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନ ୪.୦୦ ଘ ସମୟରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ଓଏସଆରଟିସିର ୬ଟି ବସ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି।ସେମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଖାଦ୍ୟପେୟ,ରହଣୀ ପ୍ରଭୃତି ସୁବ୍ୟବସ୍ଥା ସହ ସେମାନଙ୍କ ଓଡିଶା ସରକାରଙ୍କ ବଛା ବଛା ଅଫିସର […] The post ବରିଷ୍ଠ ନାଗରିକଙ୍କ ଗୟା ଓ ବାରାଣସୀକୁ ତୀର୍ଥଯାତ୍ରା appeared first on Odisha.News.

ବରିଷ୍ଠ ନାଗରିକଙ୍କ ଗୟା ଓ ବାରାଣସୀକୁ ତୀର୍ଥଯାତ୍ରା

ଭବାନୀପାଟଣା:କଲାହାଣ୍ଡି ଜିଲ୍ଲାରୁ ୨୨୦ ଜଣ ବରିଷ୍ଟ ନାଗରୀକ ତୀର୍ଥରେ ସାମିଲ ହୋଇଛନ୍ତି।୨୭ ତାରିଖ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନ ୪.୦୦ ଘ ସମୟରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ଓଏସଆରଟିସିର ୬ଟି ବସ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି।ସେମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଖାଦ୍ୟପେୟ,ରହଣୀ ପ୍ରଭୃତି ସୁବ୍ୟବସ୍ଥା ସହ ସେମାନଙ୍କ ଓଡିଶା ସରକାରଙ୍କ ବଛା ବଛା ଅଫିସର ନେଇ ଯାଇଛନ୍ତି। ସେମାନଙ୍କର ଦାୟିତ୍ଵ ନିର୍ବାହ କରିବା ପାଇଁ ଜିଲ୍ଲାରୁ ୭ ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲ୍ଲା ପ୍ରଶାସନ ଦାୟିତ୍ଵ ଅର୍ପଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ର ଯୋଗଦେଇ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ଜର୍ଜ ଏମ କେରକେଟା ଡେପୁଟି ସି ଇ ଓ , ଓରମାସ, ସୁବୋଧ ଛତ୍ରିଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, କଳାହାଣ୍ଡି ଉପସ୍ଥିତ ଥିଲେ।

The post ବରିଷ୍ଠ ନାଗରିକଙ୍କ ଗୟା ଓ ବାରାଣସୀକୁ ତୀର୍ଥଯାତ୍ରା appeared first on Odisha.News.