ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କେନ୍ଦ୍ରୀୟ ଓ ରାଜ୍ୟ ଦୁର୍ନୀତି ନିବାରଣ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ୨୮ ଅକ୍ଟୋବରରୁ ୦୩ ନଭେମ୍ବର ୨୦୨୪ ପର୍ୟ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି। ଏହି ଅବସରରେ ସମଗ୍ର ଜିଲ୍ଲାରେ ଦୁର୍ନୀତି ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ଯରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଅଧିକାରୀ ଏବଂ […] The post ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କେନ୍ଦ୍ରୀୟ ଓ ରାଜ୍ୟ ଦୁର୍ନୀତି ନିବାରଣ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ୨୮ ଅକ୍ଟୋବରରୁ ୦୩ ନଭେମ୍ବର ୨୦୨୪ ପର୍ୟ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି। ଏହି ଅବସରରେ ସମଗ୍ର ଜିଲ୍ଲାରେ ଦୁର୍ନୀତି ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ଯରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସପ୍ତାହ ପାଳନ ଅବସରରେ ଶପଥ ପାଠ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମପ୍ରସାଦ ସାହୁ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର, ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ବିଭାଗ ଉପ ଆରକ୍ଷୀ ଅଧିକ୍ଷକ ରିତାଞ୍ଜଳୀ ପ୍ରଧାନ, ନନ୍ଦ କିଶୋର ବଗର୍ତ୍ତୀ ତଥା ଅନ୍ୟାନ୍ୟ ଜିଲ୍ଲା ପଦାଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶାଖା ଅଧିକାରୀ, କର୍ମଚାରୀ ଯୋଗଦାନ କରି ଦୁର୍ନୀତି ମୁକ୍ତ ସମାଜ ଗଠନ ନିମନ୍ତେ ଶପଥ ପାଠ କରିଥିଲେ। ସେହିପରି ଉକ୍ତ ସମୟରେ ବିନିକା ବ୍ଲକ ଓସ୍ୱାନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ସୌମ୍ୟାରୁପା ରଥ ଅଭିଯୋଗ ଶିବିରରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ ପ୍ରମୁଖ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଅଙ୍ଗୀକାରବଦ୍ଧତା ସ୍ଵରୁପ ସାଧୁତାର ଶପଥ ପାଠ କରିଥିଲେ। ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ନିବାରଣ ଶାଖା ସୁବର୍ଣ୍ଣପୁର ଦ୍ୱାରା ପ୍ରଶାସନ ର ବିଭିନ୍ନ ବିଭାଗ ସହଯୋଗରେ ବିଭିନ୍ନ ସଚେତନତା ସଭା, ଗ୍ରାମ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ସହ ଶିକ୍ଷା ବିଭାଗ ତରଫରୁ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା ( ଓଡ଼ିଆ ଓ ଇଂରାଜୀ ) ଅନୁଷ୍ଠିତ ହେବ। ଏହା ସହିତ ସମସ୍ତ ଉପଖଣ୍ଡ ଓ ବ୍ଳକ ମାନଙ୍କରେ ମଧ୍ୟ ଏହି ସପ୍ତାହ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।
The post ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ appeared first on Odisha.News.