ଏଥର ଆକର୍ଷଣୀୟ ହେବ ବାଲିଯାତ୍ରା : ଡ୍ରୋନ୍ ଶୋ’ ଏବଂ ଲେଜର ଶୋ’ ସହ ବଲିଉଡ୍‌ ନାଇଟ୍‌ରେ ଝୁମିବେ ଦର୍ଶକ

କଟକ ୧୬।୧୦: ଏଥର ଅଧିକ ଆକର୍ଷଣୀୟ ହେବ କଟକର ଐତିହାସିକ ବାଲିଯାତ୍ରା। ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ମଙ୍ଗଳବାର ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ୍ ୧୨୦୦ ପ୍ଲଟ୍ ଆବଣ୍ଟନ ହେବାକୁ ଥିବା ବେଳେ ବାଲିଯାତ୍ରା ଉତ୍ସବ ପାଇଁ ଇଣ୍ଟିଗ୍ରେଟେଟ୍ ଟେଣ୍ଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା। ଏହାସହ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତବର୍ଷ କଟକ-ଇନ୍-କଟକ ପ୍ୟାଭିଲିୟନରେ ଓଡିଆ ଅସ୍ମିତା ଏବଂ ଓଡିଆ ସିନେମାର ଥିମ୍ ପ୍ରଦର୍ଶିତ ହେବ। ଏହା ସହ ସାସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ କଳାକାର ସୋନୁ ନିଗମ୍, ସୁରେଶ ଓ୍ବାଡେକର, ଅନୁପ ଜଲୋଟା ଏବଂ ପିୟୁଷ ମିଶ୍ରଙ୍କ ସହ ଓଲିଉଡ କଳାକାରମାନେ । ମଧ୍ଯ ସଙ୍ଗୀତ ପରିବେଷଣ କରିବେ । ବାଲିଯାତ୍ରାର ଐତିହ୍ୟ ଏବଂ ଅସ୍ମିତାକୁ ନେଇ ପ୍ରଥମ ଥର ପାଇଁ ୫୦୦ ଡ୍ରୋନ୍ ମାଧ୍ୟମରେ ଡ୍ରୋନ୍ ଶୋ’ ଏବଂ ଲେଜର ଶୋ’ ହେବ। ଏହା ସହ ଚଳିତବର୍ଷ କମିବ ପାର୍କିଂ ଫି’ । ପାର୍କିଂ ବ୍ୟବସ୍ଥାକୁ ଅଧିକ ହେବା ସହ ଜିଲ୍ଲା ପ୍ରଶାସନ ନିଜେ ପାର୍କିଂ ରସିଦ୍ ପ୍ରଦାନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।You Can Read:ପର୍ଯ୍ୟଟନସ୍ଥଳୀରୁ ସିରିଜ୍ ଚୋରି, ଜଣେ ନାବାଳକ ସମେତ ୪ ଗିରଫ

ଏଥର ଆକର୍ଷଣୀୟ ହେବ ବାଲିଯାତ୍ରା : ଡ୍ରୋନ୍ ଶୋ’ ଏବଂ ଲେଜର ଶୋ’ ସହ ବଲିଉଡ୍‌ ନାଇଟ୍‌ରେ ଝୁମିବେ ଦର୍ଶକ

କଟକ ୧୬।୧୦: ଏଥର ଅଧିକ ଆକର୍ଷଣୀୟ ହେବ କଟକର ଐତିହାସିକ ବାଲିଯାତ୍ରା। ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ମଙ୍ଗଳବାର ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ୍ ୧୨୦୦ ପ୍ଲଟ୍ ଆବଣ୍ଟନ ହେବାକୁ ଥିବା ବେଳେ ବାଲିଯାତ୍ରା ଉତ୍ସବ ପାଇଁ ଇଣ୍ଟିଗ୍ରେଟେଟ୍ ଟେଣ୍ଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା। ଏହାସହ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତବର୍ଷ କଟକ-ଇନ୍-କଟକ ପ୍ୟାଭିଲିୟନରେ ଓଡିଆ ଅସ୍ମିତା ଏବଂ ଓଡିଆ ସିନେମାର ଥିମ୍ ପ୍ରଦର୍ଶିତ ହେବ। ଏହା ସହ ସାସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ କଳାକାର ସୋନୁ ନିଗମ୍, ସୁରେଶ ଓ୍ବାଡେକର, ଅନୁପ ଜଲୋଟା ଏବଂ ପିୟୁଷ ମିଶ୍ରଙ୍କ ସହ ଓଲିଉଡ କଳାକାରମାନେ । ମଧ୍ଯ ସଙ୍ଗୀତ ପରିବେଷଣ କରିବେ । ବାଲିଯାତ୍ରାର ଐତିହ୍ୟ ଏବଂ ଅସ୍ମିତାକୁ ନେଇ ପ୍ରଥମ ଥର ପାଇଁ ୫୦୦ ଡ୍ରୋନ୍ ମାଧ୍ୟମରେ ଡ୍ରୋନ୍ ଶୋ’ ଏବଂ ଲେଜର ଶୋ’ ହେବ। ଏହା ସହ ଚଳିତବର୍ଷ କମିବ ପାର୍କିଂ ଫି’ । ପାର୍କିଂ ବ୍ୟବସ୍ଥାକୁ ଅଧିକ ହେବା ସହ ଜିଲ୍ଲା ପ୍ରଶାସନ ନିଜେ ପାର୍କିଂ ରସିଦ୍ ପ୍ରଦାନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

You Can Read:

ପର୍ଯ୍ୟଟନସ୍ଥଳୀରୁ ସିରିଜ୍ ଚୋରି, ଜଣେ ନାବାଳକ ସମେତ ୪ ଗିରଫ