ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ପୂର୍ବାହ୍ନ ୧୧ ଟାରେ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଶାଖା ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେବଳ ଏନଏସଏସ ସ୍ୱେଚ୍ଛା ସେବିନୀ ନୁହେଁ ବରଂ ମହାବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରୀ ଯୋଗ ଦେଇ ମହାବିଦ୍ୟାଳୟ ପରିସର, ତଥା ରାସ୍ତାଘାଟ ସଫା କରିଥିଲେ। ସ୍ବଭାବ ସ୍ବଚ୍ଛତା ଓ ସଂସ୍କାର ସ୍ବଚ୍ଛତା ଉପରେ ଆଧାରିତ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ବିଶାଳ […] The post ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ପୂର୍ବାହ୍ନ ୧୧ ଟାରେ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଶାଖା ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେବଳ ଏନଏସଏସ ସ୍ୱେଚ୍ଛା ସେବିନୀ ନୁହେଁ ବରଂ ମହାବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରୀ ଯୋଗ ଦେଇ ମହାବିଦ୍ୟାଳୟ ପରିସର, ତଥା ରାସ୍ତାଘାଟ ସଫା କରିଥିଲେ। ସ୍ବଭାବ ସ୍ବଚ୍ଛତା ଓ ସଂସ୍କାର ସ୍ବଚ୍ଛତା ଉପରେ ଆଧାରିତ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ବିଶାଳ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଅଭିମନ୍ୟୁ କୁଶଳ ଓ ଅଧ୍ଯକ୍ଷା ରୀତାରାଣୀ ପୂଜାରୀ ଯୋଗ ଦେଇଥିବା ବେଳେ ପ୍ରୋଗ୍ରାମ ଅଫିସର ସଞ୍ଜୁ ସିଂ ଙ୍କ ତତ୍ତ୍ୱାବଧାନରେ ଏକ ସାଧାରଣ ସଭା ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ ଛାତ୍ରୀ ନିକିତା ଦାଶ ଓ ଧନ୍ୟବାଦ ଅର୍ପଣ କରିଥିଲେ ମିସ୍ ଫ୍ରେସର ସ୍ନେହାରାଣୀ ଦାଶ। ଅଧ୍ୟାପିକା ପୂର୍ଣିମା ମିଶ୍ର, କ୍ଷିରୋଦ ମେହେର, ଛାତ୍ରୀ କାଜଲ, ଅନନ୍ୟା, ପ୍ରାଚୀ, ଦିବ୍ୟା ସହଯୋଗ କରି ସମାଜ ପାଇଁ ଏକ ସ୍ବଚ୍ଛାତାର ବାର୍ତା ପ୍ରଦାନ କରିଅଛନ୍ତି ।
The post ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ appeared first on Odisha.News.